ନୂଆଦିଲ୍ଲୀ: ପୁଣି ଥରେ ପୂର୍ବତନ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ସପକ୍ଷରେ ବାହାରିଛନ୍ତି ନେଦରଲାଣ୍ଡ ସାଂସଦ ଗୀର୍ଟ ୱାଇଲ୍ଡର୍ସ। ଦକ୍ଷିଣପନ୍ଥୀ ନେତା ୱାଇଲ୍ଡର୍ସ ଏଥର ସିଧାସଳଖ ଭାରତର ସୁପ୍ରିମକୋର୍ଟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ଉଦୟପୁର ହତ୍ୟାକାଣ୍ଡ ପାଇଁ ନୁପୂର ଶର୍ମା ଦୋଷୀ ନୁହଁନ୍ତି, ତେଣୁ ସେ କାହାକୁ କ୍ଷମା ମାଗିବାର ଆବଶ୍ୟକ ନାହିଁ। ପ୍ରପେଟ ମହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ଓ ତାପରର ହିଂସାକାଣ୍ଡ ପାଇଁ ନୁପୂର ଶର୍ମା ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଉଦୟପୁର ହତ୍ୟାକାଣ୍ଡକୁ ନେଇ ଦେଶବ୍ୟାପୀ ରାଜନୀତି ଜୋର ଧରିଛି। 
ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ପୂର୍ବତନ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଯାହା ପରେ ନେଦରଲାଣ୍ଡ ସାଂସଦ ଗୀର୍ଟ ୱାଇଲ୍ଡର୍ସ ନୁପୂର ଶର୍ମାଙ୍କୁ ପୁଣି ଥରେ ସମର୍ଥନ କରିଛନ୍ତି। ସେ ଭାରତର ସୁପ୍ରିମକୋର୍ଟଙ୍କୁ ଚ୍ୟାଲେଞ୍ଜ କରିବା ସହ ନୁପୂର ଶର୍ମାଙ୍କୁ ଜଣେ ହିରୋ ବୋଲି କହିଛନ୍ତି। ଏପରି କି ସେ କାହାକୁ କ୍ଷମା ମାଗିବା ଆବଶ୍ୟକ ନାହିଁ ବୋଲି ଗୀର୍ଟ ୱାଇଲ୍ଡର୍ସ କହିଛନ୍ତି।



ନେଦରଲାଣ୍ଡ ସାଂସଦ, ୱାଇଲ୍ଡର୍ସ ଟୁଇଟ୍ କରି କହିଛନ୍ତି,  "ମୁଁ ଭାବୁଥିଲି ଭାରତରେ କୌଣସି ଶାରିଆ କୋର୍ଟ ନାହିଁ। ମହମ୍ମଦଙ୍କ ବିଷୟରେ ସତ୍ୟ କହିବା ପାଇଁ ସେ କେବେ କ୍ଷମା ମାଗିବା ଉଚିତ୍ ନୁହେଁ। ସେ ଉଦୟପୁର ପାଇଁ ଦାୟୀ ନୁହଁନ୍ତି। ଏଥିପାଇଁ ମୌଳବାଦୀ ଅସହିଷ୍ଣୁ ଜିହାଦି ମୁସଲମାନମାନେ ଦାୟୀ ଏବଂ ଅନ୍ୟ କେହି ନୁହଁନ୍ତି। ନୁପୂର ଶର୍ମା ଜଣେ ହିରୋ।" ତେବେ ଏହା ପ୍ରଥମ ଥର ନୁହଁ, ଅନେକ ଥର ଡଚ୍ ସାଂସଦ, କଟ୍ଟରପନ୍ଥୀ ଇସଲାମ ବିରୁଦ୍ଧରେ ସ୍ୱର ଉଠାଛନ୍ତି। ନିକଟରରେ ସେ କହିଥିଲେ ଯେ, ମହମ୍ମଦଙ୍କୁ ନେଇ ନୁପୂର ଶର୍ମା ସତ କଥା କହିଛନ୍ତି, ତାହା ମନଗଢା କାହାଣୀ ନୁହେଁ।


Also Read: ଦେଶରେ ଯାହା ଘଟୁଛି ସେଥିପାଇଁ ନୁପୂର ଶର୍ମା ଦାୟୀ: ସୁପ୍ରିମକୋର୍ଟ


ଅନ୍ୟପଟେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିଶ୍ୱ ହିନ୍ଦୁ ପରିଷଦ ଓ ବିରୋଧି ଦଳମାନେ ସ୍ୱାଗତ କରିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି ଯେ, ମହମ୍ମଦଙ୍କୁ ନେଇ ଦିଆଯାଇଥିବା ବୟାନ ପାଇଁ ନୁପୂର ଶର୍ମା ଦାୟୀ କି ନାହିଁ ତାହା ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ ନାହିଁ। ଏହାର ବିଚାର ନମ୍ନ ଅଦାଲତ କରିବେ। ସେପଟେ ନୁପୂରଙ୍କ ସମର୍ଥନରେ ମଧ୍ୟ ଅନେକ ଲୋକ ବାହାରିଛନ୍ତି। ସୁପ୍ରିମକୋର୍ଟ ନିଜ ସମ୍ମାନ ପାଇଁ କିଛି ସମ୍ମାନୀୟ କାର୍ଯ୍ୟ କରନ୍ତୁ ବୋଲି ଅଭିନେତା ଅନୁପମଖେର କହିଛନ୍ତି।