କୋଲକାତା: ଉତ୍ତରପ୍ରଦେଶ (Uttar Pradesh) ପରେ ସବୁଠୁ ଅଧିକ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟାରେ ପଶ୍ଚିମବଙ୍ଗ (West Bengal) ଦ୍ୱିତୀୟ ସ୍ଥାନରେ ରହିଛି । ଇକୋନୋମି ରିସର୍ଚ୍ଚ ଏଜେନ୍ସି ICRIER ଓ ଆଇନ ସଂସ୍ଥା PLR ଚାମ୍ବରସର ମିଳିତ ଗବେଷଣାରେ ଏହି ତଥ୍ୟ ସାମ୍ନାକୁ ଆସିଛି । 


COMMERCIAL BREAK
SCROLL TO CONTINUE READING

୧୪ କୋଟି ଲୋକ ପିଇଥାନ୍ତି ମଦ
ଗବେଷଣା ଅନୁଯାୟୀ ପଶ୍ଚିମବଙ୍ଗରେ ପ୍ରାୟ ୧୪ କୋଟି ଲୋକ ମଦ୍ୟପାନ କରନ୍ତି । ଏହି ରାଜ୍ୟର ୩ ପ୍ରମୁଖ ରାଜସ୍ୱ ଅର୍ଜନ କରୁଥିବା କ୍ଷେତ୍ର ମଧ୍ୟରୁ ଏହା ଅନ୍ୟତମ । ଏଥିରେ କୁହାଯାଇଛି ଯେ ରାଜ୍ୟରେ ପ୍ରାଇସ ମଡେଲକୁ ନିକଟରେ ପରିବର୍ତ୍ତନ କରାଯାଇଛି । ଏହା ମୁକ୍ତ ବଜାର ତଳେ ଏକ୍ସ-ଡିଷ୍ଟିଲରି ମୂଲ୍ୟ (EDP) ଭାବରେ ନାମିତ । ମଦ ଉପରେ ଟିକସ ବୃଦ୍ଧି ହୋଇଛି, ଯାହା ଶିଳ୍ପ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ । ଏଥି ସହିତ ଖୁଚୁରା ମୂଲ୍ୟରେ କ୍ରମାଗତ ବୃଦ୍ଧି ଯୋଗୁଁ ରାଜ୍ୟରେ ଇଣ୍ଡିଆନ୍ ମେଡ୍ ବିଦେଶୀ ଲିକୋର (IMFL) ବିକ୍ରିରେ ହ୍ରାସ ଘଟିଛି ।


ଅଧିକ ପଢ଼ନ୍ତୁ: ୮ ଲକ୍ଷ PSU କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର! ଅଗଷ୍ଟରେ ଆସିବ ବର୍ଦ୍ଧିତ ଦରମା


ଅଧିକ ପଢ଼ନ୍ତୁ: କୋରୋନା ଆଗରେ ଟିକାର ଦୁଇଟି ଡୋଜ ଫେଲ୍! 'ତୃତୀୟ ଡୋଜ୍' ପାଇଁ ଏଠାରେ ମିଳିଲା ମଞ୍ଜୁରୀ


୩ ବର୍ଷରେ ୬.୮% ବୃଦ୍ଧି ପାଇଛି ମଦ ବିକ୍ରି 
ରିପୋର୍ଟରେ କୁହାଯାଇଛି ଯେ ଗଣନା କରିବାର ପଦ୍ଧତିରେ ଯଦିଓ EDP ନିମ୍ନ ସ୍ତରରେ ରହିଛି, ତଥାପି ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରାଯାଇଛି । ମୂଲ୍ୟ ପରିବର୍ତ୍ତନ ଉପରେ ଗ୍ରାହକଙ୍କ ମତାମତ ଦୃଷ୍ଟିରୁ ଏହି ପ୍ରସଙ୍ଗର ସମୀକ୍ଷା କରାଯିବା ଆବଶ୍ୟକ । ମଦ୍ୟପାନ ପାଇଁ ଭାରତ ହେଉଛି ବିଶ୍ୱର ଦ୍ରୁତତମ ବୃଦ୍ଧି ପାଉଥିବା ବଜାର । ୨୦୨୦ ମସିହାରେ ଏହି ବଜାରର ଆକାର ଥିଲା ୫୨.୫ ବିଲିୟନ ଡ଼ଲାର୍ । ମଦ ବଜାରରେ ୨୦୨୦ ରୁ ୨୦୨୩ ପର୍ଯ୍ୟନ୍ତ ବାର୍ଷିକ ୬.୮ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ଆକଳନ କରାଯାଇଛି । ୨୦୧୫-୧୬ ରୁ ୨୦୧୮-୧୯ ମଧ୍ୟରେ ଦେଶରେ ମଦ ଉତ୍ପାଦନ ପ୍ରାୟ ୨୩.୮ ପ୍ରତିଶତ ବୃଦ୍ଧି ପାଇଛି । ଏହି କ୍ଷେତ୍ର ପ୍ରାୟ ୧୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି । ୨୦୧୯ ମସିହାରେ ଏହି କ୍ଷେତ୍ରର ବିକ୍ରୟ କାରବାର ୪୮.୮ ବିଲିୟନ ଡ଼ଲାର ଥିଲା ।