Manufacturing Defects in BMW Car: ଦିଲ୍ଲୀ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କାର ନିର୍ମାଣକାରୀ ବିଏମଡବ୍ଲୁ ଇଣ୍ଡିଆକୁ ଉତ୍ପାଦନ ଜନିତ ତ୍ରୁଟି ହେତୁ ଏହାର କ୍ରେତାଙ୍କୁ ଗାଡିର ସମ୍ପୂର୍ଣ୍ଣ ମୂଲ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଏହି ମାମଲାରେ ଏକ ଖଣ୍ଡପୀଠ କାର ନିର୍ମାଣକାରୀ ବିଏମଡବ୍ଲୁ ଇଣ୍ଡିଆ ସଂସ୍ଥାକୁ ସମ୍ପୂର୍ଣ୍ଣ କ୍ରୟ ରାଶି, ଋଣ ଉପରେ ଦିଆଯାଇଥିବା ସୁଧ, କ୍ରୟ ରାଶି ଉପରେ  ୬% ସୁଧ ଏବଂ ଋଣ ଉପରେ ସୁଧ, ମାନସିକ ଯନ୍ତ୍ରଣା ଏବଂ ମାନସିକ ନିର୍ଯ୍ୟାତନା, ମୋକଦ୍ଦମା ମୂଲ୍ୟ, ସେବା ଖର୍ଚ୍ଚ, ଗାଡିର ରକ୍ଷଣାବେକ୍ଷଣ, ଟାୟାର ବଦଳାଇବା ମୂଲ୍ୟ ଏବଂ ବୀମା ରାଶି ବାବଦକୁ ସମସ୍ତ ଅର୍ଥ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଏମଡବ୍ଲୁ ଉପରେ ଖର୍ଚ୍ଚ ସହିତ ଚାର୍ଜ କରାଯାଇଛି। କାରଣ କମ୍ପାନୀ ଏହା ଦ୍ୱାରା ନିର୍ମିତ ଗାଡ଼ିର ଉତ୍ପାଦନ ଜନିତ ତ୍ରୁଟି ସୁଧାରିନଥିଲା କିମ୍ବା ଏହାକୁ ବଦଲାଇନଥିଲା। 


ଏହି ମାମଲା ପ୍ରୀତମ ପାଲ ନାମକ ଜଣେ ଉପଭୋକ୍ତାଙ୍କ ସହ ଜଡ଼ିତ। ଯିଏ ବିଏମଡବ୍ଲୁ କାର କିଣିଥିଲେ। କାର କିଣିବା ପରେ ସେ ବ୍ରେକ ମାରିବା ସମୟରେ ଏକ ଉଚ୍ଚ ସ୍ୱରରେ ଶବ୍ଦ ଶୁଣିବାକୁ ପାଉଥିଲେ। ଏହି ଘଟଣା ବାବଦରେ କାର୍ ଡିଲରଙ୍କୁ ଜଣାଇଲେ। ଯିଏ ଯାଞ୍ଚ ପରେ ଏହାକୁ ୧୦ ଦିନ ପର୍ଯ୍ୟନ୍ତ ୱାର୍କ ସପ୍ ମଧ୍ୟରେ ରଖିଥିଲେ। ହେଲେ ଉତ୍ପାଦନ ଜନିତ ତ୍ରୁଟିସ ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ପାଲ ଗତ ୨୦୧୫, ୨୭ ଅପ୍ରେଲରେ ଏକ ଇମେଲ ମାଧ୍ୟମରେ ଉକ୍ତ ସମସ୍ୟା ବିଷୟରେ ଗାଡି ଡିଲରଙ୍କୁ ଜଣାଇଥିଲେ ଏବଂ ତାଙ୍କ ଗାଡିକୁ ମରାମତି ପାଇଁ ୱାର୍କ ସପ୍ ପଠାଇଥିଲେ। ଯାଞ୍ଚ ପରେ ଗାଡି ଡିଲର ଟେକ୍ନିସିଆନ ପୁନର୍ବାର ବ୍ରେକ୍ ପ୍ରୟୋଗ କରିବା ସମୟରେ ଉଚ୍ଚ ସ୍ୱରରେ ଶବ୍ଦ ଶୁଣିବାକୁ ପାଇଥିବାର ଉଲ୍ଲେଖ କରିଥିଲେ। ଏହାର ମରାମତି ପାଇଁ ଗାଡିକୁ ସେମାନ ୱାର୍କସପ୍ ନେଇଯାଇଥିଲେ। ଏହାକୁ ପ୍ରାୟ ଛଅ-ସାତ ଦିନ ସର୍ଭିସ ଷ୍ଟେସନ ଠାରେ ରଖିବା ପରେ କାର ଡିଲର ଉକ୍ତ କାରର ଡେଲିଭରି ନେଇ ଅଭିଯୋଗକାରୀଙ୍କୁ ଜଣାଇଥିଲେ। ଏନେଇ କହିଥିଲେ ଯେ ଗାଡିର ଫ୍ରଣ୍ଟ ବ୍ରେକ ପ୍ୟାଡ ଏବଂ ଫ୍ରଣ୍ଟ ରୋଟର (ଡିସ୍କ) ପରିବର୍ତ୍ତନ କରାଯାଇଛି। ହେଲେ ଏହା ପରେ ବ୍ରେକ ମାରିବା ସମୟରେ ଏକ ଉଚ୍ଚ ସ୍ୱରରେ ଶବ୍ଦ ଆସିବା ଜାରି ରହିଲା।


