Aadhaar Voter ID Linking: ଯେଉଁମାନଙ୍କର ଭୋଟର ପରିଚୟ ପତ୍ର ଯଦି ସେମାନଙ୍କର ଆଧାର ନମ୍ବର ସହିତ ଲିଙ୍କ୍ ହୋଇନାହିଁ, ତାହେଲେ ସେମାନଙ୍କ ନାମ ଭୋଟର ତାଲିକାରୁ ହଟାଯିବ କି? ସଂସଦରେ ଶୀତକାଳୀନ ଅଧିବେଶନରେ ପଚରା ଯାଇଥିବା ଏହି ପ୍ରଶ୍ନ ଉପରେ ଜବାବ ରଖିଛନ୍ତି କେନ୍ଦ୍ର ସରକାର। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଉତ୍ତରର ଆସିବା ପରେ ଦେଶର କୋଟି କୋଟି ଲୋକଙ୍କୁ ଆଶ୍ୱସ୍ତି ମିଲିଛି। 


COMMERCIAL BREAK
SCROLL TO CONTINUE READING

ଏନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ସରକାର କହିଛନ୍ତି ଯେ ଭୋଟର ପରିଚୟ ପତ୍ରକୁ (Voter Identity Card) ଆଧାର କାର୍ଡ (Aadhar Card) ସହିତ ଲିଙ୍କ କରିବା (Aadhaar Voter ID Linking) ଜରୁରୀ ନୁହେଁ। ଲୋକସଭାରେ ପଚରା ଯାଇଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ (Union Law Minister Kiren Rijiju) ଏକଥା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୨୧ ନିର୍ବାଚନ ଆଇନ (ସଂଶୋଧନ) ଅଧିନିୟମରେ (2021 Election Laws (Amendment) Bill) ଏକ ବ୍ୟବସ୍ଥା କରାଯାଇଛି ଯେ ଜଣେ ମତାଦାତା ତାଙ୍କର ଆଧାର ନମ୍ବର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ (Electoral Registration Officer) ପ୍ରଦାନ କରିବେ ନା ନାହିଁ ତାହା ତାଙ୍କ ଇଚ୍ଛା ଉପରେ ନିର୍ଭର କରେ।


ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା ଯେ ଯେଉଁମାନଙ୍କ ଆଧାର ନମ୍ବର ଭୋଟର ପରିଚୟ ପତ୍ର ସହିତ ଲିଙ୍କ୍ ହୋଇନାହିଁ, ସେମାନଙ୍କ ନାମ ଭୋଟର ତାଲିକାରୁ (Voter List) ହଟାଯିବ କି? ଏହାର ଜବାବ ରଖି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଭୋଟର ପରିଚୟ ପତ୍ରକୁ ଆଧାର ନମ୍ବର ସହ ଲିଙ୍କ କରିବା କୌଣସି ମତଦାତାଙ୍କ ଇଚ୍ଛା ଉପରେ ନିର୍ଭର କରେ। 


ଶୁକ୍ରବାର ବିଜେପି ସାଂସଦ ବିନୋଦ କୁମାର ସୋନକର (BJP MP Vinod Kumar Sonkar) 'ଗୋଟିଏ ଦେଶ, ଗୋଟିଏ ଭୋଟର ତାଲିକା' (One Nation One Voter List) ପାଇଁ ଦାବି କରି କରିଛନ୍ତି। ଏନେଇ ବିଜେପି ସାଂସଦ କହିଛନ୍ତି ଦେଶ ତଥା ଗଣତନ୍ତ୍ରର ସ୍ୱାର୍ଥ ପାଇଁ 'ଗୋଟିଏ ଦେଶ, ଗୋଟିଏ ଭୋଟର ତାଲିକା' ବ୍ୟବସ୍ଥା କରାଯାଉ। ସାଂସଦ ବିନୋଦ କୁମାର ସୋନକର ଲୋକସଭାର ଶୀତକାଳୀନ ଅଧିବେଶନରେ (Lok Sabha Winter Session) ନିୟମ ୩୭୭ ଅନୁଯାୟୀ ଏହି ଦାବି ଉପସ୍ଥାପନ କରିଛନ୍ତି।


ବିଜେପି ସାଂସଦ ବିନୋଦ କୁମାର ସୋନକର ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ବିଭିନ୍ନ ନିର୍ବାଚନ ପାଇଁ ପୃଥକ ପୃଥକ ଭୋଟର ତାଲିକା ପ୍ରସ୍ତୁତ କରିବାରେ ସରକାରଙ୍କ ଖର୍ଚ୍ଚ ବଢିଥାଏ। ଏହା ଦ୍ୱାରା ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୋଇଥାଏ। କେବେଳ ଏତିକି ନୁହେଁ ଏହା ଦ୍ୱାରା ମତାଦାତାଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି ହୁଏ। ଯାହା ଗଣତନ୍ତ୍ରକୁ ଦୁର୍ବଳ କରିଥାଏ। ବିଜେପି ସାଂସଦ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) "ଗୋଟିଏ ଦେଶ, ଗୋଟିଏ ନିର୍ବାଚନ" (One Nation One Election) ବିଷୟରେ କହିଛନ୍ତି। ସେହିଭଳି, " ଗୋଟିଏ ଦେଶ, ଗୋଟିଏ ଭୋଟର ତାଲିକା' ମଧ୍ୟ ରହିବା  ଆବଶ୍ୟକ। ଏହା ଦେଶ ତଥା ଗଣତନ୍ତ୍ର ସପକ୍ଷରେ ରହିବ।