Midnapore to Howrah Local Train Derailed: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେନସନରେ (Bahanaga train accident) ଘଟିଥିବା ଭୟଙ୍କର ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ତାପରକୁ ତାପର ଘଟି ଚାଲି ଅନେକ ରେଳ ଦୁର୍ଘଟଣା । ଓଡ଼ିଶା ପରେ ଏବେ ପଶ୍ଚିମବଙ୍ଗରେ ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମେଦିନୀପୁରରୁ ହାୱାଡ଼ା ଯାଉଥିବା ଏକ ଲୋକାଲ ପାସେଞ୍ଜର ଟ୍ରେନଟି ଟ୍ରାକରୁ (Midnapore to Howrah Local Train Derailed) ଖସିଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଶନିବାର ଦିନ ରାତି ପ୍ରାୟ ୧୦ଟାରେ ମେଦିନୀପୁରରୁ ହାୱାଡ଼ା ଯାଉଥିବା ଏହି ଲୋକାଲ ପାସେଞ୍ଜର ଟ୍ରେନଟି ଖଡ଼ଗପୁରରେ (kharagpur) ପ୍ରବେଶ କରିବା ପୂର୍ବରୁ ଗିରି ମଇଦାନରେ ଏହି ଅଘଟଣ (Local Train Derailed) )  ଘଟିଥିଲା । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଁଛି ତଦନ୍ତ ଜାରି ରଖିଛନ୍ତି ।


COMMERCIAL BREAK
SCROLL TO CONTINUE READING

ପ୍ରକାଶ ଥାଉ କି, ଶନିବାର ଦିନ ସକାଳେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ୱାଗନରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରିଥିଲା । ଏହା ଦେଖି ଷ୍ଟେସନରେ ଛିଡା ହୋଇଥିବା ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ । ଭଦ୍ରକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ବାଲୁଗାଁ ୨ନଂ ପ୍ଲାଟଫର୍ମରେ ଅଟକି ଥିବା ବେଳେ ଏହାର ଗୋଟିଏ ୱାଗନରୁ ହଠାତ୍ ଧୂଆଁ ବାହାରିଥିଲା। ଖବର ପାଇ ବାଲୁଗାଁ ଅଗ୍ନିଶମ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଧୂଆଁକୁ ଆୟତ୍ତ କରିଥିଲା। ଅତ୍ୟନ୍ତ ଗରମ କାରଣରୁ ଏପରି ହୋଇଥାଏ ପାରେ ବୋଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଥିଲେ। ସେପେଟେ ସମାନ ଦିନ ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ୨ ଦିନ ଧରି ବାଲେଶ୍ବର ରୁପ୍ସା ଷ୍ଟେସନରେ (Balasore Rupsa Station) ଛିଡ଼ା ହୋଇଥିଲା । ଶନିବାର ଦିନ ସକାଳେ ଏଥିରୁ ହଠାତ୍ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ଟ୍ରେନରେ ନିଆଁ ଲାଗିଥିବା ଅନୁମାନ କରି ଷ୍ଟେସନ କର୍ମଚାରୀ ଦମକଳ ବାହାନୀଙ୍କ ସାହାଯ୍ୟରେ ପାଣି ପକାଇଥିଲେ । ଧୂଆଁ ବାହାରିବା ବନ୍ଦ ହେବା ପରେ ଟ୍ରେନ୍ ଟି ଷ୍ଟେସନ ଛାଡ଼ିଥିଲା । ତେବେ ନିକଟରେ ଗତ ଗୁରୁବାର ଦିନ ନୂଆପଡ଼ା ଖରିଆର ରୋଡ଼ ଷ୍ଟେସନ ମଧ୍ଯ ସମାନ ଘଟଣା ଦେଖିବାକୁ ମିଳିଥିଲା । ଷ୍ଟେସନ ନିକଟରେ ଥିବା ପୁରୀ-ଦୁର୍ଗ ଏକ୍ସପ୍ରେସରୁ ପ୍ରବଳ ଧୂଆଁ ବାହାରିଥିଲା । ପରେ ଟ୍ରେନର ଏସି କୋଚରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା । ସଠିକ୍ ସମୟରେ ପହଁଞ୍ଚି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ଏଥିରେ କାହାର କୌଣସି କ୍ଷତି ହୋଇନଥିଲା । ସୂଚନା ଅନୁଯାୟୀ, ଏସି କୋଚର ବ୍ରେକ୍ ବାଇଣ୍ତିଂରେ ସ୍ପାର୍କିଂ ଘଟି ଟ୍ରେନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଟ୍ରେନ୍ ତଳେ ନିଆଁ ଜଳିବାରୁ ପ୍ରବଳ ଧୂଆଁ ବାହାରିଥିଲା । ଏମିତି କି ଟ୍ରେନର କିଛି ବଗି ଧୂଆଁରେ ସଂପୂର୍ଣ୍ଣ ଭରିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା ।


ପ୍ରକାଶ ଥାଉ, ଗତ ଜୁନ୍ ୨ ତାରିଖ ଶୁକ୍ରବାର (friday) ଦିନ ସନ୍ଧ୍ୟା ୭ଟା ସମୟରେ କରମଣ୍ଡଳ ଏକ୍ସପ୍ରେସ (coromandel express) ବାହାନଗାଠାରେ ମାଲଗାଡିକୁ ଧକ୍କା ଦେଇଥିଲା । ଫଳରେ ଟ୍ରେନର ବହୁ ବଗି ଟ୍ରାକର ଉଭୟ ପାର୍ଶ୍ୱକୁ ଓଲଟି ପଡି଼ଥିଲା । ଏହା ପରେ ସେହି ରୁଟ୍ ଦେଇ ଯାଉଥିବା ହାୱଡା ୟସବନ୍ତପୁର ଏକ୍ସପ୍ରେସ୍ କରମଣ୍ଡଳ ସହ ଧକ୍କା ହୋଇଥିଲା । ଲଗାତାର ୩ଟି ଟ୍ରେନ୍ ଦୁର୍ଘଟଣା ଫଳରେ ଭୟଙ୍କର ସ୍ଥିତି ଉପୁଜିଥିଲା । କେହି କିଛି ବୁଝିବା ପୂର୍ବରୁ ଘଟିଯାଇଥିଲା ଏକ ଛାତିଥରା ଦୁର୍ଘଟଣା । ରେଳରାସ୍ତା ଓ ଆଖପାଖ ସ୍ଥାନକୁ ଛିଟିକି ପଡିଥିଲା ରେଳଯାତ୍ରୀଙ୍କ ଶରୀର । ଏହି ଭୟଙ୍କର ଦୁର୍ଘଟଣା ଖାଲି ରାଜ୍ୟ ନୁହେଁ ସାରା ଦେଶକୁ ସ୍ବବ୍ଧ କରିଛି । ଏଥିରେ ପ୍ରାୟ ୨୮୮ ଜଣ ପ୍ରାଣ ହରାଇଥିବାବେଳେ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଶହ ଶହ ଲୋକ ଏବେ ବି ଚିକିତ୍ସିତ ଅବସ୍ଥାରେ ରହିଛନ୍ତି ।


Also Read-ସାବାସ ପୁଅ! ପ୍ରେମିକା ନୁହେଁ ମାଆଙ୍କ ଲାଗି ତାଜମହଲ ତିଆରି କଲେ ଏହି ବ୍ୟକ୍ତି, ଦେଖନ୍ତୁ ଫଟୋ