G-20 Summit 2023: ଚଳିତ ଥର ଆମ ଦେଶ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ(G-20 Summit)। ଏ ନେଇ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ କଡ଼ାକଡ଼ି କରିବା ପାଇଁ ସବୁ ଦିଗ ଉପରେ ଧ୍ୟାନ ଦିଆଯାଉଛି। ରାଜଧାନୀ ଦିଲ୍ଲୀର(Delhi) ମୁଖ୍ୟ ରାସ୍ତା ଗୁଡ଼ିକୁ ସଫା ସୁତୁରା କରି ସାଜସଜ୍ଜା ଆରମ୍ଭ ହୋଇଯାଇଛି। ବିଦେଶୀ ଅତିଥିଙ୍କ ଆତିଥ୍ୟକୁ ବିଶେଷ ଭାବରେ ଧ୍ୟାନ ଦିଆଯିବାର ବ୍ୟବସ୍ଥା କରାଯାଇଛି।ବିଭିନ୍ନ ଶକ୍ତିଶାଳୀ ଦେଶର ମୁଖ୍ୟ ଆମ ଦେଶରେ ଆତିଥ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ସେମାନଙ୍କ ରହିବା, ଖାଇବା, ପିଇବା ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଉଛି।କିଭଳି ସେମାନେ ଆମ ଦେଶର ସୁସ୍ୱାଦୁ ଓ ସୁସ୍ଥକର ବ୍ୟଞ୍ଜନ ଗ୍ରହଣ କରିପାରିବେ ତାହାର ମଧ୍ୟ ବିଶେଷ ଧ୍ୟାନ ରଖାଯାଉଛି।


COMMERCIAL BREAK
SCROLL TO CONTINUE READING

ତେବେ ସୂଚନା ଅନୁସାରେ ଅତିଥିମାନଙ୍କୁ ମିଲେଟର(Millet Food) ପ୍ରସ୍ତୁତ ଖାଦ୍ୟ ପରସା ଯିବାର ବ୍ୟବସ୍ଥା କରାଯାଉଛି।ଯେହେତୁ ଚଳିତ ବର୍ଷ ସମଗ୍ର ବିଶ୍ୱ ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ ଭାବେ ପାଳନ କରୁଛି ତେଣୁ ମିଲେଟ ଜାତୀୟ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମିଲେଟ ଭାରତର ପାରମ୍ପରିକ ଖାଦ୍ୟ ଏହାକୁ ସାଧାରଣ ଲୋକଙ୍କ ଖାଦ୍ୟ ଥାଳୀରେ ସାମିଲ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ପ୍ରୟାସ ଚଳାଇ ଆସିଛନ୍ତି। ସେପ୍ଟେମ୍ବର ୯ ତାରିଖ ଓ ୧୦ ତାରିଖରେ ଭାରତରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ସମ୍ମିଳନୀରେ ଯୋଗ ଦେଉଥିବା ବିଶ୍ୱନେତା ଓ ପ୍ରତିନିଧିମାନଙ୍କୁ ମିଲେଟ୍ରୁ ପ୍ରସ୍ତୁତ ଖାଦ୍ୟ ପରଷିବାର ଯୋଜନା ରହିଛି ।


ପ୍ରକୃତରେ ମିଲେଟ ହେଉଛି ଅତ୍ୟନ୍ତ ପୁଷ୍ଟିକର ଏବଂ ପରିବେଶ ଅନୁକୂଳ ଖାଦ୍ୟ । ଜି ୨୦ ଇଣ୍ଡିଆର ସ୍ୱତନ୍ତ୍ର ସଚିବ ମୁକ୍ତେଶ ପରଦେଶୀ କହିଛନ୍ତି, ବିଦେଶୀ ନେତା ରହୁଥିବା ହୋଟେଲରେ ମିଲେଟରୁ ନୂଆ ଓ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ପ୍ରତିଯୋଗିତା ଚାଲିଛି । ଏହା ସହିତ ଜି-୨୦ ବୈଠକରେ ଯୋଗ ଦେଉଥିବା ନେତାଙ୍କୁ ଉପହାର ଦେବା ଉପରେ ମଧ୍ୟ କେନ୍ଦ୍ର ସରକା ବିଶେଷ ଧ୍ୟାନ ଦେଉଥିବା ଦେଖାଯାଇଛି ।


Also Read: Building Collapsed: ୩ ମହଲା କୋଠା ଭୁଷୁଡ଼ି ଚାଲିଗଲା ଜୀବନ, ଏବେ ବି ଚାପି ହୋଇ ରହିଛନ୍ତି ଅନେକ