ନୂଆଦିଲ୍ଲୀ: Delhi LG: ଦିଲ୍ଲୀ ସରକାର (Delhi Govt) ଙ୍କ ସଙ୍କଟ କମ୍ ହେବାର ନାମ ନେଉନାହିଁ । ମଦ ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ଅନେକ ମାମଲାର ଯାଞ୍ଚ ଆଦେଶ ଦେଇଥିବା ଦିଲ୍ଲୀ ଉପରାଜ୍ୟପାଳ (Delhi LG) ଭି.କେ ସକ୍ସେନା (VK Saxena) ବର୍ତ୍ତମାନ ବିଦ୍ୟୁତ ସବସିଡି (Electricity Subsidy) ମାମଲାରେ ମଧ୍ୟ ଏକ ରିପୋର୍ଟ ମାଗିଛନ୍ତି । ଉପରାଜ୍ୟପାଳ ମୁଖ୍ୟ ସଚିବଙ୍କୁ ସେହି ଅଭିଯୋଗଗୁଡ଼ିକୁ ଯାଞ୍ଚ କରିବାକୁ କହିଛନ୍ତି ଯେ ଯାହା ଅନୁସାରେ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକୁ ସବସିଡି ରାଶି ପ୍ରଦାନରେ ଅନିୟମିତତା ହୋଇଛି ।


COMMERCIAL BREAK
SCROLL TO CONTINUE READING

ସେପଟେ ଦିଲ୍ଲୀ ଉପରାଜ୍ୟପାଳ ୭ ଦିନ ମଧ୍ୟରେ ଏକ ରିପୋର୍ଟ ମାଗିଛନ୍ତି । ଦିଲ୍ଲୀ ସରକାର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସବସିଡି ଯୋଗେ ବିଦ୍ୟୁତ୍ ଯୋଗାଉଛନ୍ତି । ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଦିଆଯାଉଛି । ସେହିପରି ଗୋଟିଏ ମାସରେ ୨୦୧ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ଉପରେ ୫୦ ପ୍ରତିଶତ ସବସିଡି ମିଳିଥାଏ ।  ଗ୍ରାହକଙ୍କ ବଦଳରେ ସରକାର ଏହି ବିଲ୍କୁ ପାୱାର୍ କମ୍ପାନୀଗୁଡିକୁ ସିଧାସଳଖ ପ୍ରଦାନ କରନ୍ତି । କେଜ୍ରିୱାଲ ସରକାର ଏହାକୁ ଏକ ବଡ଼ ସଫଳତା ଭାବରେ ଉପସ୍ଥାପନ କରିଛନ୍ତି ଓ ଅନ୍ୟ ରାଜ୍ୟରେ ମଧ୍ୟ ସରକାର ଗଠନ ହେଲେ ଏହି ମଡେଲକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଉଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ୨୪ ଘଣ୍ଟା ବିଦ୍ୟୁତ ଓ ମାଗଣା ବିଦ୍ୟୁତ ଯୋଗାଇବା ଏକ ଯାଦୁ ଯାହା ସେ କେବଳ ଜାଣନ୍ତି ।


ଅଧିକ ପଢ଼ନ୍ତୁ:-ଏହିପରି ଆରମ୍ଭ ହୋଇଥିଲା ବିଶ୍ୱ ପ୍ରସିଦ୍ଧ 'ଦୁର୍ଗା ପୂଜା', ଜାଣନ୍ତୁ ଏହାର ଇତିହାସ ଓ ପୂଜା ବିଧି


ଅଧିକ ପଢ଼ନ୍ତୁ:-ବର୍ଷା ସତ୍ତ୍ୱେ କମ୍ ହେଉନି ଭକ୍ତଙ୍କ ଭିଡ଼, ରାଜଧାନୀରେ ଜାରି ରହିଛି ମହାନବମୀ ପୂଜା; ଦେଖନ୍ତୁ ଫଟୋ


ଅଧିକ ପଢ଼ନ୍ତୁ:-ଯାତ୍ରୀଙ୍କୁ ବଡ଼ ଝଟକା; ପାର୍ବଣ ଋତୁରେ ରେଲୱେ ବାତିଲ କଲା ୨୪୪ ଟ୍ରେନ, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍


