National Green Hydrogen Mission: ଭାରତ ସରକାରଙ୍କ ପ୍ରୟାସକ୍ରମେ ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ। ବର୍ତ୍ତମାନ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ ଉପରେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ମିଶନ ଅଧୀନରେ ଇନ୍ଧନ ପ୍ରସଙ୍ଗରେ ଆତ୍ମନିର୍ଭରଶୀଳ ହେବା ଲାଗି ଲକ୍ଷ୍ୟ ରଖିଛି ଭାରତ। ଏହା ସହିତ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ମଧ୍ୟ ଉପଲବ୍ଧ ହେବ। ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ଅଧୀନରେ କେନ୍ଦ୍ର ସରକାର ଆସନ୍ତା କିଛି ବର୍ଷ ପାଇଁ ଏକ ରଣନୀତି ପ୍ରସ୍ତୁତ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଭାରତ ସରକାର (Govt of India) ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ (National Green Hydrogen Mission) ନାମକ ଅଭିଯାନକୁ ଅନୁମୋଦନ କରି ସାରିଛନ୍ତି। ଏହି ଅଭିଯାନ କାର୍ଯ୍ୟକାରୀ କରିବା ପାଇଁ ପ୍ରାରମ୍ଭିକ ବଜେଟ୍ ପ୍ରାୟ ୧୯ ହଜାର ୭୪୪ କୋଟି ଟଙ୍କା ରଖାଯାଇଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (Union Minister Anurag Thakur) କହିଛନ୍ତି ଯେ ଏହି ମିଶନ ସହିତ ଭାରତ (India) ଇନ୍ଧନ ସେଲ ଟେକ୍ନୋଲୋଜି (Fuel Cell Technology) ପାଇଁ ବିଶ୍ୱସ୍ତରରେ ଉଭା ହେବ।


ଆସନ୍ତା ୨୦୩୦ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ଅଭିଯାନର ରଣନୀତି ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ ଅଧୀନରେ ଆଗାମୀ ୨୦୩୦ ପର୍ଯ୍ୟନ୍ତ  ୧.୨୫ ଲକ୍ଷ ମେଗାୱାଟ ଶକ୍ତି କ୍ଷମତା ବୃଦ୍ଧି ପାଇବ। ଅତିକମରେ ୫୦ ଲକ୍ଷ ଟନ୍ ସବୁଜ ହାଇଡ୍ରୋଜେନ ଉତ୍ପାଦନ କ୍ଷମତା ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରକଳ୍ପ ଅନୁଯାୟୀ ଆସନ୍ତା ୨୦୩୦ ସୁଦ୍ଧା ଏହି ପ୍ରକଳ୍ପ ଅଧୀନରେ ୮ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ। ଏହା ସହିତ ୫ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଏକ ଢାଞ୍ଚା ମଧ୍ୟ ପ୍ରସ୍ତୁତ କରାଯାଇଛି।


ଭାରତ ସରକାରଙ୍କ (Govt of India) ଯୋଜନା ଅନୁଯାୟୀ ୨୦୩୦ ପର୍ଯ୍ୟନ୍ତ ଦେଶର ହାଇଡ୍ରୋଜେନ ଉତ୍ପାଦନ କ୍ଷମତା ଏମଏଟି ହେବ। ବିଶ୍ୱରେ ହାଇଡ୍ରୋଜେନ ଉତ୍ପାଦନ କ୍ଷେତ୍ରରେ ଭାରତ ଏକ ବଡ଼ କ୍ଷେତ୍ର ବୋଲି ପ୍ରମାଣିତ ହେବ। ନ୍ୟାସନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଯୋଜନା ଅଧିନରେ ୧୩ ହଜାର କୋଟି ଟଙ୍କା ମୂଲ୍ୟର ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ଇଲେକ୍ଟ୍ରୋଲାଇଜର (Electrolyzer) ନିର୍ମାଣ ପାଇଁ ପ୍ରାୟ ୪୫୦୦ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି। ଏହି ଅଭିଯାନକୁ କ୍ୟାବିନେଟ ସଚିବ ଏବଂ ସେମାନଙ୍କର ଅଧିକାର ପ୍ରାପ୍ତ ସମୂହ ପରିଚାଳନା କରିବେ।