Pakistan Media prasises PM Modi: ସଦ୍ୟ ଅନାହାର ସମସ୍ୟାକୁ ନେଇ ପାକିସ୍ତାନ ଭଳି ଦେଶରେ ସୃଷ୍ଟି ହୋଇିଛି ଗୃହଯୁଦ୍ଧ ଭଳି ପରିସ୍ଥିତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଦେଶ ଏବେ ଭିକ ମାଗିବାକୁ ବାଧ୍ୟ ହୋଇଛି। ପାକିସ୍ତାନ ଅର୍ଥନୀତି ବୁଡ଼ିଯିବା ପରେ ଏବେ ସମଗ୍ର ଦେଶର ଜନସାଧାରଣ ଶାହୱାଜ ସରିଫ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ହେଲେ ଅନ୍ୟ ପଟେ ଏବେ ପାକିସ୍ତାନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ଦିଆଯାଉଛି। ପାକିସ୍ତାନୀ ଖବରକାଗଜରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବା ସହ କୁହାଯାଇଛି ଯେ ଭାରତ ବର୍ତ୍ତମାନ ଜଣେ ଭଲ ନେତାଙ୍କ ହାତରେ ରହିଛି।


COMMERCIAL BREAK
SCROLL TO CONTINUE READING

ପ୍ରଥମ ଥର ପାଇଁ  ଭାରତ ଏବଂ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ପାକିସ୍ତାନୀ ଖବରକାଗଜରେ ଏକ ଲେଖା ପ୍ରକାଶ ପାଇଛି। ଏନେଇ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ଭାରତ ବର୍ଷକୁ ଏକ ଉଚ୍ଚ ସ୍ଥାନକୁ ନେଇଛନ୍ତି। ଯେଉଁଠରେ ଭାରତ ଏହାର ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଛି। "ଦି ଏକ୍ସପ୍ରେସ ଟ୍ରିବ୍ୟୁନ" ନାମକ ପାକିସ୍ତାନୀ ଖବର କାଗଜରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତୀୟ ବୈଦେଶିକ ନୀତିରେ ଉନ୍ନତି ଆସିଛି ଏବଂ ଭାରତର ଜିଡିପି ୩ ଟ୍ରିଲିୟନ ଡଲାର ଅତିକ୍ରମ କରିଛି।


ପ୍ରସିଦ୍ଧ ରାଜନୈତିକ, ସୁରକ୍ଷା ଏବଂ ପ୍ରତିରକ୍ଷା ବିଶ୍ଳେଷକ ଶହଜାଦ୍ ଚୌଧୁରୀ ଏହାକୁ 'ସ୍ମାରକୀ ବିକାଶ' ବୋଲି କହିବା ସହ 'ଦି ଏକ୍ସପ୍ରେସ ଟ୍ରିବ୍ୟୁନ୍' ଖବର କାଗଜରେ ଲେଖିଛନ୍ତି, ବର୍ତ୍ତମାନ ସମୟରେ ଭାରତ ସମସ୍ତ ନିବେଶକଙ୍କ ପାଇଁ ଏକ ପସନ୍ଦୀୟ ନିବେଶସ୍ଥଳ ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବୈଦେଶିକ ନୀତି ମାମଲାରେ ଭାରତ ନିଜର ଉପସ୍ଥିତି ମଜବୁତ କରିଛି। ଅର୍ଥାତ୍ ପରିବର୍ତ୍ତନଶୀଳ ସମୟରେ ମଧ୍ୟ ଭାରତ ବିଶ୍ୱ ସ୍ତରରେ ଏହାର ପ୍ରଭାବ 
ବିସ୍ତାର କରିଛି।


ଭାରତ କୃଷିଜାତ ଦ୍ରବ୍ୟ ଏବଂ ଆଇଟି ଶିଳ୍ପ କ୍ଷେତ୍ରର ଏକ ବଡ଼ ହବ୍ ଭାବେ ଉଭା ହୋଇଛି। ଏହି ଲେଖାରେ କୁହାଯାଇଛି ଯେ କୃଷି କ୍ଷେତ୍ରରେ, ଏକର ପିଛା ଭାରତର ଅମଳ ବିଶ୍ୱରେ ସର୍ବୋତ୍ତମ ଏବଂ ୧.୪ ବିଲିୟନ ଜନସଂଖ୍ୟା ସତ୍ତ୍ୱେ ଭାରତ ବର୍ଷରେ ଅପେକ୍ଷାକୃତ ସ୍ଥିର, ସମନ୍ୱିତ ଏବଂ କାର୍ଯ୍ୟକ୍ଷମ ନୀତି ରହିଛି। ଭାରତ ମୋଦି ସରକାର ସମୟରେ ବିଭିନ୍ନ ପରୀକ୍ଷଣରେ ସଫଳ ହୋଇଛି। ଭାରତ ବର୍ଷକୁ ଏକ ବ୍ରାଣ୍ଡ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏପରି କାର୍ଯ୍ୟ କରିଛନ୍ତି, ଯାହା ତାଙ୍କ ପୂର୍ବରୁ ଅନ୍ୟ କେହି କରିପାରି ନାହାଁନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ଯାହା ପସନ୍ଦ କରେ ଏବଂ ଯାହା ଆବଶ୍ୟକ କରେ ତାହା କରୁଛି।


ଏହା ପୂର୍ବରୁ ଗତ ବର୍ଷ ନଭେମ୍ବରରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତୀୟ ବୈଦେଶିକ ନୀତିକୁ ପ୍ରଶଂସା କରିବା ସହ ଏହାକୁ ସମ୍ପୂର୍ଣ୍ଣ ସ୍ୱାଧୀନ ବୋଲି ବର୍ଣ୍ଣନା କରିଥିଲେ। ଗତ ଅକ୍ଟୋବରରେ ଇମରାନ ଖାନ ଭାରତୀୟ ବିଦେଶ ନୀତିକୁ ପ୍ରଶଂସା କରି କହିଥିଲେ ଯେ ଭାରତ ନିଜ ଇଚ୍ଛାରେ ଋଷିଆ ପକ୍ଷରୁ ତୈଳ କିଣିବାକୁ ସକ୍ଷମ ହୋଇଥିବାବେଳେ ପାକିସ୍ତାନ ପାଶ୍ଚାତ୍ୟ ଦେଶର ଦାସ ହୋଇଥିବାରୁ ପାକିସ୍ତାନୀ ନାଗରିକଙ୍କ କଲ୍ୟାଣ ପାଇଁ ନିର୍ଭୟରେ କୌଣସି  ନିଷ୍ପତ୍ତି ନେବାକୁ ଅସମର୍ଥ।