Nepal Plane Crash Update: ବିମାନରେ ଥିବା ସମସ୍ତ ୭୨ ଯାତ୍ରୀ ମୃତ, ୫ ଭାରତୀୟ ଥିବା ସୂଚନା !
Nepal Plane Crash Breaking: ୭୨ ଟି ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେଥିରେ ଥିବା ସମସ୍ତ ଯାତ୍ରୀ ଅର୍ଥାତ୍ ୭୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୫ ଭାରତୀୟ ଥିବା କାଠମାଣ୍ଡୁ ପୋଲିସ ସୂଚନା ଦେଇଛି। କାଠମାଣ୍ଡୁ ପୋଲିସ ଘଟଣାସ୍ଥଳରେ ରହିଥିବା ବେଳେ ଘଟଣା ଉପରେ ନଜର ରଖିଛି।
Nepal Plane Crash Update: ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେରେ ବଡ଼ ଧରଣର ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଛି। ୭୨ ଟି ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେଥିରେ ଥିବା ସମସ୍ତ ଯାତ୍ରୀ ଅର୍ଥାତ୍ ୭୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୫ ଭାରତୀୟ ଥିବା କାଠମାଣ୍ଡୁ ପୋଲିସ ସୂଚନା ଦେଇଛି। ହେଲେ ମୃତ ୫ ଭାରତୀୟଙ୍କ କୌଣସି ପରିଚୟ ମିଳିପାରିନାହିଁ। ଘଟଣାରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ବିମାନ ବନ୍ଦର ବର୍ତ୍ତମାନ ବନ୍ଦ ରହିଛି। ନେପାଳ ପୋଲିସ ପ୍ରଥମ ଉଦ୍ଧାର କାର୍ଯ୍ୟରେ ୩୦ ଟି ମୃତଦେହ ଉଦ୍ଧାର କରିଥିଲା । ପରେ ମୃତ୍ୟୁ ସଂଖ୍ୟା ବଢିଥିଲା ।
ବିମାନ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିଲା ବୋଲି ସୂଚନା ରହିଛି । କାଠମାଣ୍ଡୁ ପୋଷ୍ଟର ଖବର ଅନୁଯାୟୀ, ପୁରୁଣା ବିମାନବନ୍ଦର ଏବଂ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ୟେଟି ଏୟାରଲାଇନ୍ସ ବିମାନରେ ସମୁଦାୟ ୬୮ ଯାତ୍ରୀ ଏବଂ ଚାରି ଜଣ କ୍ରୁ ମେମ୍ବର ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖରାପ ପାଗ ମଧ୍ୟରେ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଖରା ବିମାନବନ୍ଦରର (Pokhara Airport) କ୍ଷେତ୍ର ପାହାଡ ଦ୍ୱାରା ଘେରି ରହିଛି | ରିପୋର୍ଟରେ ଆହୁରି କୁହାଯାଇଛି ଯେ ବିମାନଟି ରନୱେରେ ଖସିଯିବା ପରେ ନିଆଁ ଲାଗିଯାଇଥିଲା। ଆଖି ପିଛୁଳାକେ ହୁତୁହୁତୁ ହୋଇ ଜଳି ଉଠିଥିଲା ବିମାନଟି।
ତେବେ ସନ୍ଦେହ କରାଯାଉଥିଲା କିଛି ଯାତ୍ରୀ ସୁରକ୍ଷିତ ଥିବେ ନା ନାହିଁ। ହେଲେ ବର୍ତ୍ତମାନର ସୂଚନା ସହ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିମାନରେ ଯାତ୍ରା କରୁଥିବା ସମସ୍ତ ୭୨ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ବଡ଼ କଥା ହେଲା ସେଥିମଧ୍ୟରେ ୫ ଜଣ ଭାରତୀୟ ଥିବା ଜଣାପଡି଼ଛି। ବିଭିନ୍ନ ଗଣମାଧ୍ୟମ ସଂସ୍ଥାରୁ ମିଳୁଥିବା ଖବର ଅନୁଯାୟୀ, ଦୁର୍ଘଟଣା ପରେ ପ୍ରତ୍ୟକ୍ଷଦର୍ଶୀମାନେ ଧୂଆଁ ବାହାରୁଥିବାର ଦେଖିଥିଲେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି ଯେ, କାଠମାଣ୍ଡୁରେ(Kathmandu) ପାଗ ଖରାପ ଥିଲା ଏବଂ ୟେଟି ଏୟାରଲାଇନ୍ସର ATR-72 ବିମାନ ଠିକ୍ ପାଗ ଖରାପ ସମୟରେ ଉଡ଼ାଣ ଭରିଥିଲା।
କ୍ୟାପଟେନ କମଲ କେସି ଏହି ବିମାନର କ୍ୟାପଟେନ ଥିଲେ ବୋଲି ପୋଲିସ କହିଛି । ୟେଟି ଏୟାରଲାଇନ୍ସର ମୁଖପାତ୍ର ସୁଦର୍ଶନ ବାର୍ଟାଲା କହିଛନ୍ତି ଯେ ନିଆଁ ଲିଭାଇବା ଉଦ୍ୟମ କରାଯିବା ସହ ମୃତଦେହକୁ ଉଦ୍ଧାର କରାଯାଇଛି।