ଭୋପାଳ: ଅନ୍ୟାନ୍ୟ ପଛୁଆ ବର୍ଗ-ଓବିସି ସଂରକ୍ଷଣ(Other Backward Caste Reservation) ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଲବିର ଜବାବ ରଖିଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର । ଏନେଇ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, କଂଗ୍ରେସ ସବୁବେଳେ ପଛୁଆବର୍ଗ ଏବଂ ଅନୁସୂଚିତ ଜାତିର ସମ୍ପ୍ରଦାୟକୁ ନେଇ ସବୁବେଳେ ରାଜନୀତି କରିବା ସହ ସେମାନଙ୍କୁ ଠକି ଆସିଛି ।


COMMERCIAL BREAK
SCROLL TO CONTINUE READING

ଓବିସି ସଂରକ୍ଷଣ ପ୍ରସଙ୍ଗରେ ଜବାବ ଦେବାକୁ ଯାଇ ବେଳେ ଗୃହମନ୍ତ୍ରୀ ମିଶ୍ର କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ଟାର୍ଗେଟ କରିଛନ୍ତି । ଏନେଇ ସେ କହିଛନ୍ତି ଯେ ଯଦି କଂଗ୍ରେସ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ସପକ୍ଷରେ ରହିଛି, କ୍ଷମତାରେ ଥିବା ବେଳେ ଦିଗବିଜୟ ସରକାରଙ୍କ ପକ୍ଷରୁ କାହିକି ଉଦ୍ୟମ କରାଯାଉନଥିଲା । କଂଗ୍ରେସ ସରକାର ଥିବା ସମୟରେ ସଂରକ୍ଷଣକୁ ଅଟକାଇ ରଖାଯାଇଥିଲା । ଯଦି କଂଗ୍ରେସ ଚାହିଁଥାନ୍ତା, ହାଇକୋର୍ଟଙ୍କ ପକ୍ଷରୁ ଏ ମାମଲାରେ ଜାରି ହୋଇଥିବା ପ୍ରତିବନ୍ଧକକୁ ହଟାଇବା ଲାଗି ଜଣେ ବଡ ଓକିଲଙ୍କ ସହାୟତା ନେଇ ପାରିଥାନ୍ତା ।


ଗୃହମନ୍ତ୍ରୀ କହିଛନ୍ତି କଂଗ୍ରେସ ଲୋକ ନିଜେ ସଂରକ୍ଷଣ ପାସ୍ କରିବାକୁ ଚାହୁଁନାହାଁନ୍ତି। ଏ ମାମଲାରେ ମତ ରଖି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ କହିଛନ୍ତି ଆଜି ପର୍ଯ୍ୟନ୍ତ କଂଗ୍ରେସ କାହିଁକି ଓବିସି ବର୍ଗର ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରିନାହିଁ?  ଦଳର ନେତା ଅରୁଣ ଯାଦବ ଓବିସି ନୁହଁନ୍ତି କି? କଂଗ୍ରେସ ଉପରେ ପାଲଟା ଆକ୍ରମଣ କରି ସେ କହିଛନ୍ତି ବିଜେପିରୁ ଓବିସି ମୁଖ୍ୟମନ୍ତ୍ରୀଙ୍କ ଏକ ସିରିଜ ରହିଛି। ସେ ଉମା ଭାରତୀ, ବାବୁଲାଲ ଗୌର କିମ୍ବା ଶିବରାଜ ସିଂ ଚୌହାନ ହୁଅନ୍ତୁ ।


କଂଗ୍ରେସ ଯାହା କହୁଛି ତାହା କରେ ନାହିଁ। ସେଥିପାଇଁ କଂଗ୍ରେସ କୁମ୍ଭୀର କାନ୍ଦଣା ବନ୍ଦ କରିବା ଦରକାର । କାରଣ ଓବିସି ଲୋକେ କଂଗ୍ରେସର ରାଜନୈତିକ ଏଜେଣ୍ଡା ବାବଦର ଜାଣି ସାରିଛନ୍ତି ।