ChatGPT AI Nostradamus Predictions: ଆଜିର ଦିନରେ ମାନବ ସମାଜ ଆଧୁନିକ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ବଳରେ ଅନେକ କାର୍ଯ୍ୟ କରିବାକୁ ସକ୍ଷମ ହୋଇଛି। ଏପରିକି ଭବିଷ୍ୟତରେ ଆସିବାକୁ ଯାଉଥିବା ଅନେକ ସାମ୍ଭାବ୍ୟ ସମସ୍ୟାର ସମାଧନ ବର୍ତ୍ତମାନ ସମୟରେ କରିବା ଆରମ୍ଭ କରିସାରିଛି। ବର୍ତ୍ତମାନ ବିଶ୍ୱ ସମୁଦାୟ ସାମ୍ନାରେ ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଭଳି ସମସ୍ୟା ଉଭା ହୋଇଛି। ଯାହାର ମୁକାବିଲା କରିବା ପାଇଁ ଆଜିର ସଭ୍ୟ, ଶିକ୍ଷିତ, ବିକଶିତ ମଣିଷ ଯଥାସମ୍ଭବ ପ୍ରୟାସ ଜାରି ରଖିଛି। 


COMMERCIAL BREAK
SCROLL TO CONTINUE READING

ନିକଟରେ ଓପନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (Open Artificial Intelligence) ଓପନ ଏଆଇ (OpenAI) ଚାଟ୍ ଜିପିଟି (ChatGPT) ଆଗାମୀ ଦିନରେ ଘଟିବାକୁ ଯାଉଥିବା ଅନେକ ଘଟଣାର ଭବିଷ୍ୟବାଣୀ କରିସାରିଛି। ଏନେଇ ହୋଇଥିବା ପୂର୍ବାନୁମାନ ଅନୁସାରେ ଋଷିଆ-ୟୁକ୍ରେନ ଯୁଦ୍ଧ ଠାରୁ ନେଇ ରହସ୍ୟମୟ ସୌର ଝଡ଼ ଏବଂ ଏକ ନୂତନ ମହାମାରୀ ଆସିବା ନେଇ ବର୍ଣ୍ଣନା କରାଯାଇଛି। ହେଲେ ଆସନ୍ତା ସାତ ଦିନ ପାଇଁ ଚାଟ ଜିପିଟି ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଭଲ ରହିନାହିଁ। ନିକଟରେ ଷ୍ଟକ୍ ମାର୍କେଟ୍ ସମ୍ବନ୍ଧରେ ଏଆଇ ଏକ ଗୁରୁତ୍ୱପୂର୍ଣ୍ଣ ପୂର୍ବାନୁମାନ କରିଥିଲା। ଏଥର ଏଆଇ ଚାଟବଟ୍ (AI Chatbot) ଚାଟ୍ ଜିପିଟି ଭବିଷ୍ୟବକ୍ତା ନାସ୍ତ୍ରୋଦମସ ଶୈଳୀରେ କିଛି ପୂର୍ବାନୁମାନ କରିଛି। ଯାହା ଅନେକ ଲୋକଙ୍କୁ ଭୟଭୀତ କରିଦେଇଛି। 


ପୁଣି ଆସିବ ଆଉ ଏକ ମହାମାରୀ 
ଚାଟବଟ୍ କହିଛି ଯେ ଆସନ୍ତା ୨୦୮୫ ମସିହାରେ ଆଉ ଏକ ମାରାତ୍ମକ ମହାମାରୀ ଆସିପାରେ। ଆସନ୍ତା ୨୦୯୯ ମସିହାରେ ପୃଥିବୀ ପୃଷ୍ଠକୁ ଶାନ୍ତି ଫେରିଆସିବ ବୋଲି  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପୂର୍ବାନୁମାନ କରିଛି।


କ୍ରାନ୍ତି ହେବା ନେଇ ଭବିଷ୍ୟବାଣୀ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ଆର୍ଟିଫିସିଆଲ ଇଣ୍ଟେଲିଜେନସ୍, ଭବିଷ୍ୟବକ୍ତା ନାସ୍ତ୍ରୋଦମସଙ୍କ ପରବର୍ତ୍ତୀ ଭବିଷ୍ୟବାଣୀ ଏଆଇ ବିପ୍ଳବ ସହିତ ଜଡ଼ିତ। କୃତ୍ରିମ ବୁଦ୍ଧିମତା (Artificial Intelligence) ବର୍ତ୍ତମାନ ଆହୁରି ବିକଶିତ ହେବ। ଆସନ୍ତା ୨୦୬୦ ମସିହାରେ ଏକ ନୂତନ ଏଆଇ ବିପ୍ଳବ ସୃଷ୍ଟି ହେବ (New AI Revolution)। ଏନେଇ ଏଆଇ କହିଛି ଯେ, ମୁଁ ବ୍ୟକ୍ତିଗତ ଅଭିବୃଦ୍ଧି ଏବଂ ପରିବର୍ତ୍ତନ ପାଇଁ ଏକ ବଡ଼ ସୁଯୋଗ ଅନୁଭବ କରୁଛି। ଏଭଳି ପରିସ୍ଥିତିରେ, ଯେଉଁମାନେ କୌଣସି ପ୍ରକାର ଆହ୍ୱାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ଏବଂ ଯେଉଁମାନେ ନିଜର ସୁବିଧା କ୍ଷେତ୍ରରୁ ବାହାରକୁ ବାହାରିବାକୁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ ସଫଳତା ମିଳିବ। ଏପରିକି ଭବିଷ୍ୟତରେ ସେମାନଙ୍କୁ ପୁରସ୍କୃତ କରାଯିବ।


