National Herald Case: ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହିତ ଜଡିତ ଅର୍ଥ ହେରଫେର ମାମଲାରେ (National Herald Case) ବୁଧବାର ଦିନ କ୍ରମାଗତ ତୃତୀୟ ଦିନ ପାଇଁ ନଅ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିବା ପରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ (Rahul Gandhi) ଗତକାଲି ବିଳମ୍ବିତ ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) କାର୍ଯ୍ୟାଳୟରୁ ବାହାରିଥିଲେ । ଏନଡିଟିଭି ର ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ତାଙ୍କୁ ପୁଣିଥରେ ପଚରାଉଚରା କରାଯିବ । ଏହି ବ୍ରେକ୍ ରାହୁଲ ନିଜେ ମାଗିଥିଲେ ।


COMMERCIAL BREAK
SCROLL TO CONTINUE READING

ସୂତ୍ର ଏହା ମଧ୍ୟ କହିଛି ଯେ ଯାଞ୍ଚକାରୀ ସଂସ୍ଥା ସେମାନଙ୍କ ପଚରାଉଚୁରାର ଏକ ଅଡିଓ ଓ ଭିଡିଓ ସଂସ୍କରଣ ରେକର୍ଡିଂ କରୁଛି । ଷ୍ଟେଟମେଣ୍ଟ ପରେ ଟାଇପ୍ କରାଯାଏ । ଏଥିରେ ରାହୁଲ ଗାନ୍ଧୀ ଓ ଯାଞ୍ଚକାରୀ ଅଧିକାରୀ ଦସ୍ତଖତ କରିଛନ୍ତି ।


ଗତ ତିନି ଦିନ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ୩୦ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚୁରା କରାଯାଇଛି । କୋଭିଡ ପଜିଟିଭ୍ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ମା' ତଥା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାରିବା ପରେ ତାଙ୍କୁ ପଚରାଉଚୁରା କରାଯିବ ।


ଇଡି କାର୍ଯ୍ୟାଳୟ ବାହାରେ ଦିଲ୍ଲୀ ପୋଲିସ ସହ କଂଗ୍ରେସ ମୁହାଁମୁହିଁ ହୋଇଛି । ଦଳର ବରିଷ୍ଠ ନେତା ଓ କର୍ମୀମାନେ ଶାସକ ବିଜେପିର “ପ୍ରତିଶୋଧାତ୍ମକ ରାଜନୀତି” ବିରୋଧରେ ନିଜର ପ୍ରତିବାଦ ଜାରି ରଖିଛନ୍ତି । ଗତକାଲି ସଚିନ ପାଇଲଟଙ୍କ ସମେତ ବରିଷ୍ଠ ନେତାମାନେ ପୋଲିସକୁ ଘେରି ଥିଲେ । କେସି ଭେନୁଗୋପାଲ, ଭୁପେଶ ବାଗେଲ ଓ ରଣଦୀପ ସୁରଜେୱାଲାଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ କହିଛନ୍ତି ଯେ ପୋଲିସ୍ କଂଗ୍ରେସ ପାର୍ଟି ଅଫିସକୁ ପଶି କର୍ମୀ ଓ ନେତାଙ୍କୁ ଅଟକ ଗିରଫ କରିଥିଲା ।


ପାର୍ଟି ମୁଖ୍ୟାଳୟ ନିକଟରୁ ପାଇଲଟଙ୍କୁ ମଧ୍ୟ ଉଠାଇ ନିଆଯାଇଥିଲା । ଏନଡିଟିଭି ର ଏକ ରିପୋର୍ଟ ଅନୁଯାୟୀ ପାଇଲଟ୍ କହିଛନ୍ତି, "ସେମାନେ ଆମକୁ ବସ୍ ରେ ଠେଲି ପୂରାଇଛନ୍ତି ଓ ମୁଁ ଜାଣେ ନାହିଁ ସେମାନେ ପରବର୍ତ୍ତୀ ସମୟରେ ଆମ ସହ କ'ଣ କରିବାକୁ ଯୋଜନା କରୁଛନ୍ତି । ଏହି ପ୍ରକାର ଗିରଫ ପୂର୍ବରୁ କେବେ ହୋଇ ନଥିଲା । ଏକ ସଭ୍ୟ ସମାଜରେ ଏପରି ବ୍ୟବହାର କରାଯାଏ ନାହିଁ ।" ତେବେ କଂଗ୍ରେସର ଦାବିକୁ ଦିଲ୍ଲୀ ପୋଲିସ ଅସ୍ୱୀକାର କରିଛି ।


ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚଳାଉଥିବା AJL ହାସଲ କରିଥିବା ୟଙ୍ଗ ଇଣ୍ଡିଆ କମ୍ପାନୀ ସହିତ ରାହୁଲ ଗାନ୍ଧୀଙ୍କ କାରବାର ବିଷୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯାଞ୍ଚ କରୁଛି । ୟଙ୍ଗ ଇଣ୍ଡିଆ AJL ର ୮୦୦ କୋଟିରୁ ଅଧିକ ସମ୍ପତ୍ତି ନେଇଛି ଓ ଆୟକର ବିଭାଗ ଅନୁଯାୟୀ ଏହାକୁ ୟଙ୍ଗ ଇଣ୍ଡିଆର ଅଂଶୀଦାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ଭାବରେ ଗ୍ରହଣ କରାଯିବା ଉଚିତ ଓ ଏଥିପାଇଁ ସେମାନେ ଟିକସ ଦେବା ଉଚିତ୍ ।


ଏହା ବି ପଢ଼ନ୍ତୁ: President Election: ନୀତୀଶ ସମର୍ଥନ କଲେ ବିଜେପି ପ୍ରାର୍ଥୀଙ୍କୁ ମିଳିବ ଦୁଇଗୁଣା ଭୋଟ୍


ଏହା ବି ପଢ଼ନ୍ତୁ: Healthy Lifestyle: ସକାଳୁ ଉଠିବା ପରେ କରନ୍ତୁ ଏହି ଦୁଇଟି କାମ; ବଢ଼ିବ ଆୟୁ, ବିଶ୍ୱାସ ହେଲେ ଆପଣାଇ ଦେଖନ୍ତୁ