Pakistan Weapons: ବର୍ତ୍ତମାନ ଆନ୍ତର୍ଜାତିକ ରାଜନୀତିକୁ ବିଶ୍ଳେଷଣ କଲେ, କିଏ କାହା ସହିତ ବାସ୍ତବ ବନ୍ଧୁତ୍ବ ରିଖିଛି ତାହା କାହିବା ଅନିଶ୍ଚିତ। ଯେପରି ପାକିସ୍ତାନକୁ ଋଣ ଦେଇ ଗ୍ରାସ କିବାକୁ ବସିଥିବା ଚୀନ (Chin)କୁ ନେଇ ଏବେ ପାକିସ୍ତାନ (Pakistan) ପ୍ରଶ୍ନ ଉଠାଇଛି। ଚୀନ୍ ରୁ ପାକିସ୍ତାନୀ ସେନାକୁ ଯୋଗାଇ ଦିଆଯାଉଥିବା ଅଧିକାଂଶ ଅସ୍ତ୍ରଶସ୍ତ୍ର (Weapons) ଏବଂ ଗୁଳିଗୋଳା ଗୁଡ଼ିକ ନିମ୍ନ ମାନର କିମ୍ବା ଖରାପ ଗୁଣବତ୍ତାର ଅଟେ। ସେଥିପାଇଁ ପାକିସ୍ତାନୀ ସୈନ୍ୟବାହିନୀର ଶହ ଶହ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଆଜି ଅକାମି ହେବାକୁ ବସିଲାଣି। ପାକିସ୍ତାନ ସେନାମୁଖ୍ୟଙ୍କ ଦ୍ବାରା ସପ୍ଲାଏ କରାଯାଉଥିବା ଖରାପ ଅସ୍ତ୍ର ଏବଂ ତାର ପାର୍ଟ୍ସ ଗୁଡିକ ନିମ୍ନ ମାନର ହୋଇଥିବା ବେଳେ ତାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସେନାମୁଖ୍ୟ।  


COMMERCIAL BREAK
SCROLL TO CONTINUE READING


ଭାରତ ବିରୋଧରେ ପ୍ରତିରକ୍ଷା ପ୍ରସ୍ତୁତିକୁ ମଜବୁତ କରିବାରେ ଲାଗିଥିବା ପାକିସ୍ତାନ, ଚାଇନାରୁ ରାଡାର, ଟ୍ୟାଙ୍କ, କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନ ଏବଂ ଯୁଦ୍ଧ ଜାହାଜ କିଣୁଛି। ଏପରି ଅନେକ ଅସ୍ତ୍ର ଅଛି ଯାହା ପାକିସ୍ତାନ ମିଳିତ ଭାବେ ଚୀନ୍ ସହିତ ନିର୍ମାଣ କରିଥାଏ। ଏଭଳି ପରିସ୍ଥିତିରେ ଚାଇନାରୁ ନିମ୍ନ ମାନର ଏବଂ ଖରାପ ପାର୍ଟ୍ସ ମିଳୁଥିବା ଯୋଗୁଁ ପାକିସ୍ତାନୀ ସେନାର ଅଧିକାଂଶ ଅସ୍ତ୍ର ଅକାମି ହୋଇଯାଇଛି।


ଅଲ ଖାଲିଦ ଟ୍ୟାଙ୍କର ପାର୍ଟ୍ସ ନମିଳିବାରୁ ପୂର୍ବ ମାସରେ ପାକିସ୍ତାନୀ ସେନାଙ୍କ ପାଇଁ ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରୁଥିବା ହେଭି ଇଣ୍ଡଷ୍ଟ୍ରିଜ୍ ଟ୍ୟାକ୍ସିଲା (HIT) ଚାଇନାକୁ ପଠାଯାଇଥିବା ଫ୍ୟାକ୍ସରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେଥିରେ କୁହାଯାଇଛି, HIT ଟ୍ୟାଙ୍କ ମାନୁଫେକ୍ଚରିଂ ଫ୍ୟାକ୍ଟ୍ରି (Tank Manufacturing Factory)କୁ ଟ୍ୟାଙ୍କର ପାର୍ଟ୍ସ ଚୀନ ଠାରି ନମିଳିପାରିବାରୁ ପାକିସ୍ତାନୀ ସେନାର ଆଧୁନିକୀକରଣ ଉପରେ ବହୁତ ଖରାପ ପ୍ରଭାବ ପଡିଛି। 


ଚୀନ୍ ସହାୟତାରେ ୨୦୧୫ରେ ଯେଉଁ ଅଲ ଖାଲିଦ-୧ ଟ୍ୟାଙ୍କ ପାଞ୍ଚ ବର୍ଷ ଭିତରେ ତିଆରି କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ତାବା ବର୍ତ୍ତମାନ ୭ ବର୍ଷ ବିଳମ୍ବ ହୋଇଥିବା ବେଳେ ଏପର୍ଯ୍ୟନ୍ତ କେବଳ ୯୪ଟି ଅଲ ଖାଲିଦ ଟ୍ୟାଙ୍କ କାର୍ଯ୍ୟ ଶେଷ ହୋଇଥିବା ବେଳେ କାରଖାନାରେ ୧୬ଟି ଟ୍ୟାଙ୍କ ଖତ ଖାଉଛି। HITର ଚିଠି ଅନୁଯାୟୀ, ଅଲ ଖାଲିଦ ଟ୍ୟାଙ୍କର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ଅନେକ ପାର୍ଟ୍ସ ଖରାପ ଭାବେ ପଡିରହିଛି, ଯାହା ଚୀନ୍ ଠିକ୍ ସମୟରେ ଯୋଗାଇବାକୁ ପ୍ରତିଶୃତି ଦେଇଥିଲା।


ଗତ ବର୍ଷ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱା ହେଭି ଇଣ୍ଡଷ୍ଟ୍ରିଜ୍ ଟ୍ୟାକ୍ସିଲା (HIT)ରେ ନିର୍ମାଣ ହେଉଥିବା ଟ୍ୟାଙ୍କ, ଆର୍ଟିଲାରୀ ବନ୍ଧୁକ, ଆଇଡି ପ୍ରଟେକ୍ସନ ସାମରିକ ଯାନ ଗୁଡ଼ିକୁ ତନଖି ଥିଲେ। ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ ପାକିସ୍ତାନୀ ସେନା ସେହି ସମୟରେ ଖୁସି ବ୍ୟକ୍ତ କରି କହିଥିଲା ​​ଯେ, HIT ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବିକଶିତ କରିବାରେ ନିୟୋଜିତ ଅଛନ୍ତି। ପାକିସ୍ତାନ ତିଆରି କରୁଥିବା ଅସ୍ତ୍ରଶସ୍ତ୍ରର ଅଧିକାଂଶ ପାର୍ଟ୍ସ ଚାଇନାରେ ପ୍ରସ୍ତୁତ ହେଉଛି ଏବଂ ବର୍ତ୍ତମାନ ଏହି ଖରାପ ଜିନିଷ ଗୁଡିକୁ ପାକିସ୍ତାନୀ ସେନାର ହଜମ କରିପାରୁ ନାହାନ୍ତି। ପାକିସ୍ତାନ ପାଇଁ ସବୁଠୁ ବଡ ସମସ୍ୟା ହେଉଛି ଏହା ଯେ, ଏହି ଘଟଣାକୁ ନେଇ ଚୀନ୍‌କୁ ଖୋଲାଖୋଲି ଭାବେ ବିରୋଧ କରିପାରିବ ନାହିଁ, କାରଣ ଚୀନ୍ କ୍ରୋଧିତ ହୋଇପାରେ।