ସମ୍ବଲପୁର: ସପ୍ତାହାନ୍ତ ସଟଡାଉନ ପରେ ବଜାରରେ ଆଜି ପୁଣି ଥରେ ଭିଡ଼ ଦେଖିବାକୁ ମିଳିଛି। ଆଜି ୫୩ ଜଣ କୋଭିଡ ସଂକ୍ରମିତ ଚିହ୍ନଟ। ଆଜି ବାହାରିଥିବା ରିପୋର୍ଟ ଅନୁଯାୟୀ ୫୩ ଜଣ ସଂକ୍ରମିତ ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫୩୪ ରହିଛି।


COMMERCIAL BREAK
SCROLL TO CONTINUE READING

ସେମାନଙ୍କ ମଧ୍ୟରୁ ୯୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୩୬ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ସେହିପରି ଭାବରେ ଆଜି ସମ୍ବଲପୁର ଜିଲ୍ଲାରେ ଜଣେ କରୋନା ସଂକ୍ରମିତ କର ମୃତ୍ୟୁ ଘଟିଛି। ଆଗରୁ ୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଜଣଙ୍କର ମୃତ୍ୟ ଘଟିଛି।ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କୋରୋନାରେ ସର୍ବମୋଟ ୮ ଜଣ ମୃତ୍ୟୁବରଣ କରିସାରିଛନ୍ତି।