କୋରୋନା ମାମଲା ହ୍ରାସ ମଧ୍ୟରେ ଅନେକ ରାଜ୍ୟ ଖୋଲିଲେ ସ୍କୁଲ, ସେପଟେ WHO ର ମୁଖ୍ୟ ବୈଜ୍ଞାନିକ ଦେଲେ ଚେତାବନୀ
ସ୍ୱାମୀନାଥନ୍ କିଛି ଦିନ ପୂର୍ବେ କହିଥିଲେ ଯେ ଶିକ୍ଷକମାନଙ୍କ ଟିକାକରଣ କରିବା ହେଉଛି ପିଲାମାନଙ୍କ ସୁରକ୍ଷାର ସର୍ବୋତ୍ତମ ଉପାୟ, ଯେପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଟିକା ଉପଲବ୍ଧ ନ ହେଉଛି । ସେ କହିଛନ୍ତି ଯେ ସର୍ବାଧିକ ସଂଖ୍ୟକ ବୟସ୍କ ବ୍ୟକ୍ତି ବିଶେଷ କରି ଶିକ୍ଷକମାନଙ୍କୁ ଟିକାକରଣ କରାଯିବା ଉଚିତ ଓ ଯେତେବେଳେ ଗୋଷ୍ଠୀ ସଂକ୍ରମଣର ବିପଦ କମ୍ ଥିବ ସେତେବେଳେ ସ୍କୁଲ ଖୋଲିବା ଉଚିତ ।
ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ସ୍କୁଲ (School) ଖୋଲିବା ଆରମ୍ଭ ହୋଇସାରିଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମୁଖ୍ୟ ବୈଜ୍ଞାନିକ ସୋମ୍ୟା ସ୍ୱାମୀନାଥନ୍ (Soumya Swaminathan) ପିଲାମାନଙ୍କର ମାନସିକ, ଶାରୀରିକ ଏବଂ ଜ୍ଞାନଗତ ଦକ୍ଷତା ଉପରେ ଦୀର୍ଘମିଆଦି ପ୍ରଭାବକୁ ରୋକିବା ପାଇଁ ଗାଇଡଲାଇନ ସେୟାର କରିଛନ୍ତି ।
ସୋମ୍ୟା ସ୍ୱାମୀନାଥନ୍ ଟ୍ୱିଟରରେ ଲେଖିଛନ୍ତି, "ସ୍କୁଲ ଖୋଲିବାବେଳେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ପରିଷ୍କାର କରିବା ଏବଂ ସମସ୍ତ ବଡ଼ଙ୍କ ଟିକାକରଣ (Vaccination) ସୁନିଶ୍ଚିତ କରାଯିବା ଆବଶ୍ୟକ ।" ଏହା ସହିତ ଇନଡୋର ଗୀତ ଗାଇବା ଓ ସଭା ଆୟୋଜନ ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ପୁଣି ଚିନ୍ତା ବଢ଼ାଇଲା କୋରୋନା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ୪୯୭ ସଂକ୍ରମିତଙ୍କ ମୃତ୍ୟୁ
ସ୍ୱାମୀନାଥନ୍ କିଛି ଦିନ ପୂର୍ବେ କହିଥିଲେ ଯେ ଶିକ୍ଷକମାନଙ୍କ ଟିକାକରଣ କରିବା ହେଉଛି ପିଲାମାନଙ୍କ ସୁରକ୍ଷାର ସର୍ବୋତ୍ତମ ଉପାୟ, ଯେପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଟିକା ଉପଲବ୍ଧ ନ ହେଉଛି । ସେ କହିଛନ୍ତି ଯେ ସର୍ବାଧିକ ସଂଖ୍ୟକ ବୟସ୍କ ବ୍ୟକ୍ତି ବିଶେଷ କରି ଶିକ୍ଷକମାନଙ୍କୁ ଟିକାକରଣ କରାଯିବା ଉଚିତ ଓ ଯେତେବେଳେ ଗୋଷ୍ଠୀ ସଂକ୍ରମଣର ବିପଦ କମ୍ ଥିବ ସେତେବେଳେ ସ୍କୁଲ ଖୋଲିବା ଉଚିତ ।
ଅଧିକ ପଢ଼ନ୍ତୁ:-ଏହି କାରଣରୁ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ସଙ୍କୋଚ କରନ୍ତି ମହିଳା
ସୋମ୍ୟା ସ୍ୱାମୀନାଥନ ସ୍କୁଲକୁ ନେଇ ଗାଇଡଲାଇନ ବିଷୟରେ ସେହି ସମୟରେ କଥା ହୋଇଛନ୍ତି, ଯେତେବଳେ କେନ୍ଦ୍ର ସରକାର ସଂସଦରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଦ୍ୟାଳୟ ଖୋଲିବା କିମ୍ବା ସ୍ଥାନୀୟ ପ୍ରଶାସନ ଦ୍ୱାରା ବିଦ୍ୟାଳୟ ଖୋଲିବାକୁ ଯୋଜନା ବିଷୟରେ ସୂଚନା ଦେଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଲାକ୍ଷ୍ମାଦ୍ୱୀପ, ପୁଡୁଚେରୀ, ନାଗାଲାଣ୍ଡ, ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା ଏବଂ ହିମାଚଳ ପ୍ରଦେଶ ଅଗଷ୍ଟ ୨ରୁ ସ୍କୁଲ ଖୋଲିଛନ୍ତି । ଏଥି ସହିତ ଅଗଷ୍ଟ ୧୬ରୁ ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ଯୋଜନା ରହିଛି ।
ସୂଚନା ଅନୁଯାୟୀ, କେନ୍ଦ୍ର ଶାସିତ ଲାକ୍ଷ୍ମାଦ୍ୱୀପ ଓ ପୁଡୁଚେରୀର ସବୁ ଶ୍ରେଣୀର ବିଦ୍ୟାଳୟ ଖୋଲିଛି । ଅନ୍ୟପକ୍ଷରେ ବାକି ରାଜ୍ୟଗୁଡ଼ିକ କେବଳ ନବମ ଓ ତଦୁର୍ଦ୍ଧ୍ୱ ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲିଛନ୍ତି ।
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