Maharashtra News: ମହାରାଷ୍ଟ୍ର ପୋଲିସକୁ ବଡ଼ ସଫଳତା। ପୋଲିସ୍ ଗୁଳିରେ ଟଳିପଡିଲେ ୪ ନକ୍ସଲ। ଏ-ବେବି ନକ୍ସଲଙ୍କୁ ନିପାତ କରିବା ପାଇଁ ମହାରାଷ୍ଟ୍ରର ଗାଡ଼ଚିରୋଲି ଜଙ୍ଗଲରେ କୁମ୍ବିଂ ଅପରେସନ୍ ଜାରି ରହିଛି।  ସୂଚନା ଅନୁସାରେ, ଗାଡଚିରୋଲିରେ ଜଙ୍ଗଲରେ ନକ୍ସଲ ଲୁଚି ରହିଥିବାର ଖବର ପାଇଥିଲେ ସୁରକ୍ଷାକର୍ମ। ଏହାପରେ ପୂର୍ବ ଯୋଜନା ମୁତାବକ ସୁରକ୍ଷାକର୍ମୀ ଓ ପୋଲିସ୍ ପୂରା ଜଙ୍ଗଲକୁ ଘେରି ପକାଇଥିଲା। ଏହାପରେ ପ୍ରଥମେ ନକ୍ସଲମାନେ ସୁରକ୍ଷା କର୍ମୀଙ୍କୁ ଗୁଳିଚାଳନା କରିଥିଲେ। ପରେ ସୁରକ୍ଷାକର୍ମୀମାନେ ବି ଏହାର ପ୍ରତିବଦଳରେ ଗୁଳି ଚଳାଇଥିଲେ। ଏଥିରେ ୪ ଜଣ ନକ୍ସଲ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଘଟଣାସ୍ଥଳରୁ ପୋଲିସ୍ ଗୋଟିଏ AK-47,କିଛି ବନ୍ଧୁକ ଜବତ କରିବା ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି। ଏବଂ ୪ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛି। ସୂଚନାଯୋଗ୍ୟ ଯେ, ମୃତ ନକ୍ସଲମାନଙ୍କ ମୁଣ୍ତ ଉପରେ ୩୬ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମିଳିଥିବା ସୂଚନା ମୁତାବକ ଏହି ନକ୍ସଲମାନେ ତେଲେଙ୍ଗାନା ସୀମା ପାର ହୋଇ ଗାଡଚିରୋଲିରେ ଅନୁପ୍ରବେଶ କରିଥିଲେ।  ସମ୍ଭବତଃ ଆଗାମୀ ଲୋକସଭା ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଏହା ଏକ ବଡ ଷଡଯନ୍ତ୍ର କରିଥିଲେ। ତେବେ, ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।