Navratri Garba Program: ନବରାତ୍ରୀ ଅବସରରେ ଆୟୋଜିତ ଗରବା କାର୍ଯ୍ୟକ୍ରମରେ ପ୍ରବେଶ କରିବା କିଛି ଯୁବକଙ୍କ ଲାଗି ମହଙ୍ଗା ପଡ଼ିଛି। ଗରବା କାର୍ଯ୍ୟକ୍ରମକୁ ଆସିଥିବା ଏହି ଯୁବକଙ୍କୁ ଧରି ନେଇ ନିର୍ଘାତ ମାଡ଼ ମାରିଛନ୍ତି ଦକ୍ଷିଣପନ୍ଥୀ ସଙ୍ଗଠନ କର୍ମକର୍ତ୍ତା। ଗୁଜୁରାଟ ଅହମ୍ମଦାବାଦ ଠାରେ ଘଟିଯାଇଛି ଏଭଳି ଘଟଣା।  


COMMERCIAL BREAK
SCROLL TO CONTINUE READING

ନବରାତ୍ରୀ ଅବସରରେ ଆୟୋଜିତ ଗରବା କାର୍ଯ୍ୟକ୍ରମରେ (Navratri Garba Program) ସେତେବେଳେ ସୃଷ୍ଟି ହୋଇଥିଲା ବିବାଦ। ଯେତେବେଳେ ୨ ଜଣ ମୁସଲମାନ ଯୁବକ (Muslim Youth) ହିନ୍ଦୁ ସଙ୍ଗଠନ (Hindu Organization) ଦ୍ୱାରା ଧରାପଡିଥିଲେ। ବଜରଙ୍ଗ ଦଳ କର୍ମକର୍ତ୍ତା (Bajarag Dal Worker) ନିଜର ପରିଚୟ ଲୁଚାଇ ଗରବା କାର୍ଯ୍ୟକ୍ରମରେ ପ୍ରବେଶ କରିଥିବା ମୁସଲମାନ ଯୁବକଙ୍କୁ ଧରି ନେଇ ସେମାନଙ୍କୁ ନିର୍ଘାଡ ମାଡ଼ ମାରିଥିଲେ। ବର୍ତ୍ତମାନ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି ଯେଉଁଠି ଦକ୍ଷିଣପନ୍ଥୀ ସଙ୍ଗଠନ କର୍ମକର୍ତ୍ତା (Right Wing Organization Activist) ଲଭ ଜୀହାଦ (Love Jihad) ଅଭିଯୋଗ ଆଣି  ପରିଚୟ ଲୁଚାଇଥିବା ମୁସଲିମ ଯୁବକଙ୍କୁ ମାଡ ମାରିଥିଲେ।


ଗୁଜୁରାଟ ଅହମ୍ମଦାବାଦ (Gujarat Ahmedabad) ଠାରେ ଆୟୋଜିତ ହୋଇଥିବା ଏକ ଗରବା କାର୍ଯ୍ୟକ୍ରମରେ ୨ ମୁସଲିମ ଯୁବକଙ୍କ ପ୍ରବେଶ କରିଥିବା ନେଇ ଖବର ମିଳିଥିଲା। ଏହି ଖବର ପାଇବା ପରେ ବଜରଙ୍ଗ ଦଳର ଅନେକ କର୍ମକର୍ତ୍ତା ଗରବା ମଇଦାନ (Garba Pandal) ଠାରେ ପହଞ୍ଚିଥିଲେ। ସେମାନେ ପରିଚୟ ଲୁଚାଇ ଗରବା କାର୍ଯ୍ୟକ୍ରମରେ ପ୍ରବେଶ କରିବା ଅଭିଯୋଗରେ ମୁସଲମାନ ଯୁବକଙ୍କୁ ଧରି ନିର୍ଘାତ ମାଡ଼ ମାରିଥିଲେ। 


