ନୂଆଦିଲ୍ଲୀ: ଅଖିଳ ଭାରତ ଅଖାଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି (Mahant Narendra Giri) ଙ୍କ ମୃତଦେହର ପୋଷ୍ଟମର୍ଟମ ଶେଷ ହୋଇସାରିଛି । ପାଞ୍ଚ ଜଣ ଡାକ୍ତରଙ୍କ ଏକ ଟିମ୍ ଦୁଇ ଘଣ୍ଟା ଧରି ପୋଷ୍ଟମର୍ଟମ କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟକୁ ପ୍ରୟାଗରାଜ ପୋଲିସକୁ ହସ୍ତାନ୍ତର କରାଯାଇଛି । ମହନ୍ତ ନରେନ୍ଦ୍ର ଗିରିଙ୍କ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଫାଶୀ ବୋଲି କୁହାଯାଇଛି ।


COMMERCIAL BREAK
SCROLL TO CONTINUE READING

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଏସଆଇଟି ତାଙ୍କର ଚାରିଜଣ ସୁରକ୍ଷା କର୍ମୀଙ୍କୁ ପଚରାଉଚରା କରିଛି । ସୂଚନା ଅନୁଯାୟୀ, ଏହି ସମସ୍ତ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇପାରେ । ସେପଟେ ବାଘମ୍ବ୍ରି ଗଦ୍ଦି ପ୍ରୟାଗରାଜରେ ଅଖାଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଭୂ-ସମାଧି ଦିଆଯିବ । ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି । ଦେଶର ବିଭିନ୍ନ ମହାମଣ୍ଡେଳଶ୍ୱର ଓ ୧୩ ଅଖାଡ଼ା ସାଧୁ ସନ୍ଥ ପ୍ରୟାଗଜରାଜ ପହଞ୍ଚିଛନ୍ତି । ଅଖିଲ ଭାରତୀୟ ଅଖାଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କୁ ସଂଗମରେ ସ୍ନାନ କରାଇବା ପରେ  ସମାଧି ଦିଆଯିବ ।


ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ZEE NEWS ସହିତ ଏକ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିପାରନ୍ତି ନାହିଁ । ସେ କହିଛନ୍ତି ଯେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ୟୁପି ସରକାର ଓ ପୋଲିସ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ।


ସେପଟେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଆଉ ଏକ ଆବେଦନ କରାଯାଇଛି । ଓକିଲ ଅଭିଷେକ ଶୁକ୍ଲା ଏହି ପିଟିସନ ଦାଖଲ କରିଛନ୍ତି ।


ସୂଚନାଯୋଗ୍ୟ, ସୋମବାର ପ୍ରୟାଗରାଜର ଅଖାଡ଼ା ପରିଷଦର ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ଦେହାନ୍ତ ହୋଇଛି । ବାଘମ୍ବରୀ ମଠରୁ ମହନ୍ତଙ୍କ ଝୁଲନ୍ତା ମୃତ ଶରୀର ଉଦ୍ଧାର କରାଯାଇଥିଲା ।  ମହନ୍ତ ନରେନ୍ଦ୍ର ଗିରି (Mahanta Narendra Giri) ଙ୍କ ମୃତଦେହ ନିକଟରେ ଏକ ଆତ୍ମହତ୍ୟା ନୋଟ ମିଳିଥିବା ପୋଲିସ କହିଛି । ଯେଉଁଥିରେ ଏକ ପ୍ରକାର ଉତ୍ତରାଧିକାରୀ (Wills) ବିଷୟରେ ଲେଖାଯାଇଥିଲା । ପୋଲିସ ଏହା ମଧ୍ୟ କହିଛି ଯେ, ମହନ୍ତ ନରେନ୍ଦ୍ର ଗିରି ତାଙ୍କର ଜଣେ ଶିଷ୍ୟଙ୍କ ଉପରେ ବିରକ୍ତ ହୋଇଥିଲେ । ଏହି ମାମଲାରେ ତାଙ୍କର ଜଣେ ଶିଷ୍ୟ ଆନନ୍ଦ ଗିରି (Anand Giri) ଙ୍କୁ ସୋମବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର (Uttar Pradesh) ହରିଦ୍ୱାରରୁ ପୋଲିସ ଗିରଫ କରିଥିଲା । ମାମଲା ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି ।


ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ପାଇଁ କାମର ଖବର: ମହୁରେ ଏହି ଜିନିଷ ମିଶାଇ କରନ୍ତୁ ସେବନ, ଆପଣଙ୍କୁ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ...