ଗାଦି ବଞ୍ଚାଇବା ପାଇଁ ଇମ୍ରାନ ଖାନଙ୍କ ବଡ଼ ଚାଲ୍, ବିରୋଧୀଙ୍କ ବଢ଼ିଲା ଟେନସନ୍
No-confidence Motion Against Imran Khan: ଏଭଳି ପରିସ୍ଥିତିରେ ବର୍ତ୍ତମାନ ଇମ୍ରାନଙ୍କ ଦଳ କିମ୍ବା ତାଙ୍କର କିଛି ସହଯୋଗୀଙ୍କୁ ଭାଙ୍ଗି ସରକାରଙ୍କୁ ହଟାଇବା ପାଇଁ ବିରୋଧୀ ଦଳକୁ ଅନାସ୍ଥା ପ୍ରସ୍ତାବ ପକ୍ଷରେ ୧୭୨ ସାଂସଦଙ୍କୁ ଏକତ୍ର କରିବାକୁ ପଡ଼ିବ । କିନ୍ତୁ ଏଥିରେ ଏକ ସମସ୍ୟା ମଧ୍ୟ ଅଛି । ପାକିସ୍ତାନର ସମ୍ବିଧାନର ଧାରା 63-A ଅନୁଯାୟୀ, ଯଦି କୌଣସି ଦଳର ସାଂସଦ ତାଙ୍କ ଦଳର ହ୍ୱିପ୍ ବିରୁଦ୍ଧରେ ଯାଆନ୍ତି, ତା’ହେଲେ ତାଙ୍କର ସଦସ୍ୟତା ଶେଷ ହୋଇପାରିବ । ଏଭଳି ପରିସ୍ଥିତିରେ ଇମ୍ରାନଙ୍କ ଉପରେ ରାଗିଥିବା ସାଂସଦମାନେ ଏହି ନିର୍ଦ୍ଦେଶ ପରେ କ`ଣ କରୁଛନ୍ତି ତାହା ଦେଖିବା ମଜାଦାର ହେବ ।
ନୂଆଦିଲ୍ଲୀ: No-confidence Motion Against Imran Khan: ପାକିସ୍ତାନରେ ଇମ୍ରାନ ଖାନ ସରକାର (Imran Khan Government) କୁ ନେଇ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଯାଇଛି । ଇମ୍ରାନ ଖାନ (Imran Khan) ନିଜ ସରକାରକୁ ବଞ୍ଚାଇବାକୁ ଜିଦ୍ ଧରିଛନ୍ତି । ସଂସଦରେ ଅନାସ୍ଥା ପ୍ରସ୍ଥାବରୁ ନିଜ ସରକାରକୁ ରକ୍ଷା କରିବା ପାଇଁ ସେ ଏକ ବଡ଼ ଚାଲ୍ ଖେଳିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Pakistan PM Imran Khan) ନିଜର ସମସ୍ତ ସାଂସଦଙ୍କୁ ଏକ ଚିଠି ଲେଖି କଡା ନିର୍ଦ୍ଦେଶ ଦେଇଛନ୍ତି ଯେ ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (Pakistan Tehreek-e-Insaf:PTI) ର କୌଣସି ସାଂସଦ ଗୃହରେ ଅନାସ୍ଥା ପ୍ରସ୍ତାବ (No-Confidence Motion) ଉପରେ ଭୋଟ୍ କରିବେ ନାହିଁ, ଏପରିକି ପିଟିଆଇ (PTI) ସଦସ୍ୟଙ୍କୁ ଗୃହକୁ ଆସିବାକୁ ରୋକା ଯାଇଛି । ଭୋଟିଂ ଦିନ ଇମ୍ରାନ ଖାନଙ୍କ ଏହି ପଦକ୍ଷେପ ବିରୋଧୀଙ୍କ ସାମ୍ନାରେ ସମସ୍ୟା ବଢାଇଦେଇଛି । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଇମ୍ରାନ ତାଙ୍କ ସରକାରକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ସମାନ ବିରୋଧୀ ଇମ୍ରାନ ସରକାରଙ୍କୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି ।
ଜିଓ ନ୍ୟୁଜ୍ ଖବର ଅନୁଯାୟୀ, ପାକିସ୍ତାନ ତେହେରିକ୍-ଇ-ଇନସାଫ୍ ସାଂସଦମାନଙ୍କୁ (PTI MPs) ଲେଖିଥିବା ଚିଠିରେ ପ୍ରଧାନମନ୍ତ୍ରୀ ଖାନ୍ (Imran Khan) କହିଛନ୍ତି ଯେ, ଜାତୀୟ ସଭା (Pakistan National Assembly) ରେ ପିଟିଆଇର ସଦସ୍ୟ ଭୋଟ୍ ଦେବା ଠାରୁ ଦୂରରେ ରୁହନ୍ତି । ସେହି ଦିନ ନେଶନାଲ ଅସେମ୍ୱଲିର ଅଧିବେଶନରେ ସାମିଲ ହୁଅନ୍ତୁ ନାହିଁ, ଯେଉଁ ଦିନ ଉକ୍ତ ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ହେବ । ଇମ୍ରାନ ଖାନ ତାଙ୍କ ସାଂସଦମାନଙ୍କୁ ଭୋଟ୍ ନଦେବାକୁ ଚେତାବନୀ ଦେଇ ବିରୋଧୀଙ୍କ ଅସୁବିଧାକୁ ବଢ଼ାଇ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ:-ଯୁଦ୍ଧ ବନ୍ଦ କରିବା ନେଇ ଋଷ କଲା ବଡ଼ ଘୋଷଣା, ଭୟରେ ଥରହର ଆମେରିକା
