ନୂଆଦିଲ୍ଲୀ: କୋରୋନା ଭୂତାଣୁର ନୂଆ ଲହର (Second Wave of Coronavirus) ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହି ପ୍ରସଙ୍ଗରେ ସୋମବାର ମାଡ୍ରାସ ହାଇକୋର୍ଟ (Madras High Court) ରେ ଶୁଣାଣି ହୋଇଛି । କୋରୋନା ଦ୍ୱିତୀୟ ଲହର ପାଇଁ ହାଇକୋର୍ଟ ନିର୍ବାଚନ ଆୟୋଗକୁ ଦାୟୀ କରିଛନ୍ତି । କାରଣ କୋରୋନା ସଙ୍କଟ (COVID-19 Crisis) ପରେ ମଧ୍ୟ ନିର୍ବାଚନ ଆୟୋଗ (Election Commission) ନିର୍ବାଚନ ରାଲି (Election Rally) ବନ୍ଦ କରି ନାହାଁନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଏବେ RCB ପାଇଁ ଆସିଲା ଖରାପ ଖବର, IPL ରୁ ବାହାର ହେଲେ ଏହି ୨ ଖେଳାଳି


ମାଡ୍ରାସ ହାଇକୋର୍ଟର ପ୍ରଧାନ ବିଚାରପତି ଏସ୍ ବାନାର୍ଜୀ (Madras High Court Chief Justice S. Banerjee) ଶୁଣାଣି ସମୟରେ କହିଛନ୍ତି ଯେ, କୋରୋନାର ଦ୍ୱିତୀୟ ଲହରୀ ପାଇଁ ନିର୍ବାଚନ ଆୟୋଗ ଦାୟୀ । କୋର୍ଟ କହିଛନ୍ତି ଯେ ଯଦି ନିର୍ବାଚନ ଆୟୋଗର ଅଧିକାରୀଙ୍କ ଉପରେ ମର୍ଡର ଚାର୍ଜ ଲଗାଯାଏ ତେବେ ଏହା ଭୁଲ ହେବ ନାହିଁ ।


ଅଧିକ ପଢ଼ନ୍ତୁ:-କେଉଁମାନଙ୍କୁ ଲଗାଇବା ଉଚିତ ନୁହେଁ କୋରୋନା ଟିକା Covishield ଓ Covaxin, ଜାଣନ୍ତୁ ଗାଇଡଲାଇନ୍


କୋର୍ଟରେ ନିର୍ବାଚନ ଆୟୋଗ ଜବାବ ଦେଇ କହିଛି ଯେ ସେମାନଙ୍କ ତରଫରୁ କୋଭିଡ୍ ଗାଇଡଲାଇନ୍ ପାଳନ କରାଯାଇଛି, ଭୋଟ ଦିନ ମଧ୍ୟ ଏହି ନିୟମ ପାଳନ କରାଯାଇଛି । ଅଦାଲତ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଉ ପଚାରିଛନ୍ତି ଯେ ଯେତେବେଳେ ପ୍ରଚାର ହେଉଥିଲା, ସେତେବେଳେ ନିର୍ବାଚନ ଆୟୋଗ ଅନ୍ୟ ଗ୍ରହରେ ଥିଲା କି ।


କୋର୍ଟ ଦେଲେ କଡ଼ା ଚେତାବନୀ 


କୋର୍ଟ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଯଦି ମେ ୨ରେ କୋଭିଡ ସହ ଜଡିତ ଗାଇଡଲାଇନ୍ସ ପାଳନ ନହୁଏ ଓ ଏହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ନହୁଏ ତେବେ ସେ ଭୋଟ୍ ଗଣନା ଉପରେ ପ୍ରତିବନ୍ଧକ ଲଗାଇ ଦେବେ ।


ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସମସ୍ୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଚିନ୍ତାର ବିଷୟ ଏହା ହେଉଛି ଯେ କୋର୍ଟକୁ ଏହା ମନେ ପକାଇ ଦେବାକୁ ପଡୁଛି । ଏଥର ପରିସ୍ଥିତି ଏପରି ହୋଇଛି ଯେ ଜୀବିତ ରହିବାକୁ ଜଣଙ୍କୁ ସଂଘର୍ଷ କରିବାକୁ ପଡୁଛି ।


ହାଇକୋର୍ଟ ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ତାକୁ ସ୍ୱାସ୍ଥ୍ୟ ସଚିବଙ୍କ ସହ ଯୋଜନା ପ୍ରସ୍ତୁତ କରିବା ଉଚିତ ଓ କାଉଣ୍ଟିଂ ଦିନ ପାଇଁ ପ୍ରସ୍ତୁତ ହେବା ଉଚିତ । ଏପ୍ରିଲ ୩୦ ସୁଦ୍ଧା ଯୋଜନା ପ୍ରସ୍ତୁତ କରିବାକୁ ହାଇକୋର୍ଟ କହିଛନ୍ତି ।


ଆପଣଙ୍କୁ କହିରଖୁଛୁ ଯେ, କୋରୋନା ଅବଧି ସମୟରେ ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ୪ଟି ରାଜ୍ୟରେ ନିର୍ବାଚନ ଶେଷ ହୋଇଥିବାବେଳେ ବଙ୍ଗଳାରେ ମତଦାନ ଚାଲିଛି । ନିର୍ବାଚନ ରାଜ୍ୟଗୁଡିକରେ ଭୋଟ୍ ଶେଷ ହେବା ପରେ କୋରୋନା ମାମଲା ବୃଦ୍ଧି ହେତୁ ଅନେକ ପ୍ରତିବନ୍ଧକ ଲଗାଯାଇଛି ।