West Bengal Districts: ବଢିବ ପଶ୍ଚିମବଙ୍ଗ ଜିଲ୍ଲା ସଂଖ୍ୟା, ମଙ୍ଗଳବାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
West Bengal District: ବର୍ତ୍ତମାନ ପଶ୍ଚିମବଙ୍ଗରେ ମୋଟ ୨୩ ରହିଛି। ରାଜ୍ୟରେ ଦୁଇଟି ନୂଆ ଜିଲ୍ଲା ଗଠନ ହେବା ପରେ ମୋଟ ଜିଲ୍ଲା ସଂଖ୍ୟା ୨୫ ହେବ।
West Bengal New Districts: ରାଜ୍ୟରେ ଜିଲ୍ଲା ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ନଭେମ୍ବର ୨୯ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେଉଥିବା ପ୍ରଶାସନିକ ବୈଠକରେ ନୂତନ ଜିଲ୍ଲା ଗଠନ ସମ୍ପର୍କରେ ଘୋଷଣା କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗର ସୁନ୍ଦରବନ ଏବଂ ବସୀରହାଟ ଅଞ୍ଚଳ ନୂତନ ଜିଲ୍ଲାରେ ପରିଣତ ହେବାକୁ ଯାଉଛି। ସୋମବାର ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ରାଜ୍ୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ପଶ୍ଚିମବଙ୍ଗର (West Bengal) ଦକ୍ଷିଣ ୨୪ ପରଗଣା (North 24 Pargana District) ଏବଂ ଉତ୍ତର ୨୪ ପରଗଣା (South 24 Pargana District) ଜିଲ୍ଲାର ପୁନର୍ଗଠନ କରି ସୁନ୍ଦରବନ୍ (Sundarban) ଏବଂ ବସୀରହାଟ (Basirhat) ନାମରେ ଦୁଇଟି ନୂତନ ଜିଲ୍ଲା ଗଠନ ହେବ। ନୂତନ ଜିଲ୍ଲା ଗଠନ ପାଇଁ ଆବଶ୍ୟକୀୟ ସମସ୍ତ ପ୍ରଶାସନିକ କାର୍ଯ୍ୟ ସମାପ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ମଙ୍ଗଳବାର ହିଙ୍ଗଲଗଞ୍ଜ (Hingalganj) ଠାରେ ଆୟୋଜିକ ହେଉଥିବା ପ୍ରଶାସନିକ ବୈଠକରେ ନୂତନ ଜିଲ୍ଲା ଗଠନ ସମ୍ପର୍କରେ ଘୋଷଣା କରିବେ।
ସୁନ୍ଦରବନ୍ ଜିଲ୍ଲାରେ ଦକ୍ଷିଣ ୨୪ ପରଗଣା ଜିଲ୍ଲାର ପ୍ରାୟ ୧୩ ବ୍ଲକ ସାମିଲ କରାଯିବ। ଅନ୍ୟପଟେ ବସିରହାଟ ଜିଲ୍ଲାରେ ଉତ୍ତର ୨୪ ପରଗଣା ଜିଲ୍ଲାର ୬ ବ୍ଲକ୍ ସାମିଲ ହେବ। ସୁନ୍ଦରବନ୍ ଅଞ୍ଚଳ ହେଉଛି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଏବଂ ଏହା ବର୍ତ୍ତମାନ ଉଭୟ ଉତ୍ତର-ଦକ୍ଷିଣ ୨୪ ପରଗଣା ଜିଲ୍ଲାରେ ଅବସ୍ଥିତ। ଅନ୍ୟପଟେ ବସିରହାଟ୍ ଉତ୍ତର ୨୪ ପରଗଣା ଜିଲ୍ଲାର ଏକ ଉପଖଣ୍ଡ। ପ୍ରତ୍ୟେକ ଜିଲ୍ଲା ନିର୍ମାଣ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ (West Bengal Govt) ଅତି କମରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ।
ନଭେମ୍ବର ୨୮ ତାରିଖ ସୋମାବାର ଠାରୁ ୨ ଦିନିଆ ସୁନ୍ଦରବନ ଗସ୍ତ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal Chief Minister) ମମତା ବାନାର୍ଜୀ। ସ୍ଥାନୀୟ ବାସିନ୍ଦାଙ୍କୁ ହାତୀ ଆକ୍ରମଣରୁ ରକ୍ଷା କରିବା ପାଇଁ ହିଙ୍ଗଲଗଞ୍ଜ ଠାରେ ମମତା ବାନାର୍ଜୀଙ୍କ ପୂଜା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଗତ ୨୫ ନଭେମ୍ବରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ସେ ହିଙ୍ଗଲଗଞ୍ଜ ଠାରେ ସେ ପ୍ରକୃତିର ଉପାସନା କରିବେ। ରାଜ୍ୟରେ ହାତୀ ଆକ୍ରମଣ ବଢିଚାଲିଛି। ଆଉ ଏହାର କାରଣ ହେଉଛି ଖାଦ୍ୟ ଅନ୍ୱେଷଣରେ ହାତୀ ଜଙ୍ଗଲରୁ ବାହାରକୁ ବାହିରି ଆସୁଛନ୍ତି। ପ୍ରତିବର୍ଷ ସୁନ୍ଦରବନ ଅଞ୍ଚଳରେ ହେଉଥିବା ବାତ୍ୟା ଏବଂ ବନ୍ୟା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ନୀତି ଆୟୋଗକୁ ଏହି ଅଞ୍ଚଳର ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପଠାଇଛନ୍ତି। ପ୍ରତିବର୍ଷ ସୁନ୍ଦରବନ୍ ଅଞ୍ଚଳରେ ବାତ୍ୟା ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଯଦି ଏକ ମାଷ୍ଟରପ୍ଲାନ ଅଛି, ତାହେଲେ ଏହି ସମସ୍ୟାରୁ ମୁକ୍ତି ପାଇବାରେ ଏହା ସାହାଯ୍ୟ କରିବ। ଏହି ମାମଲାକୁ ଅଧିକ ଗମ୍ଭୀରତାର ସହ ଦେଖିବା ପାଇଁ ସେ ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦକ୍ଷିଣ ୨୪ ପରଗଣାର ସଜନେକହହଲି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।