mgnrega digital attendance: ନୂଆବର୍ଷରେ ପାଦ ଦେଇଛି ବିଶ୍ୱ । ଏହାସହ କିଛି ନୂଆ ନୂଆ ନିୟମ ମଧ୍ୟ ବଦଳିବାରେ ଲାଗିଛି। ଏହାରି ମଧ୍ୟରେ ମନରେଗା ରେ କାର୍ଯ୍ୟକରୁଥିବା ଶ୍ରମିକଙ୍କ ପାଇଁ ମଧ୍ୟ ଏକ ନୂଆ ନିୟମ ଆସିଛି। ମନରେଗା ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଏଥର ଡିଜିଟାଲ ଜରିଆରେ ନିଜର ହାଜିରା ଦେବେ । ଅର୍ଥାତ ମନରେଗା ଶ୍ରମିକଙ୍କ ପାଇଁ ଗତକାଲି ବା ଜାନୁଆରୀ ୧ ରୁ ଡିଜିଟାଲ ମାଧ୍ୟମରେ ଉପସ୍ଥାନ ଦେବେ । ପୁରାଦେଶରେ ଏହି ନିୟମ ଲାଗୁ ହୋଇଛି ଏବଂ ଏହି ନିୟମ ବାଧ୍ୟତାମୂଳକ କରାଯିବ । ୧ ଜାନୁଆରୀ ୨୦୨୩ରୁ ମହାତ୍ମା ଗାନ୍ଧୀ ରୁରାଲ ଏମ୍ପ୍ଲୋଏମେଣ୍ଟ ଗ୍ୟାରେଣ୍ଟି ସ୍କିମ୍ ଜରିଆରେ ଡିଜିଟାଲ ଆଟାଣ୍ଡାନ୍ସ ବା ଉପସ୍ଥାନ ଲାଗୁ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ସରକାର ଏହି ନିୟମ ଲାଗୁ କରିବା ନେଇ ଦୁଇଟି କାରଣ ରହିଛି । ଗୋଟିଏ ହେଉଛି ଶ୍ରମିକ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ଭ୍ରଷ୍ଟାଚାର ଓ ସମୟନୁସାରେ ପ୍ରାପ୍ୟ ଶ୍ରମିକ ମଜୁରୀ ଦେବାକୁ ଏହି ନିୟମର ଶୁଭାରମ୍ଭ କରାଯାଇଛି। ଏଠାରେ କହିରଖୁଛୁ ଯେ, ମେ ମାସ ୨୦୨୧ ମସିହାରୁ ଏହାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା । ଏଥିରେ ଏକ ମୋବାଇଲ ଆପ୍  National Mobile Monitoring System (NMMS) ଜରିଆରେ ଉପସ୍ଥାନ ଲଗାଇବା ଅନିର୍ବାର୍ଯ୍ୟ ଅଟେ।  ୧୬ ମେ ୨୦୨୨ ରୁ ଏହାକୁ ୨୦ ବା ଏହାଠାରୁ ଅଧିକ କର୍ମଚାରୀଙ୍କ ସାଇଟରେ ଅନିର୍ବାର୍ଯ୍ୟ କରାଯାଇଥିଲା ।  ଏଥିରେ ଦୁଇ ଥର ଷ୍ଟାମ୍ପ ଓ ୱାର୍କରଙ୍କ ଜିଓଟ୍ୟାଗ ଜରିଆରେ ଫଟୋ ବି ଅପଲୋଡ କରାଯାଏ। ମାତ୍ର ମୋବାଇଲ ଆପ୍ଲିକେସନର ଉପଲବ୍ଧତା କେବଳ ସୁପରଭାଇଜର ବା କମ ଶ୍ରମିକଙ୍କ ପାଖରେ ରହିଥାଏ। ତେବେ ସ୍ମାର୍ଟଫୋନ ନହେବା ବା ଇଣ୍ଟରନେଟ ସମସ୍ୟା ହେତୁ ଏହାକୁ ସାମ୍ନା କରିବାକୁ ପଡ଼ୁଥିଲା ।


ତଥାପି ଆପରୁ ଉପସ୍ଥାନ ନେବାକୁ ଏକ ଇଲେକ୍ଟ୍ରୋନିକ୍ ମଷ୍ଟର (Electronic Muster) ରୋଲର ଆବଶ୍ୟକତା ଅଛି, ଯାହା କାଗଜ ମଷ୍ଟର ରୋଲକୁ ବଦଳାଇବ । କିନ୍ତୁ ଶ୍ରମିକମାନଙ୍କର ଆବଶ୍ୟକତା ଏବଂ ଯୋଗାଣ ଉପରେ ନିର୍ଭର କରିଥାଏ। ଏଭଳି ପରିସ୍ଥିତିରେ, ଯଦି ଅନଲାଇନ୍ ମଷ୍ଟର୍ ରୋଲରେ କିଛି ଶ୍ରମିକଙ୍କ ଅଭାବ ଥାଏ, ତେବେ ସେଠାରେ ଏକ ଅସୁବିଧା ହୋଇପାରେ। ନକଲି ଷ୍ଟାମ୍ପ୍ ଫଟୋଗ୍ରାଫ୍ ମଧ୍ୟ ଏକ ସମସ୍ୟା, କାରଣ ବାରମ୍ବାର ଫଟୋଗ୍ରାଫ୍ (ଡିଜିଟାଲ୍ ଉପସ୍ଥାନ) Digital Attandance ପାଇଁ ଶ୍ରମିକମାନଙ୍କୁ ସମାନ କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ପଡେ । ଏବେ ଏହା ଦେଖିବାକୁ ପଡିବ ଯେ ଏହି ସିଷ୍ଟମ କେମିତି ଉତ୍ତର ଭାରତରେ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଅନ୍ୟାନ୍ୟ ରାଜ୍ୟରେ କିପରି ଅଗ୍ରଗତି କରୁଛି।


ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଅଧିନିୟମ ଯଥା MNREGA (Mahatma Gandhi National Rural Employment Guarantee Scheme) ହେଉଛି ଏକ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା। ଏହା ୭ ସେପ୍ଟେମ୍ବର ୨୦୦୫ରେ ସଂସଦର ଏକ ଆଇନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥିଲା। ଏଥିପାଇଁ ପ୍ରତିଦିନ ସର୍ବନିମ୍ନ ମଜୁରୀ ୨୨୦ ଟଙ୍କା ସ୍ଥିର କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ବାର୍ଷିକ ୪୦ ରୁ ୫୦ ହଜାର କୋଟି ଟଙ୍କା ବଜେଟ୍ ସ୍ଥିର କରିଛନ୍ତି।


Also Read: Corona Infection: କୋରୋନା ସଂକ୍ରମଣ ବଢାଉଛି ଏହି ଖାଦ୍ୟ, ସପ୍ତାହେ ପର୍ଯ୍ୟନ୍ତ ରହିଥାଏ ଏହାର ପ୍ରଭାବ


Also Read: Terror Attack: ନୂଆ ବର୍ଷରେ ଆଶାନ୍ତ ହୋଇଉଠିଲା କାଶ୍ମୀର ଘାଟି, ଗୁଳିମାଡରେ ୩ ମୃତ