ପ୍ରଥମ ଥର ପାଇଁ ଭାରତକୁ ନେଇ ଏହି ବଡ଼ ଦାବି କଲା ତାଲିବାନ
ଫଗାନିସ୍ତାନର ନ୍ୟୁଜ୍ ୱେବସାଇଟ୍ ଟୋଲୋ ନ୍ୟୁଜ୍ ଅନୁଯାୟୀ ତାଲିବାନ (Taliban) ଏହି ବୈଠକରୁ ବହୁତ ଆଶା ରଖିଛି ।
ନୂଆଦିଲ୍ଲୀ: Moscow Meet: ଆଫଗାନିସ୍ତାନ (Afghanistan) ପ୍ରସଙ୍ଗକୁ ନେଇ ଋଷ (Russia) ମସ୍କୋ ଫର୍ମାଟ୍ ବୈଠକ ଡାକିଛି । ୨୦୧୭ ମସିହାରୁ ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ମସ୍କୋ ଫର୍ମାଟ୍ (Moscow format) ତିଆରି କରାଯାଇଥିଲା । ଏହି ବୈଠକରେ ଯୋଗଦେବା ପାଇଁ ଆମେରିକା (America), ଚୀନ୍ (China), ଭାରତ (India), ଇରାନ (Iran) ଏବଂ ପାକିସ୍ଥାନ (Pakistan) ସମେତ ୧୦ଟି ଦେଶକୁ ଆମନ୍ତ୍ରଣ ପଠାଯାଇଥିଲା । ତାଲିବାନ (Taliban) ଆଫଗାନିସ୍ତାନରେ କ୍ଷମତା ହାସଲ କରିବା ପରେ ଋଷ ପ୍ରଥମ ଥର ପାଇଁ ଏହି ବୈଠକ ଆୟୋଜନ କରୁଛି । ସେହିପରି ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରେ ପ୍ରଥମ ଥର ପାଇଁ ଭାରତୀୟ ପ୍ରତିନିଧୀ ତଥା ତାଲିବାନ ଅଧିକାରୀମାନେ ଏକାଠି ହୋଇଛନ୍ତି ।
ଏହି ବୈଠକରେ ଭାରତୀୟ ପ୍ରତିନିଧୀ (Indian delegation) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଓ ଆଫଗାନିସ୍ତାନ (Afghanistan) କୁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି । ତାଲିବାନର ଆଧିକାରୀକ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ (Taliban official spokesman Zabihullah Mujahid) ନିଜ ଟ୍ୱିଟରେ ସ୍ପଷ୍ଟ କରିଛି ଯେ ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ ଅଛି । ସେ ନିଜ ଟ୍ୱିଟରେ ଲେଖିଛି ଯେ ମସ୍କୋରେ ଅନୁଷ୍ଠିତ ବୈଠକରେ ଭାରତୀୟ ଅଧିକାରୀ କହିଛନ୍ତି ଯେ ଆଫଗାନିସ୍ତାନର ଲୋକଙ୍କୁ ମାନବିକ ସହାୟତା ଆବଶ୍ୟକ, ଆଫଗାନିସ୍ତାନ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ଆଫଗାନିସ୍ତାନକୁ ମାନବିକ ସହାୟତା ଯୋଗାଇବାକୁ ଭାରତ ପ୍ରସ୍ତୁତ ଅଛି । ତେବେ ଏପର୍ଯ୍ୟନ୍ତ ଭାରତ ତରଫରୁ କୌଣସି ଆଧିକାରୀକ ବୟାନ ଆସିନାହିଁ ।
ଆଫଗାନିସ୍ତାନର ନ୍ୟୁଜ୍ ୱେବସାଇଟ୍ ଟୋଲୋ ନ୍ୟୁଜ୍ ଅନୁଯାୟୀ ତାଲିବାନ (Taliban) ଏହି ବୈଠକରୁ ବହୁତ ଆଶା ରଖିଛି । ଆଫଗାନିସ୍ତାନ (Afghanistan) ର ପାଣ୍ଠି ଫ୍ରିଜ୍ ହୋଇଥିବାରୁ ଏହି ଦେଶ ଆର୍ଥିକ ସଙ୍କଟ ଓ ଅନାହାରର ସମ୍ମୁଖୀନ ହେଉଛି । ଯେହେତୁ ତାଲିବାନ ଏକ ମିଳିତ ସରକାରର ପ୍ରତିଶ୍ରୁତି ପାଳନ କରି ନାହିଁ, ତେଣୁ ଋଷ (Russia) ତାଲିବାନକୁ ଆନ୍ତର୍ଜାତୀୟ ମାନ୍ୟତା ଦେବାକୁ ତତ୍ପର ନୁହେଁ ।
