Pakistan talks Russia for oil, ନୂଆଦିଲ୍ଲୀ: ଋଣରେ ବୁଡିଥିବା ପାକିସ୍ତାନ ଏବେ ମହଙ୍ଗା ମାଡରେ ଛଟପଟ ହେଉଛି। ଏଭଳି ପରିସ୍ଥିତିରେ ପାଣି ଭିତରେ ଘର କରି କୁମ୍ଭୀର ସହ ଶତ୍ରୁତା କରିବାକୁ ପାକିସ୍ତାନ ଚେଷ୍ଟା ଚଳାଇଛି। ଆମେରିକାର ତାଗିଦ ପରେ ମଧ୍ୟ ଶେହବାଜ ସରିଫ ସରକାର, ଋଷରୁ ତେଲ କିଣିବାକୁ ଯୋଜନା କରୁଛି। ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତିନି ତିନି ଥର ଆଲୋଚନା କରିଥିବା ରବିବାର ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। 


COMMERCIAL BREAK
SCROLL TO CONTINUE READING

ସରକାରୀ ସୂତ୍ର ଆଧାରରେ ଏକ୍ସପ୍ରେସ ଟ୍ରିବ୍ୟୁନ ନାମକ ଖବର କାଗଜ ଏକ ଖବର ପ୍ରକାଶ କରିଛି। ସେଥିରେ କୁହାଯାଇଛି ଯେ, ଶସ୍ତା ତେଲ ଆମଦାନୀ ପାଇଁ ପାକିସ୍ତାନ ସରକାର, ଋଷ ସହ ଆଲୋଚନା କରୁଛନ୍ତି। ଉଜବେକିସ୍ତାର ସମରକନ୍ଦ ସହରରେ ଆୟୋଜିତ SCO ବୈଠକରେ ଭ୍ଲାଦିମିର ପୁଟିନଙ୍କୁ ଶେହବାଜ ସରିଫ ତିନି ଥର ଭେଟିଥିଲେ। ଜଣେ ବିରିଷ୍ଠ ଅଧିକାରୀଙ୍କ ଅନୁସାରେ, ଥରେ ଆଧିକାରୀକ ସାକ୍ଷାତକାର ହୋଇଥିବା ବେଳେ ଅନ୍ୟ ଦୁଇଥର ଅଣାଧିକାରୀକ ଭାବେ ଋଷ ରାଷ୍ଟ୍ରପତିଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। 


Also Read: Taiwan Earthquake: ଗତ ୨୪ ଘଣ୍ଟାରେ ଦୁଇ ଥର ଝଟକା ଦେଲାଣି ଭୂମିକମ୍ପ


ପାକିସ୍ତାନ ପ୍ରତିନିଧି ମଣ୍ଡଳୀର ଅଧିକାରୀ ଜଣକ କହିଛନ୍ତି ଯେ, ପାକିସ୍ତାନ ଉଧାରରେ ତେଲ ଆମଦାନୀ କରିବା ନେଇ ଋଷକୁ ପ୍ରସ୍ତାବ ଦେଇଛି। ପୁଟିନ ସରକାର ମଧ୍ୟ ଏହି ପ୍ରସ୍ତାବରେ ରାଜି ହେବାର ସମ୍ଭାବନା ଅଛି। ଯଦି ଏପରି ହୁଏ ତେବେ ପାକିସ୍ତାନରେ ତେଲ ସଙ୍କଟ ଦେଖାଯିବ ନାହିଁ। ଏହା ବ୍ୟତୀତ ତେଲ ପାଇଁ ଉପମହାସାଗରୀୟ ଦେଶ ଯେପରି ସାଉଦି ଆରବ ଓ ୟୁଏଇ ଉପରେ ନିର୍ଭର ରହିବାକୁ ପଡିବ ନାହିଁ। ଏହି ଦେଶ ଗୁଡିକରୁ ମଧ୍ୟ ପାକିସ୍ତାନ ଉଧାରରେ ତେଲ ଆଣୁଛି। ତେବେ ଋଷରୁ ତେଲ ଆମଦାନୀକୁ ନେଇ ପାକିସ୍ତାନ ବିରୋଧି ଦଳ ସହ ଆଲୋଚନା କରିବ ବୋଲି ସୂଚନା ମିଳିଛି। 


ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲଗାତର ଅଭିଯୋଗ କରି ଆସୁଛନ୍ତି ଯେ, ଆମେରିକାର ହସ୍ତକ୍ଷେପ ପାଇଁ ତାଙ୍କ ସରକାର ଭାଙ୍ଗିଛି। ଆଉ ବର୍ତ୍ତମାନର ଶେହବାଜ ସରିଫ ସରକାର, ଆମେରିକାର ଇଙ୍ଗିତରେ ଚାଲିଛି। ସ୍ୱାଧିନ ବୈଦେଶୀକ ନୀତି ଆପଣାଇ ଋଷ ସହ ସମ୍ପର୍କ ସ୍ଥାପନ କରିବାରୁ ଆମେରିକା ତାଙ୍କୁ ଏହି ଦଣ୍ଡ ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି। କିନ୍ତୁ ଇମ୍ରାନଙ୍କ ଅଭିଯୋଗକୁ ଆମେରିକା ସବୁବେଳେ ଖଣ୍ଡନ କରିଆସୁଛନ୍ତି। ୱାଶିଂଟନ କୌଣସି ଦେଶର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରେନାହିଁ ବୋଲି ସେ କହିଛି।


Also Read: Mass DNA test: ଧରାପଡିଲା ଅତ୍ୟାଚାରୀ ଚୀନର ବଡ ଚାଲ୍, ନାଗରିକଙ୍କ ଉପରେ ନଜର ରଖିବାକୁ କରୁଛି..


ୟୁକ୍ରେନ ଉପରେ ଋଷ ହମଲା କରିବା ପରେ ମସ୍କୋ ଠାରୁ ତେଲ ନ କଣିବାକୁ ଆମେରିକା ତାହାର ସହଯୋଗୀ ଦେଶ ଗୁଡିକୁ ଅପିଲ କରିଥିଲା। କିନ୍ତୁ ଏହାକୁ ଭୃକ୍ଷପ ନକରି ଭାରତ ତେଲ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଆମେରିକାର ଋଣରେ ବୁଡିଥିବା ପାକିସ୍ତାନ ନିରବ ରହିଲା। କିନ୍ତୁ ଏବେ ଋଷଠୁ ତେଲ କିଣିବାକୁ ଯୋଜନା କରୁଛି। ଯଦି ଏପରି ହୁଏ ତେବେ ଏହାର ପ୍ରଭାବ ପାକିସ୍ତାନ ଓ ଆମେରିକାର ସମ୍ପର୍କ ଉପରେ ପଡିବ। କେବଳ ତେଲ ନୁହଁ ଋଷରୁ ଗହମ ଆମଦାନୀ କରିବାକୁ ମଧ୍ୟ ପାକିସ୍ତାନ ଆଲୋଚନା କରିଛି। ଆଉ ଋଷ ଏଥିରେ ଆଗ୍ରହ ମଧ୍ୟ ଦେଖାଇଛି।


ପାକିସ୍ତାନ ଓ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ ରହିଛି। ନିକଟରେ ଆମେରିକାର ଜଣେ ସିନିୟର ଆଡଭାଇଜର ସେକ୍ରେଟାରୀ, ପାକିସ୍ତାନ ଗସ୍ତ କରିଥିଲେ। ବାଇଡେନ ସରକାର ୱାଶିଂଟନ ଓ ଇସଲାମାବାଦ ମଧ୍ୟରେ ୪୫୦ ମିଲିୟନ ଡଲାରର ଏକ ପ୍ରତିରକ୍ଷା ଚୁକ୍ତିକୁ ମଞ୍ଜୁରୀ ଦେବା ପରେ ସେ ଇସଲାମାବାଦ ଯାଇଥିଲେ। ତେବେ ଖୁବଶୀଘ୍ର ଆମେରିକା ରାଷ୍ଟ୍ରପକି ଜୋ ବାଇଡେନ ମଧ୍ୟ ଆମେରିକା ଗସ୍ତ କରିବେ ବୋଲି ସୂଚନା ମିଳିଛି। ଏହି ଗସ୍ତ ସମୟରେ ବାଇଡେନ, ପାକିସ୍ତାନର ତେଲ ସମସ୍ୟା ବିଷୟରେ ଆଲୋଚନା କରିପାରନ୍ତି। ଏକ ରିପୋର୍ଟ ଅନୁସାରେ, ମାର୍ଚ୍ଚ ୨୦୨୨ ସୁଦ୍ଧା ପାକିସ୍ତାନ ଉପରେ ପ୍ରାୟ ୨୪୮ ବିଲିୟନ ଆମେରିକୀୟ ଡଲାର ଋଣ ଥିଲା। ଏହି ଋଣ ପରିମାଣ ପାକିସ୍ତାନର ଜିଡିପିର ୮୦ ପ୍ରତିଶତରୁ ଅଧିକ।