ନୂଆଦିଲ୍ଲୀ: ଇସଲାମଫୋବିଆ (Islamophobia)ବିରୁଦ୍ଧରେ ଫ୍ରାନ୍ସ ସରକାର ନେଇଥିବା ପଦକ୍ଷେପକୁ ବିରୋଧ କରି ପାକିସ୍ତାନରେ (Pakistan)ଚାଲିଛି ଆନ୍ଦୋଳନ। ଆଉ ଏହି ନିଆଁରେ ଘିଅ ଢାଳିଛନ୍ତି ତେହେରିକ ଇ ଲେବାକ ପାକିସ୍ତାନ-ଟିଏଲପି (Tehreek-e-Labbaik Pakistan-TLP)ପ୍ରତିଷ୍ଠାତା ମୌଲନା ଖାଦିନ ହୁସେନ ରିଜଭି (Khadim Hussain Rizvi)। 


COMMERCIAL BREAK
SCROLL TO CONTINUE READING

ଟିଏଲପି ପକ୍ଷରୁ ଦେଶରେ ଚାଲିଥିବା ଆନ୍ଦୋଳନର ନିଆଁ ଏବେ ପାକିସ୍ତାନର ରାଜଧାନୀ ଇସାଲାମାବାଦ (Islamabad)ପର୍ଯ୍ୟନ୍ତ ବ୍ୟାପିଯାଇଛି। ଏନେଇ ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ସଙ୍ଗଠନର ପ୍ରାୟ ୩ ହଜାର ସମର୍ଥକ ଇସାଲାମାବାଦସ୍ଥିତ ଫୈଜାବାଦ ଠାରେ ପହଞ୍ଚିଛନ୍ତି। ସେଠାରେ ପୋଲିସ ସେମାନଙ୍କୁ ବ୍ୟାରିକେଡ ଲଗାଇ ହଟାଇ ଦେଇଛି।  


ହେଲେ ଟିଏଲପି ମୁଖିଆ ମୌଲନା ଖାଦିନଙ୍କ ପକ୍ଷରୁ ଦେଶରେ କ୍ଷମତାସୀନ ଇମରାନ ସରକାରଙ୍କ ବିରୁଦ୍ଧରେ ଯେଉଁ ଆନ୍ଦୋଳନ କରାଯାଉଛି ତାହା ଥମିବାର ନାଁ ନେଉନାହିଁ। ଅନ୍ୟପଟେ ଦେଶର ରାଜଧାନୀ ଏବେ ଯୁଦ୍ଧ କ୍ଷେତ୍ରରେ ବଦଳିଯାଇଛି। ଦେଶରୁ ଇସଲାମ ପ୍ରାୟୋଜିତ ଆତଙ୍କବାଦକୁ (Muslim Sponcered Terrorism)ଦମନ କରିବା ଫ୍ରାନ୍ସ ସରକାର ନେଇଥିବା ପହକ୍ଷେପକୁ ବିରୋଧ କରିଛି ଟିଏଲପି।



ଏପରିକି ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନୀ ରାଜଦୂତଙ୍କୁ ଦେଶକୁ ଫେରାଇ ଆଣିବା ଏବଂ ଦେଶରେ ଅବସ୍ଥାପିତ ଫରାସୀ ରାଷ୍ଟ୍ରଦୂତଙ୍କୁ ତାଙ୍କ ଦେଶକୁ ପଠାଇବା ଲାଗି ଇମରାନ ସରକାରଙ୍କ ନିକଟରେ ଦାବି ରଖିଥିଲେ ଟିଏଲପି ପ୍ରତିଷ୍ଠାତା। ହେଲେ ଏହି ଦାବିକୁ ଗ୍ରହଣ କରିନଥିଲେ ପାକିସ୍ତାନ ସରକାର। ଏହାର ପ୍ରତିବାଦରେ ଆନ୍ଦୋଳନ କରିବା ଲାଗି ସ୍ଥାନୀୟ ପ୍ରଶାସନକୁ ଅନୁମତି ମାଗିଥିଲେ ମୌଲନା ଖାଦିନ। 


ହେଲେ ପ୍ରଶାସନ ଏପରି କରିବାକୁ ଅନୁମତି ଦେଇନଥିଲା। ଯାହାକୁ ବିରୋଧ କରି ସେ ନିଜର ସମର୍ଥକଙ୍କୁ ପ୍ରଶାସନର ବିନା ଅନୁମତି ବଳରେ ଆନ୍ଦୋଳନ କରିବାକୁ ଇସଲାମାବାଦ ଅଭିମୁଖେ ଅଗ୍ରସର ହେବାକୁ ଜଣାଇଥିଲେ। 


 



କେବଳ ଫ୍ରାନ୍ସ  ନୁହେଁ ବରଂ କାଶ୍ମୀର ପ୍ରସଙ୍ଗକୁ ନେଇ ମଧ୍ୟ ଇମରାନ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରି ଆସୁଛନ୍ତି ମୌଲନା ଖାଦିନ। ସବୁବେଳେ ନିଜର ଶତ୍ରୁ ଦେଶରେ ଆକ୍ରମଣ କରିବା ନେଇ ଗର୍ଜନ ଛାଡୁଛନ୍ତି। ଏପରିକି ଫ୍ରାନ୍ସ ଉପରେ ପରମାଣୁ ବୋମା (Atom Bomb)ସହ କ୍ଷେପଣାସ୍ତ୍ର ଆକ୍ରମଣ (Missile Attack)କରିବାକୁ ପାକିସ୍ତାନ ସରକାରଙ୍କ ନିକଟରେ ଦାବି ରଖିଥିଲେ।



ପ୍ରାୟ ୩ ହଜାର ସମର୍ଥକଙ୍କ ପକ୍ଷରୁ ରାଜଧାନୀ ଇସାଲାମାବାଦ ଠାରେ ଚାଲିଥିବା ଆନ୍ଦୋଳନର ନେତୃତ୍ୱ ନିଜେ ନେଉଛନ୍ତି ଟିଏଲପି ପ୍ରତିଷ୍ଠାତା।  ହେଲେ ଏହି ଆନ୍ଦୋଳନକୁ ଦବାଇ ରଖିବାରେ ସଫଳ ହୋଇନାହିଁ ପାକିସ୍ତାନୀ ପ୍ରଶାସନ। ମୌଲନା ଖାଦିନଙ୍କ ମୁକାବିଲା କରିବାରେ ବିଫଳ ହୋଇଛି ପାକିସ୍ତାନରେ କ୍ଷମତାସୀନ ଇମରାନ ସରକାର।