ନୂଆଦିଲ୍ଲୀ: Athos Salome: ବ୍ରାଜିଲର ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଆଧୁନିକ ନୋସ୍ତ୍ରେଦମସ୍ (Modern day Nostradamus) ବୋଲି କୁହାଯାଇଥାଏ । ଏହି ବ୍ୟକ୍ତିର ନାମ ହେଉଛି ଅଥୋସ୍ ସାଲୋମ (Athos Salome) । ଆଥୋସ୍ ଦାବି କରିଛନ୍ତି ଯେ, ସେ କୋରୋନା ମହାମାରୀ (COVID-19), ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ଏବଂ ଏଲୋନ ମସ୍କଙ୍କ ଟ୍ୱିଟର କିଣିବା ଉଦ୍ୟମ ବିଷୟରେ ପ୍ରଥମରୁ ହିଁ ଭବିଷ୍ୟବାଣୀ କରିଦେଇଥିଲେ । ଏହା ସହିତ ଅଥୋସ ଦାବି କରିଛନ୍ତି ଯେ,  ଏଲୋନ୍ ମସ୍କଙ୍କ ହ୍ୟୁମାନୋଇଡ୍ ଘୋଷଣା ହେବା ପୂର୍ବରୁ ସେ ଏହା ବିଷୟରେ ଭବିଷ୍ୟବାଣୀ କରିଥିଲେ । ବର୍ତ୍ତମାନ ଅଥୋସ୍ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ,  ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଛି । ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବିଷୟରେ ସେ କହିଛନ୍ତି ଯେ, ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ଏହା ଆରମ୍ଭ ହୋଇଛି ।


COMMERCIAL BREAK
SCROLL TO CONTINUE READING

ତଥାପି, ତାଙ୍କର ଅନେକ ସମାଲୋଚକ ଅଛନ୍ତି, ଯେଉଁମାନେ ତାଙ୍କୁ ଜଣେ ଅନୁମାନକାରୀ ଓ ଭବିଷ୍ୟ‌ଦ୍‌ବକ୍ତା ହେବାର ଛଳନା କରୁଥିବା ବ୍ୟକ୍ତି ବୋଲି ଭାବନ୍ତି । ଏହି ବିଷୟରେ ସେ କହିଛନ୍ତି ଯେ, ମୁଁ ନିଜକୁ ଜଣେ ଭବିଷ୍ୟ‌ଦ୍‌ବକ୍ତା ବୋଲି ଭାବୁ ନାହିଁ । ମୁଁ ଏଥିରେ ବିଶ୍ୱାସ କରେ ନାହିଁ । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ବିଜ୍ଞାନ ମଧ୍ୟ ମୋର ଦକ୍ଷତାକୁ ସ୍ୱୀକାର କରେ । କିଛି ମାସ ପୂର୍ବରୁ ମୋର ଭବିଷ୍ୟବାଣୀ ତାଲିକା ଓ ମୁଁ ଏକ ଯାନ୍ତ୍ରିକ ବିଶ୍ଳେଷଣ ଦେଇ ଗତି କରିଛି, ଯାହା ମାଧ୍ୟମରେ କୌଣସି ପ୍ରକାରର ଟ୍ରିକର କୌଣସି ବିଷୟରେ ଜଣାପଡ଼ି ନଥିଲା । ୧୨ ବର୍ଷ ବୟସରେ ମୁଁ ଅନୁଭବ କଲି ଯେ ମୁଁ ଅନ୍ୟମାନଙ୍କଠାରୁ ଭିନ୍ନ ଅଟେ । ଯେଉଁ ଘଟଣା ଉପରେ ମୋର କୌଣସି ନିୟନ୍ତ୍ରଣ ନାହିଁ, ମୋତେ ସେହି ଘଟଣାଗୁଡ଼ିକ ବିଷୟରେ କହିବାକୁ ଭଲ ଲାଗେ । 


