ମୁମ୍ୱାଇ: Warrant Against Sanjay Raut: ଶିବସେନା ସାଂସଦ ସଞ୍ଜୟ ରାଉତ (Sanjay Raut) ଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଛି । ବିଜେପିର ପୂର୍ବତନ ସାଂସଦ କିରିଟ ସୋମ୍ୟାଙ୍କ ପତ୍ନୀ ମେଧା ସୋମ୍ୟାଙ୍କ ଦ୍ୱାରା ରୁଜୁ ମାନହାନି ମାମଲାରେ  ହାଜର ହେବାରେ ବିଫଳ ହେବା ପରେ ତାଙ୍କ ବିରୋଧରେ ମୁମ୍ୱାଇର ଏକ କୋର୍ଟ ବେଲେବଲ୍ ୱାରେଣ୍ଟ (Bailable Warrant ) ଜାରି କରିଛନ୍ତି ଓ କୋର୍ଟ ତାଙ୍କୁ ଜୁଲାଇ ୧୮ରେ ହାଜର ହେବାକୁ କହିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ସେୱ୍ରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ଗତ ମାସରେ ରାଉତଙ୍କୁ ଜୁଲାଇ ୪ରେ ହାଜର ହେବାକୁ କହିଥିଲେ । ତେବେ ସୋମବାର ରାଉତ କିମ୍ବା ତାଙ୍କ ଓକିଲ କୋର୍ଟରେ ହାଜର ହୋଇନାହାଁନ୍ତି ବୋଲି ମେଧା ସୋମ୍ୟାଙ୍କ ଓକିଲ ବିବେକାନନ୍ଦ ଗୁପ୍ତା କହିଛନ୍ତି । ଗୁପ୍ତା କହିଛନ୍ତି ଯେ ରାଉତଙ୍କ ହାଜର ନହେବା କାରଣରୁ ଆମେ ତାଙ୍କ ବିରୋଧରେ ୱାରେଣ୍ଟ ପ୍ରଦାନ ପାଇଁ ଏକ ଆବେଦନ କରିଥିଲୁ, ଯାହା ଉପରେ କୋର୍ଟ ଏହି ଆଦେଶ ଜାରି କରିଛନ୍ତି । ପରେ କୋର୍ଟ ଏହି ମାମଲାକୁ ସ୍ଥଗିତ ରଖି ଜୁଲାଇ ୧୮ରେ ଶୁଣାଣି ପାଇଁ ରଖିଛନ୍ତି ।


ଏହା ବି ପଢ଼ନ୍ତୁ:-ସିନ୍ଦେ ଜିତିଲେ ଆସ୍ଥା ଭୋଟ, ଦେବେନ୍ଦ୍ର ଫଡନାଭିସଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା; ଜାଣନ୍ତୁ କ'ଣ କହିଲେ


ଏହା ବି ପଢ଼ନ୍ତୁ:-ମୋଦି ସରକାରଙ୍କୁ ମେଘାଳୟ ରାଜ୍ୟପାଳଙ୍କ କଡ଼ା ପ୍ରହାର, କହିଲେ-ଚାଷୀଙ୍କ ପରେ ସୈନ୍ୟଙ୍କୁ କରୁଛନ୍ତି ବର୍ବାଦ


ଏହା ବି ପଢ଼ନ୍ତୁ:-ଏତେ ସୁରକ୍ଷା ତ ଆତଙ୍କୀ କସାବକୁ ବି ମିଳି ନଥିଲା, ସିନ୍ଦେ ଗୋଷ୍ଠୀଙ୍କ ଉପରେ ବର୍ଷିଲେ ସଞ୍ଜୟ ରାଉତ


ମାଜିଷ୍ଟ୍ରେଟ ଏହି ସମନ ଜାରି କରିବାବେଳେ କହିଛନ୍ତି ଯେ, ରେକର୍ଡ ଭାବେ ଉପସ୍ଥାପିତ କରାଯାଇଥିବା ଡକ୍ୟୁମେଣ୍ଟ ଓ ଭିଡିଓ କ୍ଲିପରୁ ଦର୍ଶାଉଛି ଯେ ଅଭିଯୁକ୍ତ ଅଭିଯୋଗକାରୀ (ମେଧା) ଙ୍କ ବିରୋଧରେ ଅପମାନଜନକ ବୟାନ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଅଭିଯୋଗକାରୀ ଏହା ମଧ୍ୟ ପ୍ରମାଣ କରିଦେଇଛନ୍ତି କି ଅଭିଯୁକ୍ତ ସଞ୍ଜୟ ରାଉତଙ୍କ ଦ୍ୱାରା କୁହାଯାଇଥିବା ଶବ୍ଦ ଦ୍ୱାରା ଅଭିଯୋଗକାରୀଙ୍କ ପ୍ରତିଷ୍ଠା କ୍ଷତିଗ୍ରସ୍ତ ହୋଇଛି ।


ଓକିଲ ଗୁପ୍ତା ଓ ଲକ୍ଷ୍ମଣ କନାଲଙ୍କ ଦ୍ୱାରା ଦାଖଲ ହୋଇଥିବା ତାଙ୍କ ଅଭିଯୋଗରେ ମେଧା ସୋମ୍ୟା ଦାବି କରିଛନ୍ତି ଯେ, ରାଉତ ତାଙ୍କ ଓ ତାଙ୍କ ପତିଙ୍କ ବିରୋଧରେ କିଛି ସାର୍ବଜନୀନ ଶୌଚାଳୟ ନିର୍ମାଣ ତଥା ରକ୍ଷଣାବେକ୍ଷଣରେ ୧୦୦ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ଲଗାଇଛନ୍ତି, ଯାହା ଭିତ୍ତିହୀନ ଓ ସମ୍ପୂର୍ଣ୍ଣ ବଦନାମ ଅଭିଯୋଗ ଲଗାଇଛନ୍ତି । ମୀରା ଭାୟନ୍ଦର ମ୍ୟୁନିସିପାଲିଟି କର୍ପୋରେସନ୍ ଅଧୀନରେ ଆସେ ।


ଅନ୍ୟପଟେ, ଆଜି ସିନ୍ଦେ ଆସ୍ଥା ଭୋଟରେ ବିଜୟ ହାସଲ କରିଛନ୍ତି । ବିଧାନସଭାରେ ୧୬୪ ଜଣ ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି । ବାଚସ୍ପତିଙ୍କ ଭୋଟ୍ ଗଣନା କରାଯାଇ ନଥିଲା, ନଚେତ୍ ଏହି ଭୋଟ୍ ୧୬୫ ହୋଇଥାନ୍ତା । ସେପଟେ ବିରୋଧୀ ସପକ୍ଷରେ ୯୯ ଭୋଟ ପଡ଼ିଛି । ଏହା ବ୍ୟତୀତ ମହାବିକାଶ ଅଘାଡ଼ିର ୮ ବିଧାୟକ ଭୋଟିଂ ସମୟରେ ଅନୁପସ୍ଥିତ ଥିଲେ ।