New Army Chief ; ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ନୂତନ ସ୍ଥଳସେନା ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି।କେନ୍ଦ୍ର ସରକାର ଦ୍ଵିବେଦୀଙ୍କୁ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି।ବର୍ତ୍ତମାନର ସେନାର ମୁଖ୍ୟ ଥିବା ଜେନେରାଲ ମନୋଜ ସି ପାଣ୍ଡେ ଜୁନ୍ ୩୦ ରେ ଅବସର ନେଉଛନ୍ତି। ଉପେନ୍ଦ୍ର ଦ୍ୱିବେଦୀ ବର୍ତ୍ତମାନ ସ୍ଥଳସେନା ର ଉପମୁଖ୍ୟ ଥିବାବେଳେ  ଆସନ୍ତା ଜୁନ୍ ୩୦ ଅପରାହ୍ନରେ ସେ ସେନା ମୁଖ୍ୟ ଭାବରେ କାର୍ଯ୍ୟଭାର। ଗ୍ରହଣ କରିବେ।


COMMERCIAL BREAK
SCROLL TO CONTINUE READING

ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ୧୯୬୪  ମସିହା ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ।ଦ୍ୱିବେଦୀ ସାଇନିକ୍ ସ୍କୁଲ୍ ରେୱା, ନ୍ୟାସନାଲ ଡିଫେନ୍ସ କଲେଜ ଏବଂ ଆମେରିକାର ଆର୍ମି ଯୁଦ୍ଧ କଲେଜରୁ ସ୍ନାତକ ହାସଲ କରିଛନ୍ତି। ସେ DSSC ୱେଲିଙ୍ଗଟନ୍ ଏବଂ ଆର୍ମି ୱାର୍ କଲେଜ୍ (ମୋହୋ)ରେ ପାଠ୍ୟକ୍ରମ ସମାପ୍ତ କରିଛନ୍ତି। ସେ ପ୍ରତିରକ୍ଷା ଏବଂ ପରିଚାଳନା ଅଧ୍ୟୟନରେ ଏମ.ଫିଲ ଏବଂ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ଏବଂ ମିଲିଟାରୀ ସାଇନ୍ସରେ ଦୁଇଟି ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।


ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ପରମ ବିଶ୍ୱ ସେବା ପଦକ (ପିଭିଏସ୍ଏମ୍), ଅଟୀ ବିଶ୍ୱ ସେବା ପଦକ (AVSM) ଏବଂ ତିନୋଟି GOC-in-C ସାଇଟେସନ୍ ପ୍ରଦାନ କରାଯାଇଛି।


ଚଳିତବର୍ଷ ଫେବ୍ରୁଆରି ୧୯ରେ ସେ ସ୍ଥଳସେନା ଉପମୁଖ୍ୟ ଦାୟିତ୍ବ ନେଇଥିଲେ। ମଧ୍ୟପ୍ରଦେଶ ରେୱାସ୍ଥିତ ସୈନିକ ସ୍କୁଲର ସେ ଆଲୁମ୍‌ନି। ୧୯୮୪ରେ ସେ ୧୮ ଜମ୍ମୁ-କଶ୍ମୀର ରାଇଫଲ୍‌ସରେ ଯୋଗଦେଇଥିଲେ। ସେନାରେ ଦୀର୍ଘ ୩୯ ବର୍ଷର କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ମନୋଜ ସି ପାଣ୍ଡେଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍‌ ୩୦ ତାରିଖରେ ଶେଷ ହେଉଛି।


ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ପରମ ବିଶ୍ୱ ସେବା ପଦକ (ପିଭିଏସ୍ଏମ୍), ଅଟୀ ବିଶ୍ୱ ସେବା ପଦକ (AVSM) ଏବଂ ତିନୋଟି GOC-in-C ସାଇଟେସନ୍ ଭାବେ ସମ୍ମାନିତ ମଧ୍ୟ ହୋଇଛନ୍ତି।


ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ 'ବର୍ତ୍ତମାନର ଡେପୁଟି ଆର୍ମି ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ପରବର୍ତ୍ତୀ ସେନା ମୁଖ୍ୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତାଙ୍କ ନିଯୁକ୍ତି ଜୁନ୍ ୩୦ ରୁ କାର୍ଯ୍ୟକାରୀ ହେବ।