ନୂଆଦିଲ୍ଲୀ: ଦେଶର ଡାଟା ସିକ୍ୟୁରିଟି ପାଇଁ ଭାରତୀୟ ସେନାଙ୍କୁ ସେମାନଙ୍କ ମୋବାଇଲରୁ ୮୯ଟି ଆପ୍ସକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ବ୍ୟାନ ହୋଇଥିବା ଆପଗୁଡ଼ିକୁ ତୁରନ୍ତ ନିଜ ମୋବାଇଲରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ବ୍ୟାନ ହୋଇଥିବା ଆପ ଗୁଡ଼ିକ ମଧ୍ୟରେ ଫେସବୁକ, ଟିକଟକ, ଟ୍ରୁକଲର, ଇନଷ୍ଟାଗ୍ରାମ, ୟୁସି ବ୍ରାଉଜର, ପବଜ ଆଦି ଆପଗୁଡ଼ିକ ସାମିଲ ରହିଛି। ମିଳିଥିବା ସୂଚନା ମୁତାବକ ଡାଟା ଲିକ ହେବା ଭୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।  


COMMERCIAL BREAK
SCROLL TO CONTINUE READING

ମେସେଜିଂ ପ୍ଲାଟଫର୍ମରେ ବ୍ୟବହାର ହେଉଥିବା ଆପ୍ସ ମଧ୍ୟରେ ଓ୍ୱି ଚାଟ, କ୍ୟୁକ୍ୟୁ, କିକ, ଆଉ ଓ୍ୱ, ନିମ୍ବଜ, ହେଲୋ, କ୍ୟୁ ଜୋନ, ସେୟାର ଚାଟ। ଓ୍ୱାଇବର, ଲାଇନ, ଆଇଏମଓ, ସ୍ନୋ, ଟୋ ଟାକ, ହାଇକ ଭଳି ଆପ ରହିଛି। ସେହିଭଳି ଭିଡ଼ିଓ ହୋଷ୍ଟିଂ ଆପ୍ସ ମଧ୍ୟରେ ଟିକଟକ, ଲାଇକ, ସମୋସା, କଓ୍ୱାଲୀ ଆଦି ରହିଛି। ସେହିପରି ଜେଣ୍ଡର, ସେୟାର ଇଟ ଓ ଜାପ୍ୟାକୁ ମଧ୍ୟ ବ୍ୟାନ କରିଦିଆଯାଇଛି। ୟୁସି ବ୍ରାଉଜର, ୟୁସି ବ୍ରାଉଜର ମିନିକୁ ମଧ୍ୟ ବ୍ୟାନ କରିଦେଇଛନ୍ତି।  


ଏହା ସହିତ ଲାଇଭ ମି, ବିଗୋ ଲାଇଭ, ଜୁମ, ଫାଷ୍ଟ ଫିଲମସ, ଓ୍ୱି ମେଟ, ଅପ ଲାଇଭ, ବିଗୋ ଭିଡ଼ିଓ, କ୍ୟାମ ସ୍କାନର, ବ୍ୟୁଟି ପ୍ଲସ, ଟ୍ରୁକଲରକୁ ବ୍ୟାନ କରିଦିଆଯାଇଛି। ପବଜୀ, ନାନୋ ଲାଇଭ, କ୍ଲାସ ଅଫ କିଙ୍ଗସ, ଆଲ ଟେଷ୍ଟିଂ ଗେମସେ, ମୋବାଇଲ ଲିଜେଣ୍ଡସ, ଫେସବୁକ ,ବାଇଡ଼ୁ, ଇନଷ୍ଟାଗ୍ରାମ, ଏଲୋ, ସ୍ନାପଚାର୍ଟ, ନ୍ୟୁଜ ଆପ୍ସ, ନ୍ୟୁଜ ଡାଗ, ଡେଲି ହଣ୍ଟ ଭଳି ଆପକୁ ବ୍ୟାନ କରିଦିଆଯାଇଛି।  


ତେବେ ଏହି ପଦକ୍ଷେପ ପୂର୍ବରୁ ୫୯ଟି ଚାଇନିଜ ଆପକୁ ଦେଶରେ ବ୍ୟାନ କରିଥିଲେ କେନ୍ଦ୍ର ସରକାର।