ଏହା ବି ପଢ଼ନ୍ତୁ:-'ଜେଲେନସ୍କିଙ୍କୁ କହି ଦିଅ, ମୁଁ ବର୍ବାଦ କରିଦେବି', ଜାଣନ୍ତୁ କାହିଁକି ଏତେ ରାଗିଗଲେ ପୁଟିନ
ଏହା ବି ପଢ଼ନ୍ତୁ:-ସାବଧାନ! ଅଧିକ ପାରାସିଟାମୋଲ ନେଉଛନ୍ତି କି? ଜାଣନ୍ତୁ ଏହାର ସଠିକ୍ ବ୍ୟବହାର ଓ ସାଇଡ୍ ଇଫେକ୍ଟ
ଏଭଳି ପରିସ୍ଥିତିରେ ବର୍ତ୍ତମାନ ଇମ୍ରାନଙ୍କ ଦଳ କିମ୍ବା ତାଙ୍କର କିଛି ସହଯୋଗୀଙ୍କୁ ଭାଙ୍ଗି ସରକାରଙ୍କୁ ହଟାଇବା ପାଇଁ ବିରୋଧୀ ଦଳକୁ ଅନାସ୍ଥା ପ୍ରସ୍ତାବ ପକ୍ଷରେ ୧୭୨ ସାଂସଦଙ୍କୁ ଏକତ୍ର କରିବାକୁ ପଡ଼ିବ । କିନ୍ତୁ ଏଥିରେ ଏକ ସମସ୍ୟା ମଧ୍ୟ ଅଛି । ପାକିସ୍ତାନର ସମ୍ବିଧାନର ଧାରା 63-A ଅନୁଯାୟୀ, ଯଦି କୌଣସି ଦଳର ସାଂସଦ ତାଙ୍କ ଦଳର ହ୍ୱିପ୍ ବିରୁଦ୍ଧରେ ଯାଆନ୍ତି, ତା’ହେଲେ ତାଙ୍କର ସଦସ୍ୟତା ଶେଷ ହୋଇପାରିବ । ଏଭଳି ପରିସ୍ଥିତିରେ ଇମ୍ରାନଙ୍କ ଉପରେ ରାଗିଥିବା ସାଂସଦମାନେ ଏହି ନିର୍ଦ୍ଦେଶ ପରେ କ'ଣ କରୁଛନ୍ତି ତାହା ଦେଖିବା ମଜାଦାର ହେବ ।
ଅନ୍ୟପକ୍ଷରେ, ପିପିପି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ (PPP Chairman Bilawal Bhutto) ଅଭିଯୋଗ କରିଛନ୍ତି ଯେ, ଇମ୍ରାନ ଖାନ ଏତେ ଡରୁଆ ଯେ ସେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ନଥିଲା, ଆମେ ବିଜୟ ହୋଇସାରିଛୁ । ଇମ୍ରାନ ଖାନଙ୍କ ବଞ୍ଚିବାର କୌଣସି ରାସ୍ତା ନାହିଁ ।
ସୂଚନାଯୋଗ୍ୟ, ଆସନ୍ତାକାଲି ଠାରୁ ପାକିସ୍ତାନ ସଂସଦରେ ତିନି ଦିନ ପରେ ଅର୍ଥାତ୍ ଏପ୍ରିଲ୍ ୩ରେ ସଂଖ୍ୟାଗରିଷ୍ଠତା ପରୀକ୍ଷା ହେବ । ବିରୋଧୀ ଦଳ ଇମ୍ରାନ ଦଳର ଦୁଇ ଡଜନରୁ ଅଧିକ ସାଂସଦଙ୍କୁ ଭାଙ୍ଗିବାକୁ ଦାବି କରୁଛନ୍ତି, କିନ୍ତୁ ଇମ୍ରାନ ମଧ୍ୟ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ନିଜ ସରକାରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଆଜି ପର୍ଯ୍ୟନ୍ତ ପାକିସ୍ତାନ ଇତିହାସରେ କୌଣସି ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କୌଣସି ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାରୁ ବହିଷ୍କାର କରାଯାଇ ପାରିନାହିଁ ଓ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିବା ଇମ୍ରାନ ଖାନ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ ।