Maharastra Politics: ନୂଆଦିଲ୍ଲୀ: ନିର୍ବାଚନ ପରେ ବହୁମତ ପାଇ ସୁଦ୍ଧା କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସ୍ପଷ୍ଟ କରିପାରୁନି ମହାରାଷ୍ଟ୍ରର ମହାଯୁତି ସଂଗଠନ। ଏଥିଲାଗି ଆଜି ବିଧାୟକ ଦଳର ବୈଠକ ବସିବା ସମ୍ଭାବନା ରହିଛି। ଯଦିଓ ବିଜେପିରୁ ଏଥର ଦେବେନ୍ଦ୍ର ଫଡ୍‍ନାଭିସ୍‍ଙ୍କ ନାଁରେ ନେତୃତ୍ୱ ମୋହର ମାରିଥିବା ନେଇ ଚର୍ଚ୍ଚା ହେଉଛି କିନ୍ତୁ ଏନେଇ  କୌଣସି ଘୋଷଣା କରାଯାଇ ନାହିଁ। ଅପରପକ୍ଷେ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜକୁ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେବେ କି ନା ସେ ନେଇ ମଧ୍ୟ ଅନେକ ଶଙ୍କା ଆଶଙ୍କା ସୃଷ୍ଟି ହୋଇଛି। ଏହି କ୍ଷେତ୍ରୟରେ ବିଧାୟକ ଦଳର ବୈଠକକୁ ଅପେକ୍ଷା କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ବିଜେପି ପକ୍ଷରୁ ସରକାର ଗଠନ ନେଇ ତାରିଖ ଘୋଷଣାକ ରାଯାଇଛି। ଆସନ୍ତା ୫ ତାରିଖରେ ଏଥିନେଇ ଶପଥ ଗ୍ରହଣ ତାରିଖ ଭାବେ ସ୍ଥିର କରାଯାଇଛି। ହେଲେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଉପରୁ ପର୍ଦ୍ଦା ଉଠିପାରି ନାହିଁ। 


ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ନୂତନ ମହାୟୁତି ସରକାରଙ୍କ ଶପଥ ଗ୍ରହଣ ସମାରୋହ ଧାର୍ଯ୍ୟ କରାଯାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେବେ। ବିଶାଳ ମତଦାନ ବିଜୟ ପରେ ଏହାର ସହଯୋଗୀ ବିଶେଷ କରି ଶିବସେନାଙ୍କ ଆକାଂକ୍ଷା ବଢ଼ୁଥିବାରୁ ଭାଜପା ସତର୍କତାର ସହ ଆଗକୁ ବଢୁଛି।


ହେଲେ ବିଧାୟକ ଦଳ ବୈଠକ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା  ଦେବେନ୍ଦ୍ର ଫଡନାଭିସଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଚୂଡାନ୍ତ ହୋଇଥିବା କହିଛନ୍ତି। ଏବେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭାଜପା ଚୟନକୁ ସମର୍ଥନ କରିବେ। ସେପଟେ ଗୃହ ମନ୍ତ୍ରଣାଳୟ ନ ଦିଆଯିବାରୁ ଅସନ୍ତୋଷ ପ୍ରକାଶ ପାଇଥିବା ଶିଡେ ସାତାର ନିଜ ଦେଶୀ ଭିଲ୍ଲା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି ବିଷୟରେ ନିରାଶ ନୁହଁନ୍ତି ଏବଂ ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରିବେ।