ଜାଣନ୍ତୁ କେଉଁ ସହର ଉପରେ ଆକ୍ରମଣ ଯୋଜନା କରୁଛନ୍ତି ଆତଙ୍କବାଦୀ ସଂଗଠନ ?
India Independence Day: ସ୍ୱାଧୀନତା ଦିବସ(Independence Day) ଅବସରରେ ଦିଲ୍ଲୀ ପୋଲିସ(Delhi Police) ଜାତୀୟ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆତଙ୍କବାଦୀ ସଂଗଠନ ଚଳାଇଛି ଗୁପ୍ତ ଯୋଜନା।
India Independence Day: ୭୫ତମ ସ୍ୱାଧୀନତା ଦିବସ(Independence Day) ପାଳନ କରିବାକୁ ଯାଉଛି ଭାରତ। ଏହି ଅମୃତ ମହୋତ୍ସବ ପାଳନ କରିବା ପାଇଁ କାହିଁ କେତେ ପ୍ରସ୍ତୁତି। ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଦିଲ୍ଲୀର ଲାଲକିଲ୍ଲା ପ୍ରାଚିରର ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗା ପତାକା ଉଡାଇବ ସହିତ ଦେଶକୁ ମଧ୍ୟ ସମ୍ବୋଧିତ କରିବେ। ସ୍ୱାଧୀନତା ଦିବସ(Independence Day) ଅବସରରେ ଦିଲ୍ଲୀ ପୋଲିସ(Delhi Police) ଜାତୀୟ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ଭାବ୍ୟ ଆତଙ୍କବାଦୀ ଗତିବିଧି ଏବଂ ଅସାମାଜିକ ତତ୍ତ୍ବ ଉପରେ ନଜର ରଖିଛି। ଦିଲ୍ଲୀର ସମସ୍ତ ୮ଟି ସୀମା ତଥା ସହରର ବ୍ୟସ୍ତବହୁଳ ବଜାରର ଗୁଡିକର ସୁରକ୍ଷା କଡାକଡି କରାଯାଇଥଇବା ପୋଲିସ କହିଛି। ଲାଲକିଲ୍ଲା ନିକଟରେ ସୁରକ୍ଷାର ସ୍ତରକୁ ବୃଦ୍ଧି କରାଯାଇଛି।
ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସୁରକ୍ଷା ବୃଦ୍ଧି ପାଇଁ ଡ୍ରୋନରେ ପାଲଟା ଆକ୍ରମଣକୁ ସୁନିଶ୍ଚିତ କରିବା ପାଇଁ ପୋଲିସ କର୍ମଚାରୀମାନେ ଡ୍ରୋନ୍ ରୋଧି ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପ୍ରତିରକ୍ଷା ଅନୁସନ୍ଧାନ, ବିକାଶ ସଂଗଠନ ଏବଂ ଭରତ ଇଲେକ୍ଟ୍ରୋନିକ୍ସ ଦ୍ୱାରା ଏହି ଆଣ୍ଟି-ଡ୍ରୋନ୍ ପ୍ରସ୍ତୁତ କରାଯାଇଛି। ପୋଲିସ କହିଛି, ଆକାଶରେ ଉଡ଼ୁଥିବା ସନ୍ଦିଗ୍ଧ ଜିନିଷ ଗୁଡ଼ିକର ମୁକାବିଲା ପାଇଁ ପୋଲିସ କର୍ମଚାରୀଙ୍କୁ ମଧ୍ୟ ତକାଲିମ ଦିଆଯାଇଛି। କାରଣ ଅଗଷ୍ଟ ୧୫ ତାରିଖିରେ ଦିଲ୍ଲୀର ସୁରକ୍ଷାକୁ ନେଇ ପୋଲିସକୁ କିଛି ବିଶେଷ ସତର୍କ ସୂଚନା ମିଳିଥିଲା।
ବାସ୍ତବରେ, ପଞ୍ଜାବ ସମେତ ଅନେକ ରାଜ୍ୟରୁ ଗିରଫ ହୋଇଥିବା ଆତଙ୍କବାଦୀଙ୍କୁ ପଚରାଉଚରା ସମୟରେ ଜଣାପଡିଛି ଯେ, ଅନେକ ଡ୍ରୋନ୍ ପାକିସ୍ତାନ ସୀମାରୁ ଦେଶର କେତେକ ଅଞ୍ଚଳରେ ପହଞ୍ଚିଛି। ଅନ୍ୟ ଏକ ସତର୍କ ସୂଚନା ମୂତାବକ, ପାକିସ୍ତାନରୁ ଡ୍ରୋନ୍ ସାହାଯ୍ୟରେ ପିସ୍ତଲ, ହ୍ୟାଣ୍ଡ ଗ୍ରେନେଡ ଏବଂ AK-47 ସମେତ ମାରାତ୍ମକ ଅସ୍ତ୍ର ଭାରତକୁ ପଠାଯାଇଛି। ପୋଲିସ ମଧ୍ୟ ଗୁଇନ୍ଦା ବିଭାଗକୁ କହିଛି ଯେ, ସ୍ୱାଧୀନତା ଦିବସରେ ଆତଙ୍କବାଦୀ ମାନେ ଆକ୍ରମଣ କରିପାରିନ୍ତି। ସେମାନେ ଜଣେ ବ୍ୟକ୍ତି ମାରଣାସ୍ତ୍ର ଆକ୍ରମଣ କିମ୍ବା ଏକ ବଡ଼ ଯାନ ସହାଯ୍ୟରେ ଭିଡ଼ ଉପରେ ଆକ୍ରମଣ କରିପାରନ୍ତି।
ଏଜେନ୍ସିମାନେ ପୋଲିସକୁ ଗୁଡି ଭଳି କିଛି ଉଡନ୍ତା ବସ୍ତୁ ଦ୍ବାରା ଆକ୍ରମଣ କରିବାର ସତର୍କତା ମଧ୍ୟ ଦେଇଛନ୍ତି। ଏଥି ସହିତ ଲାଲକିଲ୍ଲା (ଯେପର୍ଯ୍ୟନ୍ତ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଜାରି ରହିବ)ର ଚତୁର୍ପାର୍ଶ୍ବରେ ଗୁଡି ଭଳି କୌଣସି ଉଡ଼ାଣ ବସ୍ତୁକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛି। ସତର୍କ ରହିବାକୁ ଦିଲ୍ଲୀ ପୋଲିସକୁ ଆଉ ଏକ ଇନପୁଟ୍ ମିଳିଛି। ତେଣୁ, ଶକ୍ତିଶାଳୀ ସ୍କ୍ରିନିଂ ନିଶ୍ଚିତ କରିବାକୁ ପୋଲିସକୁ ପରାମର୍ଶ ଦିଆଯାଇଛି। ଗୁଇନ୍ଦା ଏଜେନ୍ସି ପୋଲିସକୁ କହିଛି ଯେ, ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ, SFJ, ଆଇଏସଆଇ ଖୁରାସାନ ଆତଙ୍କବାଦୀ ମଡ୍ୟୁଲ ଅଗଷ୍ଟ ୧୫ରେ ଏକ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ସ୍ଥାନୀୟ ଅପରାଧୀନ ମାନେ ମଧ୍ୟ ସମ୍ପୃକ୍ତ ଥିବାରୁ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କ ଉପରେ ପୋଲିସ କଡା ନଜର ରଖିଛି। ଏଥିସହିତ ଚଳାଚଳ କରୁଥିବା ଯାନବାହାନର ମଧ୍ୟ ଭଲଭାବେ ଚେକିଂ କରାଯାଉଛି।