Liquor Prohibited On 26 January: ଦିନ କେଇଟା ପରେ ଦେଶ ପାଳିବ ଗଣତନ୍ତ୍ର ଦିବସ । ଏଥର କିନ୍ତୁ ଗଣତନ୍ତ୍ର ଦିବସରେ ମଦ ବିକ୍ରି ଉପରେ ନୂଆ ନିୟମ ଲାଗୁ କରିଛନ୍ତି ଦିଲ୍ଲୀ ସରକାର (Delhi Government) । ଚଳିତ ବର୍ଷ ରାଜଧାନୀରେ ଗଣତନ୍ତ୍ର ଦିବସରେ ସମସ୍ତ ବାର ଓ ରେସ୍ତୋରାଁରେ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଶାନ୍ତି ଶୃଙ୍ଖଳା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଏଭଳି ନୂଆ ନିୟମ ଲାଗୁ କରୁଛନ୍ତି କେଜ୍ରିୱାଲ ସରକାର । ପ୍ରଥମେ ୨୬ ଜାନୁୟାରୀକୁ ଡ୍ରାଏ ଡ୍ରେ ଘୋଷଣା କରାଯାଇଥିଲେ ମଧ୍ୟ ବାର ଓ ରେସ୍ତୋରାଁ ଉପରେ କୌଣସି ନିୟମ ଲାଗୁ ହୋଇନଥିଲା । ପ୍ରଥମ ଥର ପାଇଁ ଦିଲ୍ଲୀରେ ଏଭଳି ନିୟମ ଜାରି କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଏହା ସହ ମହାଶିବରାତ୍ରି, ରାମ ନବମୀ, ହୋଲିରେ, ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଓ ଗୁରୁ ରବିଦାସ ଜୟନ୍ତୀକୁ ମଧ୍ୟ ଡ୍ରାଏ ଡେ ଘୋଷଣା କରାଯାଇଛି । ଏହି ସବୁ ଦିନରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ରହିଥିବା ବେଳେ ମଦ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିବ । ଅବକାରୀ ବିଭାଗ (Excise Department) ପକ୍ଷରୁ ୧ ଜାନୁୟାରୀ ୨୦୨୩ରୁ ୩୧ ମାର୍ଚ୍ଚ ୨୦୨୩ ଯାଏଁ ଡ୍ରାଏ ଡେ ଘୋଷଣା କରିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିଲା।


ଏଥି ମଧ୍ୟରୁ ଦିଲ୍ଲୀ ସରକାର (Delhi Government) ୨୬ ଜାନୁୟାରୀ ଗଣତନ୍ତ୍ର ଦିବସ, ୫ ଫେବୃୟାରୀ ଗୁରୁ ରବିଦାସ ଜୟନ୍ତୀ, ୧୫ ଫେବୃୟାରୀ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜୟନ୍ତୀ, ୮ ମାର୍ଚ୍ଚ ହୋଲି ଓ ୩୦ ମାର୍ଚ୍ଚ ରାମ ନବମୀକୁ ଡ୍ରାଏ ଡେ ଘୋଷଣା କରିଛନ୍ତି । ଏସବୁ ଦିନରେ ମଦ ବିକ୍ରି(Liquor Prohibited) ଉପରେ କଟକଣା ଜାରି କରାଯାଇଛି ।


ଦିଲ୍ଲୀ ସରକାର ପ୍ରତି ୩ ମାସରେ ଥରେ ଡ୍ରାଏ ଡ୍ରେ ତାଲିକା ଜାରି କରନ୍ତି । ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ପୁରୁଣା ଏକ୍ସାଇଜ ବ୍ୟବସ୍ଥା ଯାହା ଗତବର୍ଷ ସେପ୍ଟମ୍ୱର ୧ ତାରିଖ ଏକ୍ସାଇଜ ପଲିସି(Excise Poloicey) ୨୦୨୧-୨୨କୁ ବଦଳାଯାଇଥିଲା ଏଥିରେ ପୂରା ବର୍ଷରେ ପ୍ରାୟ ୨୧ଟି ଡ୍ରାଏ ଡେ ରହିଛି। ଅକ୍ଟୋବର ୨୦୨୨ରେ ଦିଲ୍ଲୀ ସରକାର ଦିପାବଳୀ,  ଇଦ୍ ମିଲାଦ-ଉନ- ନାବି ଓ ଭାଲମିକ ଜୟନ୍ତୀଙ୍କୁ ଡ୍ରାଏ ଡେ(Dry Day) ଭାବେ ଘୋଷଣା କରିଥିଲେ ।


Also Read: Sourav Ganguly: ସୌରଭ ଗାଙ୍ଗୁଲିଙ୍କ ବାୟୋପିକକୁ ନେଇ ଆସିଲା ବଡ ଅପଡେଟ୍, ଯାହାକୁ ନେଇ ଖୁସିରେ ନାଚି ଉଠିଲେ ଫ୍ୟାନ୍ସ