ନୂଆଦିଲ୍ଲୀ: ଅଲ୍ଟନ୍ୟୁଜ (AltNews) ର ସହ-ସଂସ୍ଥାପକ ମହମ୍ମଦ ଜୁବୈର (Mohammed Zubair) ଙ୍କ ଗିରଫ ମାମଲାରେ ନୂଆ ମୋଡ଼ ଆସିଛି । ୨୦୧୮ରେ କରିଥିବା ଏକ ଟ୍ୱିଟ୍ ପାଇଁ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲେ । କିନ୍ତୁ ଗିରଫର ଗୋଟିଏ ଦିନ ପରେ ଦିଲ୍ଲୀ ପୋଲିସକୁ ଟ୍ୟାଗ୍ କରି ଆଧିକାରୀକ ଅଭିଯୋଗ କରିଥିବା ଟ୍ୱିଟର ୟୁଜର ତାଙ୍କ ଆକାଉଣ୍ଟକୁ ଡିଲିଟ କରିଦେଇଛନ୍ତି । ଏହି କାରଣରୁ ପୋଲିସର ତଦନ୍ତରେ ସମସ୍ୟା ସୃଷ୍ଟି ହେବ । 


COMMERCIAL BREAK
SCROLL TO CONTINUE READING

ଅଭିଯୋଗକାରୀଙ୍କ ଆକାଉଣ୍ଟ ଡିଲିଟ, ଖୋଜିବାରେ ଲାଗିଛି ପୋଲିସ
 
ଆପଣଙ୍କୁ କହି ରଖୁଛୁ ଯେ, ହନୁମାନ ଭକ୍ତଙ୍କ ନାମରେ ୟୁଜର ଆଇଡି ପରିଚାଳିତ ଟ୍ୱିଟର ଆକାଉଣ୍ଟରୁ ଜୁନ ୧୯ରେ ଏକ ଟ୍ୱିଟ୍ କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଜୁବୈର ଏକ ଟ୍ୱିଟ୍ କରି ଭଗବାନଙ୍କୁ ଅପମାନିତ କରିଛନ୍ତି । ତେଣୁ ତାଙ୍କୁ ଗିରଫ କରାଯିବା ଉଚିତ୍ । ବୁଧବାର ଯେତେବେଳେ ଟ୍ୱିଟର ହ୍ୟାଣ୍ଡେଲ @balajikijaiin ଆକାଉଣ୍ଟକୁ ସର୍ଚ୍ଚ କରାଯାଇଥିଲା, ଦେଖାଗଲା ଯେ ଏହି ଆକାଉଣ୍ଟ୍ ଆଉ ସକ୍ରିୟ ନାହିଁ ।


ଚାରି ଦିନ ଧରି ପୋଲିସ ହେପାଜତରେ ଜୁବୈର 


ଏଠାରେ କହି ରଖୁଛୁ ଯେ, ଏହି ଟ୍ୱିଟର ୟୁଜରଙ୍କ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ସାଇବର କ୍ରାଇମ ୟୁନିଟ୍ ସେହି ସମୟରେ ଜୁବୈରକୁ ଗିରଫ କରିଥିଲା । ତେବେ ଗିରଫଦାରୀରୁ ହାଇକୋର୍ଟ ତାଙ୍କୁ ସୁରକ୍ଷା ଦେଇଥିଲେ । ଜୁବୈରଙ୍କ ଉପରେ ଶତ୍ରୁତାକୁ ପ୍ରୋତ୍ସାହନ ଦେବା ଓ ଧାର୍ମିକ ଭାବନାକୁ ଉତ୍ତେଜିତ କରିବାର ଧାରା ଅନ୍ତର୍ଗତ ମାମଲା ରୁଜୁ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ଚାରି ଦିନିଆ ପୋଲିସ ହେପାଜତକୁ ପଠାଯାଇଛି ।


ଏହି ମାମଲା ପରେ ଅଭିଯୋଗକାରୀଙ୍କ ଫୋଲୋୟର୍ସରେ ବଡ଼ ଧରଣର ବୃଦ୍ଧି 
 
ଯେତେବେଳେ ପୋଲିସଠାରୁ ଏହି ଘଟଣାରେ ସୂଚନା ହାସିଲ କରାଯାଇଛି ତ ପୋଲିସ କହିଛି ଯେ ଅଭିଯୋଗକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ଉଦ୍ୟମ କରାଯାଉଛି । ଏଠାରେ କହି ରଖୁଛୁ ଯେ, ଜୁବୈର ଗିରଫ ହେବା ଦିନ ପର୍ଯ୍ୟନ୍ତ ଅଭିଯୋଗକାରୀ କେବଳ ଗୋଟିଏ ଟ୍ୱିଟ କରିଥିଲେ ଓ ତାଙ୍କର କେବଳ ଜଣେ ଫୋଲୋୟର୍ସ ଥିଲେ, କିନ୍ତୁ ଏହାର କିଛି ସମୟ ପରେ ତାଙ୍କର ୧୨୦୦ ଫୋଲୋୟର୍ସ ହୋଇଯାଇଥିଲା, କିନ୍ତୁ ବୁଧବାର ଯେତେବେଳେ ତାଙ୍କର ଟ୍ୱିଟ ସର୍ଚ୍ଚ କରାଯାଇଥିଲା ସେତେବେଳେ ଜଣାପଡିଥିଲା ଟ୍ୱିଟର ଆକାଉଣ୍ଟ ସକ୍ରିୟ ନାହିଁ ।


ଏହା ବି ପଢ଼ନ୍ତୁ:-ଉଦ୍ଧବ ସରକାର ଭାଙ୍ଗିବାକୁ ନେଇ ବହୁତ ବଡ଼ ବୟାନ ଦେଲେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ


ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ MVA ସରକାରର ପତନ, ଜାଣନ୍ତୁ ସେହି ୫ଟି ବଡ଼ ନିଷ୍ପତ୍ତି ଯେଉଁଥି ପାଇଁ ଉଦ୍ଧବ ସରକାରଙ୍କୁ ମନେ ରଖିବେ ଲୋକ


ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ସଞ୍ଜୟ ରାଉତଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