Plane Crash: ମଙ୍ଗଳବାର ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଟର୍ମିନାଲରେ ପହଞ୍ଚିବା ପୂର୍ବରୁ ମିଆଁମାରର ଏକ ସାମରିକ ବିମାନ ରନୱେରୁ ଖସିପଡ଼ିଥିବା ସୂଚନା ମିଳଇଛି। ଏହି ଦୁର୍ଘଟଣାରେ ପାଖାପାଖି ୬ ଜଣ ଜଣ ଲୋକ ଆହତ ହୋଇଛନ୍ତି। ଏହି ବିମାନରେ ୧୪ ଜଣ ଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି।ଆହତମାନଙ୍କୁ ଲେଙ୍ଗପୁଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ମିଜୋରାମ ଡିଜିପି କହିଛନ୍ତି।ତେବେ ଏହି ବିମାନ ମଙ୍ଗଳବାର ଦିନ ପ୍ରାୟ ୧୦ ରୁ ୧୦:୩୦ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଆଁମାର ସେନା ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ସଂଘର୍ଷ ମଧ୍ୟରେ ଲଙ୍ଗଟଲାଇରୁ ପଳାଇ ଆସିଥିବା ଯବାନମାନଙ୍କୁ  ମିଆଁମାରକୁ ଫେରେଇ ନେବା ପାଇଁ ବିମାନଟି ଆସିଥିଲା।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ ଗତ ସପ୍ତାହରେ ମୋଟ ୨୭୬ ମିଆଁମାର ଯବାନ ମିଜୋରାମରେ ପ୍ରବେଶ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୮୪ ଜଣଙ୍କୁ ସୋମବାର ପଠାଯାଇଥିଲା। ସେମାନଙ୍କୁ ମ୍ୟାନମାଁର ବାୟୁସେନା ବିମାନରେ ଆଇଜାୱାଲ ନିକଟ ଲେଙ୍ଗପୁଇ ବିମାନବନ୍ଦରରୁ ପଡୋଶୀ ଦେଶର ରାଖାଇନ୍ ରାଜ୍ୟର ସିଟୱେ ପର୍ଯ୍ୟନ୍ତ ଉଡ଼ାଣ କରାଯାଇଥିଲା।


ତେବେ ମିଆଁମାର ଯବାନମାନଙ୍କୁ ପାରଭା ନିକଟସ୍ଥ ଆସାମ ରାଇଫଲ୍ସ କ୍ୟାମ୍ପକୁ ନିଆଯାଇଥିଲା ଏବଂ ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଲୁଙ୍ଗଲେଇକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣା ପଡ଼ିଛି।