ସୂଚନାଯୋଗ୍ୟ ଯେ, ଏହି ବୈଠକ ପାଇଁ ଆମେରିକା (America) କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ଆମେରିକା (US) ଏହି ବୈଠକ ପୂର୍ବରୁ ଦୋହାରେ ତାଲିବାନ ପ୍ରତିନିଧୀଙ୍କ ସହ ଆଲୋଚନା କରିସାରିଛି ଏବଂ ବର୍ତ୍ତମାନ ଏହି ବୈଠକରେ ଯୋଗ ଦେଉନାହିଁ ।
ଋଷ (Russia) ବ୍ୟତୀତ ତାଜିକିସ୍ତାନ ଓ ଉଜବେକିସ୍ତାନ ମଧ୍ୟ ତାଲିବାନ ସରକାରକୁ ନେଇ ଉଦ୍ୱେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ତାଲିବାନ ସରକାର ଦ୍ୱାରା କରାଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ । ସେହିଭଳି କତାର ତାଲିବାନକୁ ମଧ୍ୟ କହିଛି ଯେ ଯଦି ସେମାନେ ଇସଲାମିକ ସରକାର ଚଳାଇବାକୁ ଚାହାଁନ୍ତି, ତେବେ ସେମାନେ କତାରଠାରୁ ଶିଖିବା ଉଚିତ୍ । ଏହା ବ୍ୟତୀତ କିଛି ମୁସଲିମ ଦେଶ ମଧ୍ୟ ତାଲିବାନକୁ ବୈଦେଶିକ ମନ୍ତ୍ରୀ ପଠାଇ ଏକ ମିଳିତ ସମନ୍ୱୟ ସରକାର ଚଳାଇବାକୁ ତଥା ସମାଜରେ ମହିଳାଙ୍କ ଭୂମିକାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ।
ପାକିସ୍ତାନ ତାଲିବାନକୁ ସମର୍ଥନ କରିଆସୁଛି ଓ ଆଫଗାନିସ୍ତାନର ଖରାପ ଆର୍ଥିକ ପରିସ୍ଥିତି ମଧ୍ୟରେ ସାହାଯ୍ୟ ପଠାଇବା ଜାରି ରଖିଛି । କିନ୍ତୁ ପାକିସ୍ତାନର ମଧ୍ୟ ନିଜର ସୀମା ରହିଛି କାରଣ ପାକିସ୍ତାନ ନିଜେ ମଧ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ଚୀନ ମଧ୍ୟ ତାଲିବାନ ପ୍ରତି ଅତ୍ୟନ୍ତ ଉତ୍ସାହଜନକ ମନୋଭାବ ଦେଖାଇ ନାହିଁ । ଏଭଳି ପରିସ୍ଥିତିରେ ତାଲିବାନ ଯଥାସମ୍ଭବ ସାହାଯ୍ୟ ପାଇବାକୁ ଚେଷ୍ଟା କରୁଛି ।
ଏହା ବି ପଢ଼ନ୍ତୁ:-ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି ପେଟ୍ରୋଲ-ଡିଜେଲର ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍
ଏହା ବି ପଢ଼ନ୍ତୁ:-କୃଷକଙ୍କ ପାଇଁ ଗୁଡ୍ ନ୍ୟୁଜ୍! ଏହି ଦିନ ଆସିବ ପିଏମ କିସାନ ଯୋଜନାର ଦଶମ କିସ୍ତି
ଏହା ବି ପଢ଼ନ୍ତୁ:-ତାଲିବାନକୁ ନେଇ ଋଷରେ ଭାରତ, ପାକିସ୍ତାନ ସମେତ ଏହି ୧୦ଟି ଦେଶ ହେବେ ଏକାଠି, ନେଇପାରନ୍ତି ବହୁତ ବଡ଼ ନିଷ୍ପତ୍ତି
ଏହା ବି ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