HBD Srinibas Ramanujan: ନୂଆଦିଲ୍ଲୀ: ଆଜିର ଦିନ ଅର୍ଥାତ ଡିସେମ୍ବର ୨୨ ତାରିଖକୁ ପ୍ରତିବର୍ଷ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଉଛି। ଭାରତର ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ସମ୍ମାନାର୍ଥେ ଜାତୀୟ ଗଣିତ ଦିବସ ପାଳନ କରାଯାଇଥାଏ। ଆଜିର ଏହି ଦିନରେ ଭାରତର ସୂଚନା ଓ ପ୍ରସାରଣ ବିଭାଗ ପାଳନ କରୁଛି। ତେବେ ଏଠାରେ କହି ରଖୁ କି ଗଣିତ କ୍ଷେତ୍ରରେ ଶ୍ରୀନିବାସ ରାମାନୁଜନଙ୍କ ଏକ ବଡ଼ ଅବଦାନ ରହିଛି। ଗଣିତ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଭାରତ ସରକାର ତାଙ୍କ ଜନ୍ମଦିନକୁ ଗଣିତ ଦିବସ ଭାବେ ଘୋଷଣା କରିଥିଲେ। ଆଜି ୨୨ ଡିସେମ୍ବର, ‘ଜାତୀୟ ଗଣିତ ଦିବସ’ରେ ଆସନ୍ତୁ ଜାଣିବା ଗଣିତଜ୍ଞ ରାମାନୁଜନ କିଏ? ଗଣିତ କ୍ଷେତ୍ରରେ ସେ କିପରି ଏତେ ବଡ଼ ସଫଳତା ହାସଲ କଲେ?


COMMERCIAL BREAK
SCROLL TO CONTINUE READING

ସଂକ୍ଷେପରେ ଜାଣନ୍ତୁ ଶ୍ରୀ ରାମାନୁଜନଙ୍କୁ
ରାମାନୁଜନଙ୍କ ଜନ୍ମ ୧୮୮୭ରେ ତାମିଲନାଡ଼ୁରେ ହୋଇଥିଲା। ସେ ମାତ୍ର ୧୨ ବର୍ଷ ବୟସରେ, ସେ ତ୍ରିକୋଣୋମିତିରେ ଦକ୍ଷତା ହାସଲ କରିଥିଲେ ଏବଂ ଅନେକ ତତ୍ତ୍ୱ ବିକାଶ କରିଥିଲେ। ଇନଫିନିଟ ସିରିଜ୍, ଭଗ୍ନାଂଶ, ସଂଖ୍ୟା ଥିଓରୀ ଏବଂ ଗାଣିତିକ ବିଶ୍ଳେଷଣ କ୍ଷେତ୍ରରେ ଶ୍ରୀନିବାସା ରାମାନୁଜନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ଗାଣିତିକ ନୀତି ଉପରେ କାର୍ଯ୍ୟ କରିଥିବାରୁ ରାମାନୁଜନ 'ଲଣ୍ଡନ ଗଣିତ ସୋସାଇଟି'ରେ ନିର୍ବାଚିତ ହୋଇଥିଲେ। ରାମାନୁଜନଙ୍କ ପରି ଜଣେ ମହାନ ଗଣିତଜ୍ଞଙ୍କ ଉପରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। ୨୦୧୫ରେ, ଫିଲ୍ମ 'ଦ ମ୍ୟାନ ହୁ ନୋ ଇନଫିନିଟି' ମୁକ୍ତିଲାଭ କରିଥିଲା, ଯେଉଁଥିରେ ବ୍ରିଟିଶ-ଭାରତୀୟ ଅଭିନେତା ଦେବ ପାଟିଲ ଶ୍ରୀନିବାସ ରାମାନୁଜନ ଭୂମିକାରେ ନଜର ଆସିଥିଲେ। ରାମାନୁଜନଙ୍କ ଦେହାନ୍ତ ୩୩ ବର୍ଷ ବୟସରେ ହୋଇଥିଲା। ଟିବି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଏ। ତେବେ ଖୁବ କମ ବୟସରେ ତାଙ୍କର ଅବଦାନ ପାଇଁ ସେ ବିଶ୍ୱ ଗଣିତ ଜଗତ ପାଇଁ ଲୌହ ମାନବର ଆଖ୍ୟା ପାଇଥିଲେ।