ଶ୍ରୀନଗର: Jammu and Kashmir: ଜମ୍ମୁ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ହୃଦେଶ କୁମାର ବୁଧବାର କହିଛନ୍ତି ଯେ, କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରାୟ ୨୫ ଲକ୍ଷ ନୂତନ ଭୋଟରଙ୍କ ନାମ ଭୋଟର ତାଲିକାରେ ପଞ୍ଜିକୃତ ହେବ ବୋଲି ଆଶା କରାଯାଉଛି । ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ଥର ପାଇଁ ଭୋଟର ତାଲିକାର ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କରାଯାଉଛି । ସେ ନଭେମ୍ବର ୨୫ ସୁଦ୍ଧା ଭୋଟର ତାଲିକାର ସ୍ୱତନ୍ତ୍ର ସାରାଂଶ ସଂଶୋଧନ ସମ୍ପୂର୍ଣ୍ଣ କରିବାକୁ ଚାଲିଥିବା ପ୍ରୟାସକୁ ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ବୋଲି କହିଛନ୍ତି । ହୃଦେଶ କୁମାର କହିଛନ୍ତି ଯେ, ଏହି ପ୍ରକ୍ରିୟାକୁ ଠିକ ସମୟରେ ଶେଷ କରିବାର ଏହି ବିଶାଳ ଅଭିଯାନ ଏହା ସୁନିଶ୍ଚିତ କରିବା ପାଇଁ ଚାଲିଛି ଯେ ଅକ୍ଟୋବର ୧, ୨୦୨୨ କିମ୍ବା ତା’ପୂର୍ବରୁ ୧୮ ବର୍ଷ ଆୟୁ ପ୍ରାପ୍ତ କରିଥିବା ସମସ୍ତ ଯୋଗ୍ୟ ମତଦାତାଙ୍କ  ପଞ୍ଜୀକରଣ କରି ସେମାନଙ୍କୁ 'ତ୍ରୁଟି- ମୁକ୍ତ' ଅନ୍ତିମ ଭୋଟର ତାଲିକାରେ ସାମିଲ କରାଯାଉ ।


COMMERCIAL BREAK
SCROLL TO CONTINUE READING

ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ପୁନଃନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଏକୀକୃତ ଭୋଟର ତାଲିକାର ଡ୍ରାଫ୍ଟ ସେପ୍ଟେମ୍ବର ୧୫ରେ ପ୍ରକାଶ ପାଇବ । ଅନ୍ୟପଟେ ତାଲିକା ସମ୍ବନ୍ଧରେ ଦାବି ଓ ଆପତ୍ତି ଦାଖଲ କରିବାର ଅବଧି ୧୫ ସେପ୍ଟେମ୍ବରରୁ ୨୫ ଅକ୍ଟୋବର ମଧ୍ୟରେ ସ୍ଥିର କରାଯାଇଛି । ଏହା ପରେ ନଭେମ୍ବର ୧୦ ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ କରାଯିବ । ନଭେମ୍ବର ୨୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା  ପୂର୍ବରୁ ନଭେମ୍ୱର ୧୯ରେ ମାନଦଣ୍ଡର ଯାଞ୍ଚ ତଥା ଅନ୍ତିମ ପ୍ରକାଶନ ଏବଂ ଡାଟାବେସକୁ ଅପଡେଟ୍ କରିବା ତଥା ସପ୍ଲିମେଣ୍ଟାରୀ ପ୍ରିଣ୍ଟିଂ ପାଇଁ ଆୟୋଗର ଅନୁମତି ନେବାକୁ ନିଷ୍ପତ୍ତି ନିଆଯାଇଛି ।


ଜମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଜାନୁଆରୀ 1, ୨୦୧୯ ପରେ ପ୍ରଥମ ଥର ପାଇଁ ନିର୍ବାଚନ ତାଲିକାର ସ୍ୱତନ୍ତ୍ର ସାରାଂଶ ସଂଶୋଧନ ଘଟୁଛି । ଏଥିପାଇଁ ଆମେ ଭୋଟର ତାଲିକାରେ ବଡ଼ ଧରଣର ପରିବର୍ତ୍ତନ ଆଶା କରୁଛି । ଏହି ତଥ୍ୟ ଦେଖି ବିଗତ ୩ ବର୍ଷରେ ବହୁ ସଂଖ୍ୟାରେ ଯୁବ ବର୍ଗ ୧୮ ବର୍ଷ କିମ୍ବା ୧୮ ବର୍ଷରୁ ଅଧିକ ବୟସ ହାସଲ କରିଛନ୍ତି ।


ସେ ଆଗକୁ କହିଛନ୍ତି ଯେ, ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ରଦ୍ଦ ହେବା ପରେ ଭୋଟର ଭାବରେ ତାଲିକାଭୁକ୍ତ ହୋଇନଥିବା ଅନେକ ଲୋକ ବର୍ତ୍ତମାନ ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି ଏବଂ ଏଥିସହ ଯିଏ ସାଧାରଣ ଭାବରେ ବାସ କରନ୍ତି ସେ ମଧ୍ୟ ଏହାର ସୁଯୋଗ ପାଇପାରିବେ । ଲୋକ ପ୍ରତିନିଧୀ ନିୟମର ବ୍ୟବସ୍ଥା ଅନୁଯାୟୀ ଜମ୍ମୁ କାଶ୍ମୀରରେ ଭୋଟର ଭାବରେ ତାଲିକାଭୁକ୍ତ ହୋଇପାରିବେ ।


ଏହା ବି ପଢ଼ନ୍ତୁ:-ବାବା ଭେଙ୍ଗା ଭାରତକୁ ନେଇ କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ, ୨୦୨୨ରେ ଆସୁଛି ବଡ଼ ସଙ୍କଟ!


ଏହା ବି ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର! ଏଥର ମହଙ୍ଗା ଭତ୍ତାରେ ୬ ପ୍ରତିଶତ ହେଲା ବୃଦ୍ଧି, ସରକାର କଲେ ଘୋଷଣା


ଏହା ବି ପଢ଼ନ୍ତୁ:-କେତେଥର ଆଧାର କାର୍ଡରେ ପରିବର୍ତ୍ତନ କରିପାରିବେ ଆପଣଙ୍କର ନାମ, ଠିକଣା ଏବଂ ଜନ୍ମ ତାରିଖ? ଜାଣନ୍ତୁ କ'ଣ ରହିଛି ନିୟମ


ସେ କହିଛନ୍ତି ଯେ, ଜମ୍ମୁ କାଶ୍ମୀରରେ ୧୮ ବର୍ଷରୁ ଅଧିକ ୯୮ ଲକ୍ଷ ଲୋକ ଥିବାବେଳେ ଅନ୍ତିମ ନିର୍ବାଚନ ତାଲିକା ଅନୁଯାୟୀ ତାଲିକାଭୁକ୍ତ ମୋଟ ଭୋଟରଙ୍କ ସଂଖ୍ୟା ୭୬ ଲକ୍ଷ ରହିଛି । ଭୋଟର ତାଲିକାରେ ଜମ୍ମୁ କାଶ୍ମୀରର ଏକ ଆବାସିକ ପ୍ରମାଣପତ୍ର ରହିବା ଆବଶ୍ୟକ ନୁହେଁ । ୬୦୦ ମତଦାନ କେନ୍ଦ୍ର ଯୋଗ କରାଯାଇଛି ଓ ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ସମୁଦାୟ ମତଦାନ କେନ୍ଦ୍ର ୧୧,୩୭୦କୁ ବୃଦ୍ଧି ପାଇଛି ।