ନୂଆଦିଲ୍ଲୀ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଘୋର ଆର୍ଥିକ ସଂକଟରୁ ମୁକୁଳିବା ପାଇଁ ମାଳଦ୍ୱୀପ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ଆର୍ଥିକ ସହାୟତା ପ୍ରସ୍ତାବ ରଖିପାରନ୍ତି ବୋଲି କେତେକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।


COMMERCIAL BREAK
SCROLL TO CONTINUE READING

ତେବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତରେ ଭାରତରେ ରହିବେ । ଏହା ମଧ୍ୟରେ ଗତକାଲି ଭାରତରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିଥିଲେ । ମହମ୍ମଦ ମୁଇଜୁଙ୍କ ସାତିରେ ପତ୍ନୀ ସାଜିଦା ମଧ୍ୟ ଭାରତ ଆସିଛନ୍ତି। ଦିଲ୍ଲୀ ପରେ ଦମ୍ପତ୍ତିଙ୍କର ମୁମ୍ବାଇ ଓ ବେଙ୍ଗଳୁରୁକୁ ଯିବାର କାର୍ଯ୍ୟକ୍ରମ ରହିଛି। ଆପଣଙ୍କୁ କହିରଖୁଛୁ ଯେ, ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ମୁଇଜୁ ।


Also Read- ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଜି ହେବ ବଡ଼ ବୈଠକ


Also Read- Petrol Price Today: କେତେ ବଦଳିଲା ପେଟ୍ରୋଲ ଡିଜେଲ୍ ଦର ? ମିଳିଲା କି ଆଶ୍ୱସ୍ତି ? ପଢ଼ନ୍ତୁ