9/11 terror attacks, ନ୍ୟୁୟର୍କ: ଟ୍ୱନ ଟାୱାର ବା ବିଶ୍ୱ ବାଣିଜ୍ୟିକ କେନ୍ଦ୍ରରେ ହୋଇଥିବା ଆତଙ୍କୀ ହମଲାକୁ ରବିବାର ୨୧ ବର୍ଷ ପୂରିଛି। ଏହି ଅବରସରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା NASA ପକ୍ଷରୁ ଏକ ସାଟେଲାଇଟ୍ ଫଟୋ ଜାରି କରାଯାଇଛି। ୧୧ ସେପ୍ଟେମ୍ବର ୨୦୦୧ ତାରିଖ ଦିନ ଏହି ଫଟୋକୁ ମହାକାଶରୁ ଉଠାଯାଇଥିଲା। ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ନାସାର ମହାକାଶ ବିଜ୍ଞାନୀ ଫ୍ରାଙ୍କ କଲବର୍ଟସନ ନ୍ୟୁୟର୍କର ସହରର ଫଟୋ ଉଠାଇଥିଲେ। ଆଉ ଫଟୋରେ ଟ୍ୱିନ୍ ଟାୱାରରୁ ବାହାରୁଥିବା କଳା ଧୂଆ କଏଦ ହୋଇଛି। ଟ୍ୱିଟରରେ ନାସା ପକ୍ଷରୁ ଫଟୋ ଜାରି କରାଯିବା ସହ ୯/୧୧ର ପୀଡିତ ଓ ହିରୋଙ୍କୁ ସମ୍ମାନ ଜଣା ଯାଇଛି। 


COMMERCIAL BREAK
SCROLL TO CONTINUE READING

ନାସାର @NASAhistory ଟ୍ୱିଟର ହ୍ୟାଣ୍ଡଲରେ ରବିବାର ସନ୍ଧ୍ୟାରେ ଏକ ସାଟେଲାଇଟ ଫଟୋ ପୋଷ୍ଟ କରାଯାଇଛି। ତେବେ ସେହି ଫଟୋ ୯/୧୧ ଆତଙ୍କୀ ହମଲା ଦିନ ମହାକାଶରୁ ଉଠାଯାଇଥିଲା। ଫଟୋ ପୋଷ୍ଟ କରି ସେଥିରେ ନାସା ଲେଖିଛି, '୧୧ ସେପ୍ଟେମ୍ବର ୨୦୦୧ରେ, ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ISS) ରୁ ନାସାର ମହାକାଶଚାରୀ ଫ୍ରାଙ୍କ କଲବର୍ଟସନ, ନ୍ୟୁୟର୍କ ସହରର ଟ୍ୱିନ୍ ଟାୱାରରୁ ଉଠୁଥିବା ଧୂଆଁର ଫଟୋ ଉଠାଇଥିଲେ। ସେହି ଭୟଙ୍କର ଦିନର ୨୧ତମ ବାର୍ଷିକୀ ଅବସରରେ, ଆମେ ୯/୧୧ ଆତଙ୍କବାଦୀ ଆକ୍ରମଣର ଶିକାର ଲୋକ ଏବଂ ସାହସିଙ୍କୁ ଆମେ ସମ୍ମାନ ଜଣାଉଛୁ।'


Also Read: Bus Accident: କାଳିଆ ଦର୍ଶନ କରି ଫେରୁଥିବା ବେଳେ ଓଲଟିଲା ବସ


୧୧ ସେପ୍ଟେମ୍ବର ୨୦୦୧ ପରେ ନାସା ସାଇନସ୍ ପ୍ରୋଗ୍ରାମକୁ ଆକ୍ଟିଭ୍ କରାଗଲା। FEMA ସହିତ ମିଶି ନାସା ମହାକାଶରୁ ଭୂପୃଷ୍ଟ ଉପରେ ନଜର ରଖିଲା। ସେହିପରି ନ୍ୟୁୟର୍କ, ୱାଶିଂଟନ୍ ଡି.ସି ଏବଂ ପେନସିଲଭାନିଆରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପୀଡିତମାନଙ୍କୁ ସମ୍ମାନ ଜଣାଇବା ପାଇଁ ନାସା STS-108 ଏଣ୍ଡେଭୋରର ବିମାନରେ ପ୍ରାୟ ୬୦୦୦ ପତାକା ଉଡାଇଥିଲା। ଟେକ୍ସାସର ହ୍ୟୁଷ୍ଟନସ୍ଥିତ ଜନସନ ସ୍ପେସ୍ ସେଣ୍ଟରରେ କାର୍ଯ୍ୟ କରୁଥିବା ଛାତ୍ରମାନେ ପୀଡିତଙ୍କର ସମ୍ପର୍କୀୟଙ୍କୁ ଉପସ୍ଥାପନ କରିବା ପାଇଁ ମହାକାଶରେ ଉଡ଼ାଯାଇଥିବା ଆମେରିକାର ପତାକା ସମେତ ସ୍ମୃତି ପ୍ୟାକେଜ୍ ସଂଗ୍ରହ କରିଥିଲେ। ୧୪ ଜୁନ୍ ୨୦୦୨ରେ ଜାତୀୟ ପତାକା ଦିବସରେ ନ୍ୟୁୟର୍କର American Museum of Natural History's Rose Center for Earth and Space ଠାରେ ଅନୁଷ୍ଠିତ ଏକ ସମାରୋହରେ  ସେହି ପତାକା ଗୁଡିକୁ ବଣ୍ଟନ କରାଯାଇଥିଲା।


 



ସୂଚନାଯୋଗ୍ୟ,  ଆତଙ୍କବାଦୀ ସଂଗଠନ, ଅଲକାଏଦା ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ ବିମାନ ଦ୍ବାରା ଆକ୍ରମଣ କରିଥିଲା । ସକାଳ ପ୍ରାୟ ୮.୩୦ ସମୟରେ ଏହି ଆକ୍ରମଣ ହୋଇଥିଲା। ୪୫ ମିନିଟ ମଧ୍ୟରେ ୧୧୦ ମହଲା ବିଶିଷ୍ଟ ୱାର୍ଲ୍ଡ ଟ୍ରେଡ ସେଣ୍ଟରର ୨ଟି ଉଚ୍ଚ ଅଟ୍ଟାଳିକା ଧ୍ବଂସ ହୋଇଯାଇଥିଲା। ଏହି ଆତଙ୍କବାଦୀ ହମଲାରେ ୧୯ ଆତଙ୍କବାଦୀଙ୍କ ସମେତ ପ୍ରାୟ ୩୦୦୦ ନାଗରିକ ପ୍ରାଣ ହରାଇଥିଲେ। ଆକ୍ରମଣ ସମୟରେ WTC ପରିସରରେ ପ୍ରାୟ ୧୮ ହଜାର ଲୋକ ଉପସ୍ଥିତ ଥିଲେ। ଯାଞ୍ଚରୁ ଜଣାପଡ଼ିଥିଲା ଯେ ୯/୧୧ ହମଲାର ମାଷ୍ଟରମାଇଣ୍ଡ ଓସାମା ଲାଡ଼େନର ଘନିଷ୍ଠ ବନ୍ଧୁ ଖଲିକ ଶେଖ ମହମ୍ମଦ ଥିଲା। ଏହାପରେ ଆମେରିକାର ଏକ ଅପରେସନ ଚଳାଇ ଲାଡ଼େନକୁ ହତ୍ୟା କରିଥିଲା ।