ନୂଆଦିଲ୍ଲୀ: LPG Gas Cylinder Price Hike: ସାଧାରଣ ଜନତାଙ୍କୁ ପୁଣି ଥରେ ଜୋରଦାର ଝଟକା ଲାଗିଛି । ଚଳିତ ମାସ ଅର୍ଥାତ ମେ'ରେ ଦ୍ୱିତୀୟ ଥର ପାଇଁ ଏଲପିଜି ସିଲିଣ୍ଡରର ଗ୍ରାହକମାନଙ୍କ ପକେଟ ଉପରେ ବୋଝ ବଢ଼ିବ । ଘରୋଇ LPG ସିଲିଣ୍ଡର  (Domestic LPG Cylinder) ପୁଣି ଥରେ ମହଙ୍ଗା ହୋଇଛି । ଏହାସହ ବ୍ୟବସାୟିକ ସିଲିଣ୍ଡର (Commercial Gas Cylinders) ର ମୂଲ୍ୟ ମଧ୍ୟ ଆଜିଠାରୁ ଅର୍ଥାତ୍ ମେ' ୧୯ରୁ ବୃଦ୍ଧି ପାଇଛି । ଏହି ମାସରେ ଦ୍ୱିତୀୟ ଥର ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି । ଏହା ପୂର୍ବରୁ ମେ' ୭ରେ ଘରୋଇ ସିଲିଣ୍ଡରରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ଓ ଆଜି ମଧ୍ୟ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି (LPG Price Hike) କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ପେଟ୍ରୋଲ ଓ ଡିଜେଲ ସହିତ ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧିର ଯନ୍ତ୍ରଣା ଭୋଗୁଥିବା ଲୋକମାନେ ମଧ୍ୟ ଏଲପିଜି ମୂଲ୍ୟ ବୃଦ୍ଧିରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚଳିତ ମାସ ଅର୍ଥାତ ମେ' ୭ରେ ହିଁ ଘରୋଇ LPG ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏହି କାରଣରୁ ଦେଶର ଅଧିକାଂଶ ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ଅତିକ୍ରମ କରିଛି, କିନ୍ତୁ ଦିଲ୍ଲୀ ପଛରେ ରହିଯାଇଥିଲା । ଆଜି ଯେତେବେଳେ ଘରୋଇ LPG ସିଲିଣ୍ଡରର ମୂଲ୍ୟ ୩.୫୦ ଟଙ୍କା ବୃଦ୍ଧି କରାଯାଇଥିଲା, ସେତେବେଳେ ଏହି ବ୍ୟବଧାନ ଦୂର ହୋଇଛି ।


ବର୍ତ୍ତମାନ ସମଗ୍ର ଦେଶରେ ଘରୋଇ LPG ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ପାର କରିଛି । ଆପଣଙ୍କୁ କହି ରଖୁଛୁ ଯେ, ଗତ ଏକ ବର୍ଷ ମଧ୍ୟରେ ଦିଲ୍ଲୀର ଘରୋଇ ଏଲପିଜି ସିଲିଣ୍ଡର ୮୦୯ରୁ ୧୦୦୩ ଟଙ୍କାକୁ ପହଞ୍ଚିଯାଇଛି । ଆଜିଠାରୁ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀ ଓ ମୁମ୍ବାଇରେ ୧୦୦୩ ଟଙ୍କା, କୋଲକାତାରେ ୧,୦୨୯ ଟଙ୍କା, ଭୁବନେଶ୍ୱରରେ ମଧ୍ୟ ୧,୦୨୯ ଟଙ୍କା ଏବଂ ଚେନ୍ନାଇରେ ୧, ୦୧୮ ଟଙ୍କାରେ ମିଳିବ ।


ଏହା ବି ପଢ଼ନ୍ତୁ:-ଦୁଷ୍କର୍ମ ପରେ ପୀଡ଼ିତାଙ୍କ କ'ଣ ପାଇଁ କରାଯାଇଥାଏ 'ଟୁ ଫିଙ୍ଗର ଟେଷ୍ଟ୍', ଜାଣନ୍ତୁ ଏହା ପଛର କାରଣ


ଏହା ବି ପଢ଼ନ୍ତୁ:-ଋଷର ଯୁଦ୍ଧ ଧମକକୁ ବେଖାତିର! ୭୦ ବର୍ଷୀୟ ପୁଟିନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ଦୁନିଆର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ


ସେପଟେ ମେ' ୭ରେ ଏଲପିଜି ଦରରେ ପରିବର୍ତ୍ତନ ଯୋଗୁଁ ଘରୋଇ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ମହଙ୍ଗା ହୋଇଥିବାବେଳେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ପ୍ରାୟ ୧୦ ଟଙ୍କା ଶସ୍ତା ହୋଇଥିଲା । କିନ୍ତୁ ଆଜି ଏହାର ଦରରେ ୧୦ ଟଙ୍କା ବୃଦ୍ଧି କରାଯାଇଛି । ବର୍ତ୍ତମାନ ୧୯ କିଲୋଗ୍ରାମ ସିଲିଣ୍ଡର ଦିଲ୍ଲୀରେ ୨୩୫୪ ଟଙ୍କା, କୋଲକାତାରେ ୨୪୫୪ ଟଙ୍କା, ମୁମ୍ବାଇରେ ୨୩୦୬ ଟଙ୍କା ଏବଂ ଚେନ୍ନାଇରେ ୨୫୦୭ ଟଙ୍କାରେ ବିକ୍ରି ହେଉଛି ।


କହିରଖୁଛୁ ଯେ, ମେ' ୧ରେ ବ୍ୟବସାୟିକ ସିଲିଣ୍ଡର (Commercial LPG Gas Cylinder) ରେ ୧୦୨.୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏହା ପୂର୍ବରୁ ଏପ୍ରିଲ୍ ପ୍ରଥମ ଦିନରେ LPG ସିଲିଣ୍ଡରର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ବାସ୍ତବରେ, ଅଧିକାଂଶ ବ୍ୟବସାୟିକ ସିଲିଣ୍ଡରଗୁଡିକ ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକ ଦ୍ୱାରା ବ୍ୟବହୃତ ହୁଏ । ଯାହା ସେମାନଙ୍କ ମାସିକ ବଜେଟକୁ ଖରାପ କରିଦେବ । ବିବାହର ସିଜନରେ ଏହି ସିଲିଣ୍ଡରଗୁଡ଼ିକର ବିଶେଷ ଆବଶ୍ୟକତା ରହିଥାଏ । ଯେଉଁଥିପାଇଁ କ୍ୟାଟରିଂ ସେବା ଲୋକମାନେ ମଧ୍ୟ ସେମାନଙ୍କର ମୂଲ୍ୟ ବୃଦ୍ଧି କରିପାରନ୍ତି ।