ନୂଆଦିଲ୍ଲୀ: Government company for sale: ଏୟାର ଇଣ୍ଡିଆ (Air India) ର ସଫଳ ଘରୋଇକରଣ ପରେ ବର୍ତ୍ତମାନ ମୋଦି ସରକାର ଅନ୍ୟ ଏକ ସରକାରୀ କମ୍ପାନୀ ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (CEL) ର ବିକ୍ରୟ ପାଇଁ ଉଦ୍ୟମ ଜୋରଦାର କରିଛନ୍ତି । ଏହି କମ୍ପାନୀ ବିକ୍ରୟ ପାଇଁ ସରକାର ଆର୍ଥିକ ବିଡ୍ ହାସଲ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (CEL) ର ୧୦୦ ପ୍ରତିଶତ ଅଂଶଧନ ଓ ପରିଚାଳନା ନିୟନ୍ତ୍ରଣ ପାଇଁ ସରକାର ଆର୍ଥିକ ବିଡ୍ ହାସଲ କରିଛନ୍ତି ।


ଅର୍ଥ ମନ୍ତ୍ରଣାଳୟ କ’ଣ କହିଛି?


ନିବେଶ ଓ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ସଚିବ ତୁହିନ୍ କାନ୍ତ ପାଣ୍ଡେ ମଙ୍ଗଳବାର ଟ୍ୱିଟ୍ କରି କହିଛନ୍ତି ଯେ ସେଣ୍ଟ୍ରାଲ୍ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (CEL) ର ରଣନୈତିକ ବିନିଯୋଗ ପାଇଁ ଆର୍ଥିକ ବିଡ୍ ହାସଲ ହୋଇଯାଇଛି । ଏଥିପାଇଁ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି ।


କ'ଣ ରହିଛି ସର୍ତ୍ତ


ଏକ୍ସପ୍ରେସନ୍ ଅଫ୍ ଇଣ୍ଟର୍ସ (EoI) ର ସର୍ତ୍ତ ଅନୁଯାୟୀ, ଏହାକୁ କ୍ରୟ କରୁଥିବା କମ୍ପାନୀ ପାଖରେ ମାର୍ଚ୍ଚ ୨୦୧୯ ସୁଦ୍ଧା ଅତିକମରେ ୫୦ କୋଟି ମୂଲ୍ୟର ସମ୍ପତ୍ତି ରହିବା ଆବଶ୍ୟକ । ସେ CEL ରେ କିଣାଯାଇଥିବା ଅଂଶଧନକୁ ଅନ୍ୟ ତିନି ବର୍ଷ ପାଇଁ ଅନ୍ୟ କାହାକୁ ବିକ୍ରି କରିପାରିବ ନାହିଁ ।


କ'ଣ କରେ କମ୍ପାନୀ 


ସୂଚନାଯୋଗ୍ୟ ଯେ ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (Central Electronics Limited) ହେଉଛି କେନ୍ଦ୍ର ସରକାରଙ୍କ ଏକ ଇଞ୍ଜିନିୟରିଂ କମ୍ପାନୀ । ଏହାର କାରଖାନା ୟୁପିର ଗାଜିଆବାଦ ଜିଲ୍ଲାର ସାହିବାବାଦରେ ଅବସ୍ଥିତ । ଏହି କମ୍ପାନୀ ସୌର ଫୋଟୋଭୋଲ୍ଟିକ୍ସ, ଫେରିଟ୍ସ ଏବଂ ପାଇଜୋ ସେରାମିକ୍ସ ଉତ୍ପାଦନ କରେ । ୧୯୭୭ ମସିହାରେ ଭାରତରେ ଏହା ପ୍ରଥମ ଥର ପାଇଁ ସୌର ସେଲ ଓ ୧୯୭୮ରେ ସୌର ପ୍ୟାନେଲର ନିର୍ମାଣ କରିଥିଲା ।


୧୯୯୨ ମସିହାରେ ଭାରତରେ ଏହା ପ୍ରଥମ ଥର ପାଇଁ ଏକ ସୌର କାରଖାନା ପ୍ରତିଷ୍ଠା କରିଥିଲା । ୨୦୧୫ ମସିହାରେ ପ୍ରଥମ ଥର ପାଇଁ ଏହା କ୍ରିଷ୍ଟାଲାଇନ୍ ଫ୍ଲେକ୍ସିବଲ୍ ସୌର ପ୍ୟାନେଲ୍ ଉତ୍ପାଦନ କରିଥିଲା, ଯାହାକୁ ଟ୍ରେନ୍ ଛାତରେ ସ୍ଥାପନ କରି ଶକ୍ତି ପାଇବା ପାଇଁ ଉତ୍ପାଦନ କରାଯାଏ । ଅବଶ୍ୟ, ଏହି ସରକାରୀ କମ୍ପାନୀ କ୍ରମାଗତ ଅନେକ ବର୍ଷ ଧରି କ୍ଷତି ସହିଛି, ଏହି କାରଣରୁ ସରକାର ଏହାକୁ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।


ଅଧିକ ପଢ଼ନ୍ତୁ:-ତାଲିବାନକୁ ମିଳିବ ମାନ୍ୟତା? ଆଫଗାନିସ୍ତାନ ପାଇଁ ୧ ବିଲିୟନ ୟୁରୋର ପ୍ୟାକେଜ୍ ଜାରି କଲା EU


ଅଧିକ ପଢ଼ନ୍ତୁ:-ପିଏମ ମୋଦି ଓ ଇସ୍ରାଏଲ ଉପରେ ଇମ୍ରାନ ଖାନ ଦେଲେ ଏଭଳି 'ଜ୍ଞାନ', ସବୁଆଡ଼େ ଉଡ଼ୁଛି ମଜାକ


ଅଧିକ ପଢ଼ନ୍ତୁ:-ଡ୍ରଗ୍ସ ମାମଲାରେ ଚର୍ଚ୍ଚାରେ ଆସିଥିବା ସମୀର ୱାନଖେଡ଼େଙ୍କ ମୁଣ୍ଡ ଉପରେ ରହିଛି ଏହି ଖାସ୍ ବ୍ୟକ୍ତିଙ୍କ ହାତ, ପତ୍ନୀ କ୍ରାନ୍ତି କଲେ ଖୁଲାସା


ଅଧିକ ପଢ଼ନ୍ତୁ:-ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା