Paid Maternity Leave: ଆସିଛି ପାର୍ବଣ ଋତୁ । ପାର୍ବଣର ଏହି ଋତୁକୁ ଖାସ୍ ବନାଇବା ପାଇଁ ସବୁଠି ଆରମ୍ଭ ହୋଇଯାଇଛି ବମ୍ପର ଅଫରର ସୁଅ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ଦିଆଯାଉଛି ଛୋଟ ବଡ଼ ଅଫର ସହ ଡ଼ିସକାଉଣ୍ଟ। ତେବେ ଏସବୁ ଭିତରେ ପଛରେ ପଡ଼ିନି ଅଟୋମୋବାଇଲ ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (Mahindra and Mahindra) । କମ୍ପାନୀ ପକ୍ଷରୁ ପାର୍ବଣ ଆରମ୍ଭରୁ ନିଜ ମହିଳା କର୍ମଚାରୀଙ୍କ ପାଇଁ ଆଣିଛି ନିୟ୍ୟୁ ମାର୍ଟନିଟି ଲିଭ୍ ପଲିସି (New Maternity Leave policy)।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ନିଜର ମହିଳା କର୍ମଚାରୀଙ୍କ ପାଇଁ ନୂଆ ମାତୃତ୍ୱ ଛୁଟି ନିୟମ ଜାରି କରିଛି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା । କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ନୂତନ ମାଟିନିଟି ଲିଭ ପଲିସିରେ ମହିଳାମାନଙ୍କୁ ମାତୃତ୍ୱ ଛୁଟି ବାବଦରେ ଏଣିକି ୬ ମାସ ନୁହେଁ ବରଂ ୫ ବର୍ଷ ଯାଏଁ ଛୁଟି ମିଳିବ । ଏହି ନିୟମକୁ କମ୍ପାନୀ ‘କ୍ୟାରିୟର ଆଣ୍ଡ କେୟାର’ (carrier and care) ଯୋଜନାରେ ନାମିତ କରିଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସହିତ ଜଡିତ ସମସ୍ତ ମହିଳା କର୍ମଚାରୀଙ୍କୁ ଏହି ସୁବିଧା ମିଳିବ । ନିଜର ଏହି ନିୟମ ପାଇଁ ସାରା ଶିଳ୍ପ ଜଗତ ପ୍ରଶଂସା ମଧ୍ଯ ସାଉଁଟୁଛି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା। ସେହିପରି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାରଖାନାରେ କାମ କରୁଥିବା ମହିଳା କର୍ମଚାରୀମାନଙ୍କୁ ମଧ୍ୟ ଏହି ନୂତନ ମାତୃତ୍ୱ ନୀତି ଅଧୀନରେ ସୁରକ୍ଷା ପ୍ରଦାନ କରାଯିବ । ଏନେଇକମ୍ପାନୀର ମାନବ ସମ୍ବଳ ମୁଖ୍ୟ ରୁଜେହ ଇରାନୀ କହିଛନ୍ତି, ଯେଉଁ ମହିଳାମାନେ ସନ୍ତାନ ଜନ୍ମ କରିବାକୁ ଯାଉଛନ୍ତି ବା ସରୋଗେସି ମାଧ୍ୟମରେ ମା’ ହେବାକୁ ଯାଉଛନ୍ତି ସେମାନଙ୍କୁ ଏହି ନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଯିବ । ନୂଆ ମାତୃତ୍ୱ ଛୁଟି ନୀତି ଅନୁଯାୟୀ, (New Maternity Leave policy) ସମସ୍ତ ଗର୍ଭବତୀ ମହିଳାଙ୍କୁ ୬ ମାସର ନମନୀୟ କାର୍ଯ୍ୟ ବିକଳ୍ପ ସହ ୨୪ ମାସର ହାଇବ୍ରିଡ କାର୍ଯ୍ୟ (Hybrid Mode)  ଦିଆଯାଇଛି । ଛୁଟି ସରିବା ପରେ ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ୨୬ ସପ୍ତାହ ମାତୃତ୍ୱ ଛୁଟି ଉପଲବ୍ଧ ହେବ । ଏହାସହ ମହିଳା କର୍ମଚାରୀଙ୍କୁ ସପ୍ତାହର ଆବଶ୍ୟକ ମାତୃତ୍ୱ ଛଟି ମଧ୍ୟ ଦିଆଯିବ । କମ୍ପାନୀ ତରଫରୁ ଏନେଇ ଏକ ସେଟ୍ ପ୍ରସ୍ତୁତ କରାଯାଇଛି । ଏଥିରେ ପୁରା ୫ବର୍ଷର ଯାତ୍ରାକୁ ତାଲିକର୍ଭୁକ୍ତ କରାଯାଇଛି । ଏଥିରେ ପିଲା ଜନ୍ମ ହେବା ପୂର୍ବରୁ ୧ ବର୍ଷ, ମାତୃତ୍ୱ ସମୟରେ ଏକ ବର୍ଷ ଓ ମା’ ହେବାର ୩ ବର୍ଷ ପରେ ଏହି ବୀମା ରାଶି ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।


Also Read-First Test tube baby: ଆଜି ଜନ୍ମ ନେଇଥିଲେ ଭାରତର ପ୍ରଥମ ଟେଷ୍ଟଟ୍ୟୁବ୍‍ ବେବି, ଜାଣନ୍ତୁ କିଏ ସେ?


ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଡାଇଭରର୍ସିଟି କାଉଁସିଲ ଅଧ୍ୟକ୍ଷ ଆଶା ଖାର୍ଗା କହିଛନ୍ତି, ଏହି ଶିଳ୍ପ ପ୍ରତି ଅଧିକରୁ ଅଧିକ ମହିଳାଙ୍କୁ ଆକର୍ଷିତ କରିବା କମ୍ପାନୀର ମୂଳ ଉଦ୍ଦେଶ୍ୟ ଅଟେ । ପୁରୁଷ ପ୍ରାଧାନ୍ୟ କ୍ଷେତ୍ରରେ ମହିଳାମାନଙ୍କ ପ୍ରତିଭାଙ୍କୁ ଆକର୍ଷିତ କରିବା ସହ ତାହା ବଜାୟ ରଖିବା ପାଇଁ କମ୍ପାନୀ ଉଦ୍ୟମ କରୁଛି। ନୂଆ ମାତୃତ୍ୱ ନିୟମରେ ଆଇଭିଏଫ୍ ଚିକିତ୍ସା ଖର୍ଚ୍ଚରେ ୭୫ ପ୍ରତିଶତ ରିହାତି, ଦୈନିକ ପରିବହନ ସୁବିଧା ଓ ଗର୍ଭାବସ୍ଥାର ଶେଷ ତୈମାସିକରେ ପ୍ରିମିୟମ ଇକୋନୋମି କିମ୍ବା ବିଜନେଓ କ୍ଲାସ ଯାତ୍ରାର ସୁବିଧା ମଧ୍ୟ କମ୍ପାନୀ ଉପଲବ୍ଧ କରାଇବ ।