Parliament Monsoon Session: କ୍ଷୀର, ଅଟା, ଦହି ଓ ଖାଦ୍ୟ ଶସ୍ୟ ଭଳି ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ଜିଏସ୍ଟି (GST) ଲାଗୁ ହେବା ପରେ ବିରୋଧୀମାନେ ଲଗାତାର କେନ୍ଦ୍ର ସରକାର (Central government) ଉପରେ ଟାର୍ଗେଟ କରିଆସୁଛନ୍ତି । ସାଧାରଣ ନାଗରିକମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଥିଲେ । ସୋସିଆଲ ମିଡିଆରେ ପ୍ରବଳ ଅସନ୍ତୋଷ ମଧ୍ୟ ଦେଖା ଦେଇଥିଲା । ବର୍ତ୍ତମାନ ଏହା ସହ ଜଡିତ ଏକ ପ୍ରଶ୍ନର ଉତ୍ତର ରାଜ୍ୟସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ (Pankaj Choudhary) ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ସରକାର ମଙ୍ଗଳବାର ଦିନ ରାଜ୍ୟସଭାରେ ଯେ ଖାଦ୍ୟ ଶସ୍ୟ, ଦହି, ଲସି ସମେତ ବିଭିନ୍ନ ସାମଗ୍ରୀ ଉପରେ ଦ୍ରବ୍ୟ ଓ ସେବା କର (GST) ଆଦାୟ ନିଷ୍ପତ୍ତି ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ଗୋଷ୍ଠୀ (GOM) ସର୍ବସମ୍ମତି କ୍ରମେ ଗ୍ରହଣ କରିଛନ୍ତି । ରାଜ୍ୟସଭାରେ ପ୍ରଶ୍ନୋତ୍ତର ସମୟରେ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଲକ୍ଷ୍ନୌରେ ଅନୁଷ୍ଠିତ ଜିଏସଟି ପରିଷଦର ୪୫ ତମ ବୈଠକରେ ବିଭିନ୍ନ ରାଜ୍ୟ ମାନଙ୍କରୁ ଏକ ମନ୍ତ୍ରୀ ମାନଙ୍କ ଗୋଷ୍ଠୀ (GST) ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେ କହିଛନ୍ତି ଯେ ସେହି GOM ରେ କର୍ଣ୍ଣାଟକ, ବିହାର, କେରଳ, ଗୋଆ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଭଳି ରାଜ୍ୟର ମନ୍ତ୍ରୀ ମାନେ ସାମିଲ ଅଛନ୍ତି । ସେ କହିଛନ୍ତି ଯେ ଏହି GOM ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଏ ।


ଏହାପୂର୍ବରୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ପ୍ରଶ୍ନ କରିଛନ୍ତି ଯେ ନିକଟରେ ହୋଇଥିବା ବୈଠକରେ ଶସ୍ୟ, ଦହି, ଲସି ଇତ୍ୟାଦି ଉପରେ ଜିଏସ୍ଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି କି? କ'ଣ ଏଥିରେ ବିରୋଧୀ ଦଳ ଶାସିତ ଦିଲ୍ଲୀ, କେରଳ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟର ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ସେ ଆହୁରି ମଧ୍ୟ ପଚାରିଥିଲେ ଯେ କ'ଣ ଏହି ବୈଠକରେ ଏହି ଆଇଟମଗୁଡିକ ଉପରେ ଜିଏସ୍ଟି ଲାଗୁ ହେବାକୁ ଏହି ରାଜ୍ୟଗୁଡିକ ବିରୋଧ କରିଥିଲେ, କିମ୍ୱା ଅସହମତ ପ୍ରକାଶ କରିଥିଲେ ? ଚୌଧୁରୀ କହିଛନ୍ତି ଯେ ନିଷ୍ପତ୍ତି ନେବା ଗୋଷ୍ଠୀରେ ଜଡିତ ଲୋକଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।


ଗୋଟିଏ ଦେଶ, ଗୋଟିଏ ମୂଲ୍ୟର ନୀତି ଅନୁଯାୟୀ ପେଟ୍ରୋଲିୟମ ପ୍ରଡକ୍ଟ ଉପରେ ୟୁନିଫର୍ମ ଜିଏସ୍ଟି ଲାଗୁ ହେବାର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଜିଏସଟି ପରିଷଦ ଏପରି ନିଷ୍ପତ୍ତି ନେଇଛି ଓ ଏଥିରେ ଏହି ପ୍ରସ୍ତାବ ଆସିଛି । ରାଜ୍ୟ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜିଏସ୍ଟି ଅଧୀନରେ ପେଟ୍ରୋଲିୟମ ପ୍ରଡକ୍ଟ ଆଣିବାକୁ ପ୍ରସ୍ତାବ ଉପରେ ବିଚାର କରାଯାଉଛି । କେନ୍ଦ୍ର ସରକାର ଦହି, ପନିର, ଗୁଡ଼, ଚିନି, ମହୁ, ଲସି, ଚାଉଳ, ଅଟା ଓ ବ୍ରେଡ ଭଳି ସାଧାରଣ ବ୍ୟବହାର ସାମଗ୍ରୀ ଉପରେ ୫% ଜିଏସ୍ଟି ଲାଗୁ କରିଛନ୍ତି । ପୂର୍ବରୁ ଏହି ସମସ୍ତ ପ୍ରଡକ୍ଟକୁ ଜିଏସ୍ଟି ବାହାରେ ରଖାଯାଇଥିଲା ।


ଏହା ବି ପଢ଼ନ୍ତୁ: Monsoon Session: ସଂସଦରେ ହଙ୍ଗାମା, ନିଲମ୍ବିତ ହେଲେ ଏହି ୧୯ ସାଂସଦ