Pakistan Election Commission suspended 271 MP-MLA: ଦେଶର ନିର୍ବାଚିତ ଜନପ୍ରତିନିଧିଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପାକିସ୍ତାନ ନିର୍ବାଚନ 
ଆୟୋଗ। ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନର ୨୭୧ ଜଣ ସାଂସଦ ଏବଂ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ସାଂସଦ-ବିଧାୟକ ସେମାନଙ୍କ ପୁଞ୍ଜି ଏବଂ କାରବାର ସହ ଜଡ଼ିତ ବିବରଣୀ ଦାଖଲ କରି ନଥିବାରୁ ଦେଶର ସାଂସଦ ଏବଂ ବିଧାୟକଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଥିଲେ ପାକିସ୍ତାନ ନିର୍ବାଚନ ଆୟୋଗ।


COMMERCIAL BREAK
SCROLL TO CONTINUE READING

ପାକିସ୍ତାନରେ ନିର୍ବାଚିତ ଜନପ୍ରତିନିଧିଙ୍କୁ (Elected Representatives of Pakistan) ପ୍ରତିବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ଆର୍ଥିକ ବିବରଣୀ ଦାଖଲ କରିବାକୁ ହୋଇଥାଏ। ପାକିସ୍ତାନ ନିର୍ବାଚନ ଆୟୋଗ (Election Commission of Pakistan) ଦେଶର ସାଂସଦ ଏବଂ ବିଧାୟକଙ୍କୁ (MLA-MP of Pakistan) ୩୦ ଜୁନ ୨୦୨୨ ପର୍ଯ୍ୟନ୍ତ ହୋଇଥିବା ଆର୍ଥିକ କାରବାର ସହ ଜଡ଼ିତ ବିବରଣୀ ୧୬ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦେଶର ସାଂସଦ ଏବଂ ବିଧାୟକଙ୍କୁ ଚେତାବନୀ ଦିଆଯାଇଥିଲା ଯେ ଯେଉଁମାନେ ଆର୍ଥିକ ବିବରଣୀ ଦାଖଲ କରିନାହାଁନ୍ତି ସେମାନଙ୍କ ସଦସ୍ୟତା  ନିଲମ୍ବିତ କରାଯିବ। 
 
ଜାନୁଆରୀ ୧୬ ତାରିଖ ସୋମବାର ପାକିସ୍ତାନ ନିର୍ବାଚନ ଆୟୋଗ କହିଛନ୍ତି ଯେ ଦେଶର ଜାତୀୟ ସଭାର (Pakistan National Assembly) ୧୩୬ ସଦସ୍ୟ, ୨୧ ଜଣ ସିନେଟର (Pakistani Senator) ଏବଂ ପ୍ରାଦେଶିକ ବିଧାନସଭାର (Pakistan Provincial Assembly) ୧୧୪ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ପାକିସ୍ତାନ ଖବର କାଗଜ 'ଡନ୍' ରିପୋର୍ଟ ଦର୍ଶାଇଛି ଯେ ଗତ ବର୍ଷ ଜାତୀୟ ସଭାର ୩୫ ଜଣ ସଦସ୍ୟ ଏବଂ ୩ ଜଣ ସିନେଟର ଜାନୁଆରୀ ୧୬ ତାରିଖ ସୁଦ୍ଧା ଆର୍ଥିକ ବିବରଣୀ ଦାଖଲ କରିନାହାଁନ୍ତି। ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ପାକିସ୍ତାନ ତେହେରିକ-ଇ-ଇନସାଫ (Pakistan Tehreek-e-Insaf) ଦଳର ନେତାଙ୍କ ଇସ୍ତଫା କାରଣରୁ ଏହି ସଂଖ୍ୟା ଅପେକ୍ଷାକୃତ ଅଧିକ ରହିଥିଲା।


ଏନେଇ ପାକିସ୍ତାନ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ ନିଲମ୍ବିତ ସଦସ୍ୟଙ୍କ ମଧ୍ୟରେ ପଞ୍ଜାବ ପ୍ରାଦେଶିକ ବିଧାନସଭାର (Punjab Provincial Assembly) କୌଣସି ସଦସ୍ୟ ନାହାଁନ୍ତି। ଏହାର କାରଣ ହେଉଛି ପଞ୍ଜାବ ପ୍ରାଦେଶିକ ବିଧାନସଭା ଭଙ୍ଗ ହୋଇସାରିଛି। ରାଷ୍ଟ୍ରୀୟ ସଭାର ସଦସ୍ୟ ତଥା ସିନେଟରଙ୍କ ବ୍ୟତୀତ ସିନ୍ଧ ପ୍ରାଦେଶିକ ବିଧାନସଭାର (Sindh Provincial Assembly) ୪୮, ଖାଇବର ପାଖତୁନଖ୍ୱା ପ୍ରାଦେଶିକ ବିଧାନସଭାର (Khyber Pakhtunkhwa Provincial Assembly) ୫୪ ଏବଂ ବେଲୁଚିସ୍ତାନ ପ୍ରାଦେଶିକ ବିଧାନସଭାର (Balochistan Provincial Assembly) ୧୨ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି।


ନିଲମ୍ବିତ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (Pakistan Muslim League Nawaz) ଦଳର ବରିଷ୍ଠ ନେତା ତଥା କ୍ୟାବିନେଟ ସଦସ୍ୟ ଅହସାନ ଇକବାଲ ଏବଂ ଖ୍ୱାଜା ଆସିଫ ଅଛନ୍ତି। ଏହା ସହିତ ପବ୍ଲିକ ଆକାଉଣ୍ଟସ କମିଟି ଅଧ୍ୟକ୍ଷ ନୁର ଆଲାମ ଖାନଙ୍କ ସଦସ୍ୟତା ମଧ୍ୟ ନିଲମ୍ବିତ କରି ଦିଆଯାଇଛି।