ସେ ଆହୁରି ମଧ୍ୟ କହିଛନ୍ତି ଯେ, ବେଳେବେଳେ ମୋତେ ମୋ ନିଜ ଉପରେ ମଧ୍ୟ ସନ୍ଦେହ ହୋଇଥାଏ । କାରଣ ଅନେକ ଥର ମୁଁ ଏପରି କଥା କହୁଛି, ଯାହା ସମ୍ଭବ ମନେ ହେଉ ନଥିଲା, କିନ୍ତୁ କିଛି ସମୟ ପରେ ଏହା ସତ ହୋଇଯାଏ । ସେ ତାଙ୍କର ଦକ୍ଷତାକୁ ଭଗବାନଙ୍କ ଆଶୀର୍ବାଦ ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ମଣିଷ ଇଶ୍ବରଙ୍କ ଏକ ଅଂଶରେ ନିର୍ମିତ, ତେଣୁ ସେ ମଧ୍ୟ ଅଧା ଭଗବାନ ଅଟନ୍ତି ।


ଅଧିକ ପଢ଼ନ୍ତୁ:-ଯଦି ଲଭ୍ ପାର୍ଟନର ସହ ହୋଇଯାଏ ଝଗଡ଼ା, ତେବେ ପରେ କରନ୍ତୁ ନାହିଁ ଏସବୁ କାମ


ଅଥୋସ୍ ସାଲୋମ (Athos Salome) ଆଗକୁ କହିଛନ୍ତି ଯେ, ମୋର ବିଶ୍ୱାସ ଯେ ମୋତେ ଏହି ଦୁନିଆର ଲୋକଙ୍କୁ ସାହାଯ୍ୟ କରିବାକୁ ପଠାଯାଇଛି । ମୋତେ କେବଳ ଭବିଷ୍ୟତ ବିଷୟରେ କହିବାର ଉପହାର ମିଳିନାହିଁ, ବରଂ ଲୋକମାନେ ନିଜ ଜୀବନରେ କ’ଣ ଖୋଜୁଛନ୍ତି ତାହା ମଧ୍ୟ ମୁଁ ଜାଣେ ପାରେ । ସାଲୋମ ଦାବି କରିଛନ୍ତି ଯେ, ସେ ନିଜେ ୨୦୧୨ରେ କୋରୋନା ମହାମାରୀର ଭବିଷ୍ୟବାଣୀ କରିଥିଲେ । ଏହା ସହିତ ସେ କହିଛନ୍ତି ଯେ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୪୪ ଦିନ ପୂର୍ବରୁ ସେ ଏହା ଘୋଷଣା କରିଦେଇଥିଲେ ।


ଏଠାରେ କହି ରଖୁଛୁ ଯେ, ନୋସ୍ତ୍ରେଦମସ (Nostradamus) ଙ୍କ ପ୍ରସିଦ୍ଧ ପୁସ୍ତକ 'ଲେସ୍ ପ୍ରଫିଟିସ୍' (Les Profetis) ରେ ଭବିଷ୍ୟତ ବିଷୟରେ ଲେଖାଯାଇଛି । ୧୫୫୫ ମସିହାରେ ଫ୍ରାନ୍ସର ଜ୍ୟୋତିଷ ନୋସ୍ତ୍ରେଦମସଙ୍କ ପ୍ରସିଦ୍ଧ ପୁସ୍ତକ ପ୍ରକାଶିତ ହୋଇଥିଲା । ଏଥିରେ ଓ ତାଙ୍କର ୯୪୨ କବିତା ମାଧ୍ୟମରେ ସେ ଭବିଷ୍ୟବାଣୀ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୋସ୍ତ୍ରେଦମସ୍ (Nostradamus) ତାଙ୍କ ପୁସ୍ତକରେ ୧୭୮୯ର ଫ୍ରେଞ୍ଚ ବିପ୍ଳବ (French Revolution 1789) ବିଷୟରେ ଲେଖି ଥିଲେ । କେବଳ ଏତିକି ନୁହେଁ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ (World War II) ର ମଧ୍ୟ ପୂର୍ବାନୁମାନ କରିଥିଲେ ।