 


ବିଦ୍ୟୁତ ସବସିଡିରେ ହୋଇଥିବା କଥିତ ଅନିୟମିତତା ମାମଲାର ତଦନ୍ତ କରିବାକୁ ଉପରାଜ୍ୟପାଳ ଏପରି ଏକ ସମୟରେ ନିର୍ଦ୍ଦେଶ ଦେଇଛନ୍ତି ଯେଉଁ ସମୟରେ ରାଜ ଭବନ ଓ ସରକାର ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିବାଦ ଉପୁଜିଛି । ଏଲଜିଙ୍କ ନିର୍ଦ୍ଦେଶରେ ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତିରେ ସିବିଆଇ ତଦନ୍ତ ଚାଲିଛି । ଗିରଫ ଖଣ୍ଡା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଉପରେ ଝୁଲୁଛି । ନିକଟ ଅତୀତରେ ୱାକଫ ବୋର୍ଡରେ ନିଯୁକ୍ତି ସ୍କାମ ଅଭିଯୋଗରେ ଆମ୍ ଆଦମୀ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ୪ ମାସ ଜେଲରେ ଅଛନ୍ତି ।


ସୂଚନାଯୋଗ୍ୟ, ବିଗତ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi CM) ଅରିବିନ୍ଦ୍ର କେଜ୍ରିୱାଲ (Arvind Kejriwal) ଦିଲ୍ଲୀବାସୀଙ୍କୁ ବଡ଼ ଖୁସି ଖବର ପ୍ରଦାନ କରିଥିଲେ । ଅକ୍ଟୋବର ୧ରୁ ଦିଲ୍ଲୀରେ କେବଳ ସେହି ଉପଭୋକ୍ତାମାନେ ବିଦ୍ୟୁତ୍ ଉପରେ ସବସିଡି ପାଇବେ, ଯେଉଁମାନେ ଏଥି ପାଇଁ ଆବେଦନ କରି ଦିଲ୍ଲୀ ସରକାରଙ୍କ ଠାରୁ ଦାବି କରିବେ । ଏଥିପାଇଁ ଉପଭୋକ୍ତାଙ୍କୁ ଫର୍ମ ପୂରଣ କରିବାକୁ ପଡ଼ିବ । ଏହାର ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହୋଇଛି । ଏଥର ଉପଭୋକ୍ତାଙ୍କ ପାଖରେ ବିଦ୍ୟୁତ୍ ବିଲ୍ ସହିତ ଏକ ଫର୍ମ ମଧ୍ୟ ପଠାଯିବ । ଏହାକୁ ବିଲିଂ କାଉଣ୍ଟରରେ ଜମା କରିବାକୁ ପଡ଼ିବ । ଏହା ବ୍ୟତୀତ ଦିଲ୍ଲୀ ସରକାର ଏକ ମିସ୍ କଲ ନମ୍ବର 70113111111 ମଧ୍ୟ ଜାରି କରିଛନ୍ତି । ଆପଣ ଏହି ନମ୍ୱରରେ ଏକ ମିସ୍ କଲ୍ ଦେଇ ଫର୍ମ ନେଇପାରିବେ । ଫର୍ମ ପୂରଣ କରିବା ପରେ ଏସଏମଏସ ଓ ଇ-ମେଲ ପଠାଇ ପଞ୍ଜୀକରଣ ହେବା ଓ ସବସିଡି ଜାରି ରହିବା ବିଷୟରେ ଉପଭୋକ୍ତାଙ୍କୁ ସୂଚନା ଦିଆଯିବ । ଏହା ବ୍ୟତୀତ ଆପଣ ଏହି ନମ୍ୱରରେ ହ୍ୱାଟସ୍ ଆପରେ HI ଟାଇପ୍ କରି ମେସେଜ୍ ମଧ୍ୟ କରିପାରିବେ । ଯାହା ପରେ ପରବର୍ତ୍ତୀ ପର୍ଯ୍ୟାୟ ବିଷୟରେ ଆପଣଙ୍କୁ ସୂଚନା ମିଳିଯିବ ।