ନୂଆଦିଲ୍ଲୀ: National Pension System: ଯଦି ଆପଣ ନିଜ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚାହୁଁଛନ୍ତି ତେବେ ଜାତୀୟ ପେନସନ୍ ସିଷ୍ଟମ୍ (National Pension System) ଏକ ଭଲ ବିକଳ୍ପ ହୋଇପାରେ । ଏହା ଏକ ମାର୍କେଟ-ସଂଯୁକ୍ତ ଅବସରପ୍ରାପ୍ତ ନିବେଶ ବିକଳ୍ପ, ଯାହା ଅଧୀନରେ ଆପଣଙ୍କ ଟଙ୍କା ଷ୍ଟକ୍ ମାର୍କେଟ ଓ ସରକାରୀ ବଣ୍ଡ ଏବଂ କର୍ପୋରେଟ୍ ବଣ୍ଡରେ ନିବେଶ କରାଯାଇଥାଏ । ଆପଣ ଷ୍ଟକ୍ ମାର୍କେଟରେ ଆପଣଙ୍କର ମୋଟ ନିବେଶର ୭୫ ପ୍ରତିଶତ ପର୍ଯ୍ୟନ୍ତ ନିବେଶ କରିପାରିବେ । ଆପଣଙ୍କ କେତେ ଟଙ୍କା ଇକ୍ୱିଟିରେ ଯିବ ଏହା ଖାତା ଖୋଲିବା ସମୟରେ ସ୍ଥିର କରିଥାଏ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଭାରତକୁ 'ମୁଦ୍ରା ମନିପୁଲେଟର' ତାଲିକାରେ ରଖି ବଡ଼ ଝଟକା ଦେଲା ଆମେରିକା, ଜାଣନ୍ତୁ ଏହାର କ'ଣ ପଡ଼ିବ ପ୍ରଭାବ?


ଆପଣ ମାସକୁ ୫୪୦୦ ନିବେଶ କରି ହୋଇପାରିବେ କୋଟିପତି


ଯଦି ଆପଣ ୨୫ ବର୍ଷ ବୟସରୁ ନିବେଶ ଆରମ୍ଭ କରିବେ ଓ ପ୍ରତି ମାସ ୫୪୦୦ ଟଙ୍କା NPS ରେ ଜମା କରିବେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆପଣ ୨୨.୬୮ ଲକ୍ଷ ଟଙ୍କା ଜମା କରିସାରିଥିବେ । ଏହା ସହିତ ଯଦି ଆପଣଙ୍କୁ ୧୦% ସୁଧ ମିଳିବ, ତେବେ ଅବସର ସମୟରେ ଆପଣଙ୍କର ମୋଟ ପେନସନ୍ ୨.୦୨ କୋଟି ଟଙ୍କା ହେବ । ଏହା ସହିତ ଆପଣ ୬.୮୦ ଲକ୍ଷ ଟଙ୍କାର ଟ୍ୟାକ୍ସ ମଧ୍ୟ ସଞ୍ଚୟ କରିବେ ।


ଅଧିକ ପଢ଼ନ୍ତୁ:-ଭାରତରେ କୋରୋନା ଭାଙ୍ଗିଲା ବିଶ୍ୱର ସମସ୍ତ ରେକର୍ଡ: ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩ ଲକ୍ଷ ମାମଲା ଚିହ୍ନଟ, ୨୧୦୪ ସଂକ୍ରମିତଙ୍କ ମୃତ୍ୟୁ


ଏକାଠି ମିଳିବ ନାହିଁ ଟଙ୍କା


ଆପଣ ଆପଣଙ୍କର ମୋଟ ପେନସନ୍‌ର ୬୦ ପ୍ରତିଶତ ଅଂଶ ଉଠାଇ କରିପାରିବେ । ବାକି ୪୦ ପ୍ରତିଶତ ବାର୍ଷିକ ଯୋଜନାରେ ରଖିବାକୁ ପଡିବ । ଯାହାଫଳରେ ଆପଣ ପ୍ରତି ମାସରେ ପେନସନ୍ ପାଇବେ । ଯଦି ଆପଣ ୨.୦୨  କୋଟିର ୬୦ ପ୍ରତିଶତ ଉଠାଇ ନେଇଛନ୍ତି, ତେବେ ଆପଣଙ୍କ ପାଖରେ ୧.୨୧  କୋଟି ଟଙ୍କା ରହିବ ଏବଂ ଏହା ପରେ ଆପଣଙ୍କୁ ପ୍ରତି ମାସରେ ୪୦ ହଜାର ଟଙ୍କାର ପେନସନ୍ ମଧ୍ୟ ମିଳିବ ।