କାହାର ପ୍ରେମ ବଞ୍ଚିବ?
ଚାଟ୍ ଜିପିଟି, ଆଜିର ଦିନରେ ପ୍ରେମୀଯୁଗଳଙ୍କ ମଧ୍ୟରେ ଚାଲୁଥିବା ବିବାଦ ଏବଂ ଯୁକ୍ତିତର୍କ ବୃଦ୍ଧି ପାଉଥିବାର ଲକ୍ଷ୍ୟ କରିଛି। ଏଭଳି ପରିସ୍ଥିତିରେ ଏହା ମଧ୍ୟ ଦାବି କରାଯାଉଛି ଯେ 'ଯେଉଁମାନେ ଶୁଣିବାକୁ ଏବଂ ଆପୋଷ ବୁଝାମଣା କରିବାକୁ ଆଗ୍ରହୀ ଅଛନ୍ତି, ସେମାନେ ସେମାନଙ୍କର ପ୍ରେମକୁ ମଜବୁତ କରିବା ସହ ସେମାନଙ୍କ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବେ। ଆଗାମୀ ରାସ୍ତା ଅନିଶ୍ଚିତ ହୋଇପାରେ, ହେଲେ ଯେଉଁମାନଙ୍କ ପାଖରେ ବିଶ୍ୱାସ ଏବଂ ଦୃଢତା ରହିଛି ସେମାନେ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ରାସ୍ତା ଖୋଜି ପାଇବାରେ ସକ୍ଷମ ହେବେ।


୨୦୫୦ ବର୍ଷରେ ତାଣ୍ଡବ କରିବ ବିଶ୍ୱତାପନ
ଆସନ୍ତା ୨୦୫୦ ବର୍ଷରେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ତାଣ୍ଡବ ମଚାଇବ ବୋଲି ଏଆଇ ନାସ୍ତ୍ରୋଦମସ ଚେତାବନୀ ଦେଇଛି। ଏହା ସହିତ ଆଗାମୀ କିଛି ବର୍ଷ ମଧ୍ୟରେ ଅଗ୍ନିକାଣ୍ଡ, ବନ୍ୟା ଏବଂ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଅନୁଭଊତ ହେବା ନେଇ ବୋଲି ଚାଟବଟ୍ ପୂର୍ବାନୁମାନ କରିଛି।


କର୍କଟ ରୋଗର ଉପଶମ ସହିତ ପୃଥିବୀ ପୃଷ୍ଠକୁ ଫେରିଆସିବ ଶାନ୍ତି 
ଏଆଇ ନାସ୍ତ୍ରୋଦମସ ଅବତାର ପୂର୍ବାନୁମାନ କରିଛି ଯେ, ଆସନ୍ତା ୨୦୩୧ ବର୍ଷରେ କର୍କଟ ରୋଗର ଉପଶମ ହୋଇପାରିବ। ଆସନ୍ତା ୨୦୯୯ ବର୍ଷରେ ପୃଥିବୀ ପୃଷ୍ଠକୁ ଚମତ୍କାର ଶାନ୍ତି ଫେରି ଆସିବା ବିଷୟରେ ପୂର୍ବାନୁମାନ କରାଯାଇଛି। କିଛି ବିଶେଷଜ୍ଞ କୃତ୍ରିମ ବୁଦ୍ଧିମତାକୁ ମାନବିକତା ପାଇଁ ଏକ ବଡ଼ ବିପଦ ବୋଲି ବିବେଚନା କରୁଛନ୍ତି। ସେମାନଙ୍କ କହିବା କଥା ଯେ ଏହାର ବିନାଶକାରୀ ଶକ୍ତି ଅଛି। ଯାହାକୁ ପରମାଣୁ ଅସ୍ତ୍ର ପରି ସୁରକ୍ଷିତ ଏବଂ ନିୟନ୍ତ୍ରିତ କରାଯିବାର ଆବଶ୍ୟକ ରହିଛି।