Lionel Messi Order 35 gold iphones: ବିଶ୍ୱର ଶ୍ରେଷ୍ଠ ତଥା କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ(Lionel Messi) ନେତୃତ୍ୱରେ ଆର୍ଜେଣ୍ଟିନା ଫିଫା ବିଶ୍ୱକପ ୨୦୨୨ ଟାଇଟଲ ଜିତିଥିଲା(Fifa world cup Argentina won)। ୩୭ ବର୍ଷର ପ୍ରତୀକ୍ଷା ପରେ କରିବା ପରେ, ଏହି ଦଳ ପୂନର୍ବାର ଚାମ୍ପିୟନ୍ ହେବାର ଗୌରବ ଅର୍ଜନ କରିଥିଲା। ଫାଇନାଲରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ପରାସ୍ତ କରି କତାରରେ ଅନୁଷ୍ଠିତ ବିଶ୍ୱକପ ଟ୍ରଫିରେ କବଜା କରିଥିଲା। ତେବେ ଏହି ଐତିହାସିକ ବିଜୟ ପରେ ଅଧିନାୟକ ମେସି ତାଙ୍କ ବିଜୟୀ ଟିମକୁ ବହୁମୂଲ୍ୟ ଉପହାର ଦେବାକୁ ଯାଉଛନ୍ତି । ଏହି ଉପହାର ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।


COMMERCIAL BREAK
SCROLL TO CONTINUE READING

ଅନ୍ତର୍ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ମେସି ୨୪-କ୍ୟାରେଟ ସୁନାର ପ୍ରାୟ ୩୫ଟି ଆଇଫୋନ୍(Gold iphone) ଅର୍ଡ଼ର କରିଛନ୍ତି। ଭାରତୀୟ ମୁଦ୍ରା ଅନୁଯାୟୀ ଏହାର ମୂଲ୍ୟ ପ୍ରାୟ ୧.୭୩ କୋଟି ଟଙ୍କା ହେବ। ଏହି ଫୋନରେ ଖୋଳାଳିଙ୍କ ନାମ, ସଂଖ୍ୟା ଓ ଆର୍ଜେଣ୍ଟିନା ଲୋଗୋ ରହିବ। ସୂଚନା ଅନୁଯାୟୀ, ମେସି ଶନିବାର ଦିନ ତାଙ୍କ ପ୍ୟାରିସ ଆପାର୍ଟମେଣ୍ଟରେ ଥିବା ସମସ୍ତ ସାଥୀ ଖେଳାଳିଙ୍କୁ ଏହି ଉପହାର ଦେବେ। ଏନେଇ iDesign Goldର ସିଇଓ(CEO) ବେନ କହିଛନ୍ତି ଯେ, ଲିଓନେଲ କେବଳ ଜଣେ ମହାନ ଖେଳାଳି ନୁହଁନ୍ତି ବରଂ ସେ ଜଣେ IDESIGNର ଗୋଲ୍ଡର ଜଣେ ବିଶ୍ୱସ୍ତ ଗ୍ରାହକ ମଧ୍ୟ ଅଟନ୍ତି। ବିଶ୍ୱକପ ଫାଇନାଲର ପ୍ରାୟ ଦୁଇ ମାସ ପରେ ମେସି ତାଙ୍କ ସହ ଯୋଗାଯୋଗ କରିଥିଲେ। ସେ କହିଛନ୍ତି ଯେ, ମେସି ଏହି ମହାନ ବିଜୟ ପରେ ତାଙ୍କ ଦଳର ସମସ୍ତ ଖେଳାଳି ଓ କର୍ମଚାରୀଙ୍କୁ ଏକ ବିଶେଷ ଉପହାର ଦେବାକୁ ଚାହୁଁଥିଲେ। ତେଣୁ ବେନ୍ ମେସିଙ୍କୁ ଏକ ଖେଳାଳିଙ୍କୁ ସେମାନଙ୍କ ନାମ ସହିତ ଏକ ସୁନାର ଆଇଫୋନ୍ ଉପହାର ଦେବାର ପ୍ରସ୍ତାବ ଦେଇଥିଲେ । ଏଥିରେ ରାଜି ହୋଇଥିଲେ ମେସି।  ତେବେ ଖୁବଶୀଘ୍ର ମେସି ଏହି ଉପହାର ତାଙ୍କ ସାଥୀ ଖେଳାଳିଙ୍କୁ ଦେବେ ବୋଲି ଚର୍ଚ୍ଚା ହେଉଛି ।