ଏହା ପରେ କାର ଡିଲର ନିକଟରେ ତ୍ରୁଟିର ସମାଧାନ ପାଇଁ ଅନେକ ଅଭିଯୋଗ ଏବଂ ନିରର୍ଥକ ପ୍ରୟାସ ପରେ ମାନେସରସ୍ଥିତ ବିଏମଡବ୍ଲୁ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କେନ୍ଦ୍ର ଦ୍ୱାରା ମିଳିତ ପରୀକ୍ଷା କରାଯାଇଥିଲା। ଯେଉଁଠାରେ ବ୍ରେକ୍ ପ୍ରଦର୍ଶନ ଖରାପ, ଅସନ୍ତୁଷ୍ଟ ଏବଂ ଅପାରଗ ବୋଲି ଜଣାପଡିଛି। ମରାମତି ପରେ ଅଭିଯୋଗକାରୀ ତୁରନ୍ତ ଗାଡିର ଏକ ଟେଷ୍ଟ ଡ୍ରାଇଭ ନେଇଥିଲେ। ହେଲେ ଗାଡିର ବ୍ରେକିଂ ସିଷ୍ଟମରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା।


ଅନେକ ଇମେଲ ଏବଂ ଅଭିଯୋଗ କରିବା ସତ୍ତ୍ୱେ କିଛି ଲାଭ ନହେବା ପରେ ପ୍ରୀତମ ପାଲ ଗ୍ରାହକ ଅଭିଯୋଗ ଦାଖଲ କରିଥିଲେ। ଅନ୍ୟାନ୍ୟ ସାଧାରଣ ମାମଲା ମଧ୍ୟରେ ଅଭିଯୋଗକାରୀଙ୍କୁ ସେବା ଯୋଗାଇବାରେ ବିପରୀତ ପକ୍ଷର ଅଭାବ ଅଛି ନା ନାହିଁ ତାହା କୋର୍ଟ ବିଚାର କରିଛନ୍ତି। ଏହି ମାମଲାରେ ଅଦାଲତ ମତ ରଖି କହିଥିଲେ ଯେ ଏହା ସ୍ପଷ୍ଟ ହୋଇଛି ଯେ ଏହି ଗାଡି କ୍ରୟ ହେବାର ଏକ ବର୍ଷ ମଧ୍ୟରେ ଅଳ୍ପ ସମୟ ବ୍ୟବଧାନରେ ଅନେକ ଥର ପାଇଁ ମରାମତି ହେବାକୁ ଯାଇଥିଲା। ହେଲେ ୨୦୧୬ ଫେବୃଆରୀରେ ଗାଡ଼ିର ଦୁଇଟି ଟାୟାର୍ ଉଡିଗଲା, ଯାହା କେବଳ ଅତ୍ୟଧିକ ଉତ୍ତାପ ଏବଂ ତ୍ରୁଟିପୂର୍ଣ୍ଣ ବ୍ରେକିଂ ସିଷ୍ଟମ୍ ଦ୍ୱାରା ହେଉଥିବା ଘର୍ଷଣ କାରଣରୁ ହୋଇପାରେ।