Also Read: Durga Puja: ଗରବା କାର୍ଯ୍ୟକ୍ରମରେ ପଶି ମାଡ଼ ଖାଇଲେ ଯୁବକ,ଜାଣନ୍ତୁ କାରଣ   


ଏପରି ସମାନ ଘଟଣା ମଧ୍ୟ ପ୍ରଦେଶ ଇନ୍ଦୋର (Madhya Pradesh Indore) ଅଞ୍ଚଳରେ ଘଟିଯାଇଛି। ଯେଉଁଠି ପରିଚୟ ଲୁଚାଇ ଗରବା କାର୍ଯ୍ୟକ୍ରମରେ ପ୍ରବେଶ କରିବାର ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ୭ ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏନେଇ ଅଭିଯୋଗ ହୋଇଛି ଯେ ଏହି ସମସ୍ତ ଯୁବକ ଗରବା ଉତ୍ସବରେ ଯୋଗ ଦେଇଥିବା ମହିଳା ତଥା ବାଳିକାଙ୍କ ଭିଡିଓ ରେକର୍ଡିଂ କରୁଥିଲେ। ଗରବା ଆୟୋଜକଙ୍କ ସନ୍ଦେହ ଆଧାରରେ ସମସ୍ତଙ୍କୁ ପୋଲିସ ହାତକୁ ହସ୍ତାନ୍ତର କରାଯାଇଛି। ଇନ୍ଦୋର ପାଣ୍ଡାରିନାଥ ଛକ ଠାରେ ଆୟୋଜିତ ହୋଇଥିବା ଗରବା କାର୍ଯ୍ୟକ୍ରମରେ ନିଜର ପରିଚୟ ଲୁଚାଇ ଆସିଥିବା ୭ ମୁସଲିମ ଯୁବକ ଧରା ପଡିଛନ୍ତି। 


ଗରବା କାର୍ଯ୍ୟକ୍ରମରେ ପ୍ରବେଶ କରିଥିବା  ୭ ଜଣ ଯୁବକଙ୍କ କାର୍ଯ୍ୟକଳାପ ଦେଖି ସେଠାରେ ଉପସ୍ଥିତ ରହିଥିବା ବଜରଙ୍ଗ ଦଳ କର୍ମକର୍ତ୍ତା ସେମାନଙ୍କ ଉପରେ ସନ୍ଦେହ କରିଥିଲେ। ଏହା ପରେ ଯେତେବେଳେ ସେମାନେ ସେମାନଙ୍କର ନାମ ପଚାରିଥିଲେ ଏବଂ ପରିଚୟ ପତ୍ର ଦେଖାଇବାକୁ କହିଥିଲେ, ସେତେବେଳେ ସମସ୍ତ ଯୁବକ ସେମାନଙ୍କ ଭୁଲ ନାମ କହିଥିଲେ। କେହି ନିଜ ନାଁ ସନ୍ଦୀପ ଏବଂ ଅନ୍ୟ କେହି ନିଜକୁ ବବଲୁ ବୋଲି ପରିଚୟ ଦେଇଥିଲେ। ପରେ ସମସ୍ତଙ୍କର ପ୍ରକୃତ ନାମ ଜଣାପଡ଼ିବା ପରେ ସେମାନଙ୍କୁ ପୋଲିସ ହାତକୁ ହସ୍ତାନ୍ତର କରାଯାଇଛି। ଏନେଇ ଅଭିଯୋଗ ହୋଇଛି ଯେ ମୁସଲିମ ଯୁବକ ନିଜର ପରିଚୟ ଲୁଚାଇ ଗରବା କାର୍ଯ୍ୟକ୍ରମରେ ପ୍ରବେଶ କରିଥିଲେ। ହେଲେ ଅଦଲତରେ ହାଜର ହେବା ପରେ ସେମାନଙ୍କୁ ଜାମିନ ମିଳି ଯାଇଥିଲା। 


Also Read: Vadodara: ଗଣେଶ ପୂଜା ବେଳେ ସାମ୍ପ୍ରଦାୟିକ ସଂଘର୍ଷ, ୧୩ ଅଟକ


ଭାରତ ବିଭିନ୍ନ ଧର୍ମର ଲୋକଙ୍କ ଏକ ଦେଶ। ଯେଉଁଠାରେ ବିଭିନ୍ନ ଧର୍ମର ଲୋକଙ୍କ ଧାର୍ମିକ ପର୍ବ ବର୍ଷ ସାରା ଚାଲିଥାଏ। ସମସ୍ତ ଲୋକ ପରସ୍ପରର ପର୍ବରେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି। ହେଲେ ଧାର୍ମିକ ଆୟୋଜନରେ ନିଜର ପରିଚୟ ଲୁଚାଇ ଅଂଶ ଗ୍ରହଣ କରିବା ନିଶ୍ଚିତ ଭାବରେ ସନ୍ଦେହ ସୃଷ୍ଟି କରିଥାଏ।