ଇସଲାମାବାଦ: No-Confidence Motion Against Pakistan PM Imran Khan: ପାକିସ୍ତାନ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Pakistan PM Imran Khan) ଙ୍କ ଗାଦି ଯିବା ପ୍ରାୟ ନିଶ୍ଚିତ ହୋଇସାରିଛି । ବିରୋଧୀ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ (No-Confidence Motion) ଆଣିଛନ୍ତି । ଯାହା ଉପରେ ଏପ୍ରିଲ ୩ରେ ପାକିସ୍ତାନ ସଂସଦରେ ଭୋଟିଂ ହେବାର ଅଛି । ସେପଟେ ମାର୍ଚ୍ଚ ୨୭ରେ ଇସଲାମାବାଦରେ ଅନୁଷ୍ଠିତ ରାଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ଚିଠି ଦେଖାଇ ଦାବି କରିଥିଲେ ଯେ ଏଥିରେ ଏହି କଥାର ପ୍ରମାଣ ରହିଛି ଯେ ତାଙ୍କ ସରକାରକୁ ହଟାଇବା ପାଇଁ ବିଦେଶରୁ ଷଡଯନ୍ତ୍ର କରାଯାଉଛି । ବିଦେଶୀ ଶକ୍ତିର ହାତ ଥିବାକୁ ନେଇ ଆମେରିକା (America) ବର୍ତ୍ତମାନ ନିଜ ଜବାବ ରଖିଛି ।


COMMERCIAL BREAK
SCROLL TO CONTINUE READING

ଆମେରିକା କ’ଣ କହିଛି?


ଜିଓ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଆମେରିକା (US) ଇମ୍ରାନ ଖାନ (Imran Khan) ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବରେ କୌଣସି ସମ୍ପୃକ୍ତିକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି । ଆମେରିକାର ସମ୍ପୃକ୍ତି ରହିଥିବାର ଅଭିଯୋଗ ଭିତ୍ତିହୀନ ବୋଲି ୱାଶିଂଟନ୍ କହିଛି । ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଅନାସ୍ଥା ପ୍ରସ୍ତାବ (No-Confidence Motion) ରେ ଆମେରିକାର ସମ୍ପୃକ୍ତି ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ 'ଧମକ ପତ୍ର' ଦେବା ଅଭିଯୋଗ ଭିତ୍ତିହୀନ । ଆମେରିକା ଆହୁରି କହିଛି ଯେ ବାଇଡେନ ସରକାର (Biden Government) ପାକିସ୍ତାନରେ ସାମ୍ବିଧାନିକ ପ୍ରକ୍ରିୟାକୁ ସମ୍ମାନ କରନ୍ତି ।


ଆମେରିକାକୁ ଚେତାବନୀ ଦେଲା ଚୀନ


ଚୀନ ସରକାରୀ ଗଣମାଧ୍ୟମ ସୂଚନା ଦେଇଛି ଯେ, ଯଦି ଆମେରିକା (America) ର ହସ୍ତକ୍ଷେପ ହୁଏ ତେବେ ଚୀନ (China) ପାକିସ୍ତାନ ସରକାର (Pakistan Government) ଙ୍କୁ ସମ୍ପୂର୍ଣ୍ଣ ତଥା ଅସାଧାରଣ ସମର୍ଥନ ପ୍ରଦାନ କରିବ । ଚୀନର ବରିଷ୍ଠ ଅଧିକାରୀମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଆମେରିକା (US) ଅନ୍ୟ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟରେ ସର୍ବଦା ହସ୍ତକ୍ଷେପ କରିଥାଏ, ଯାହାକୁ ବେଜିଂ ଦୃଢ଼ ବିରୋଧ କରୁଛି । ଚାଇନା ଉର୍ଦ୍ଦୁ (China Urdu) ଏହି ରିପୋର୍ଟ ପ୍ରଦାନ କରିଛି ।


ଏହା ବି ପଢ଼ନ୍ତୁ:-ଭାରତକୁ କଡ଼ା ଚେତାବନୀ ଦେଲା ଆମେରିକା, କହିଲା-ଯଦି ଚୀନ ଆକ୍ରମଣ କରେ ତ ବଞ୍ଚାଇବାକୁ ଆସିବନି ଋଷ​


ଏହା ବି ପଢ଼ନ୍ତୁ:-ଜନତାଙ୍କୁ ପୁଣି ଲାଗିଲା ଝଟକା; LPG ସିଲିଣ୍ଡର ଦରରେ ବଡ଼ ଧରଣର ବୃଦ୍ଧି, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍


ଏହା ବି ପଢ଼ନ୍ତୁ:-ଚୀନର ଧମକ, କହିଲା-ଆମେରିକା ଯଦି ପାକିସ୍ତାନରେ କରେ ହସ୍ତକ୍ଷେପ ତ ନେବୁ ବଡ଼ ପଦକ୍ଷେପ


ଇମ୍ରାନ ଖାନ ଦାବି କରିଥିଲେ ପାକିସ୍ତାନ ବିରୋଧରେ ହୋଇଛି ଷଡଯନ୍ତ୍ର


ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଏକ ରାଲିରେ କହିଥିଲେ ଯେ ତାଙ୍କ ସରକାର ବିରୋଧରେ ବିଦେଶରୁ ଷଡଯନ୍ତ୍ର କରାଯାଉଛୁ । ସେ ହାତରେ ଏକ ଚିଠି ଦେଖାଇ ସେ କହିଛନ୍ତି ଯେ ଏହି ଚିଠିରେ ଷଡଯନ୍ତ୍ରର କିଛି ତଥ୍ୟ ଅଛି, କିନ୍ତୁ ମୁଁ ଆପଣଙ୍କୁ ଏହି ଚିଠିର ଭିତିରି କଥା କହି ପାରିବି ନାହିଁ । ଚିଠିର ବିଷୟବସ୍ତୁର ଖୁଲାସା ନକରି ସେ କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ପାକିସ୍ତାନ ବିରୁଦ୍ଧରେ ଏକ ଷଡଯନ୍ତ୍ର କାରଣ ମୁଁ ଏକ ସ୍ୱାଧୀନ ବୈଦେଶିକ ନୀତି ଆପଣେଇଛି । ପାକିସ୍ତାନର ସ୍ୱତନ୍ତ୍ର ବୈଦେଶିକ ନୀତି ହଟାଇବାକୁ ଚେଷ୍ଟା କରାଯାଉଛି ।


ଏଠାରେ କହି ରଖୁଛୁ ଯେ, ପାକିସ୍ତାନ ସଂସଦରେ ଏପ୍ରିଲ୍ ୩ରେ ସଂଖ୍ୟାଗରିଷ୍ଠତା ପରୀକ୍ଷା ହେବ । ବିରୋଧୀ ଦଳ ଇମ୍ରାନ ଦଳର ଦୁଇ ଡଜନରୁ ଅଧିକ ସାଂସଦଙ୍କୁ ଭାଙ୍ଗିବାକୁ ଦାବି କରୁଛନ୍ତି, କିନ୍ତୁ ଇମ୍ରାନ ମଧ୍ୟ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ନିଜ ସରକାରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଆଜି ପର୍ଯ୍ୟନ୍ତ ପାକିସ୍ତାନ ଇତିହାସରେ କୌଣସି ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କୌଣସି ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାରୁ ବହିଷ୍କାର କରାଯାଇ ପାରିନାହିଁ ଓ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିବା ଇମ୍ରାନ ଖାନ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ ।