Imran Khan May Go Jail: ପାକିସ୍ତାନ ରାଜନୀତିରେ ଦେଖିବାକୁ ମିଳିପାରେ ବଡ଼ ଧରଣର ପରିବର୍ତ୍ତନ। ଦେଶରେ ଅର୍ଥିନୈତିକ ସଂକଟ ଜାରି ରହିଥିବା ବେଳେ ଏବେ ରାଜନୈତିକ ସ୍ତରରେ ସୃଷ୍ଟି ହୋଇପାରେ ହଟଚମଟ। ଜେଲ ଯାଇପାରନ୍ତି ଇମରାନ ଖାନ! ବୁଧବାର ପାକିସ୍ତାନ ଆତଙ୍କବାଦ ନିରୋଧୀ କୋର୍ଟ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଅନ୍ତରୀଣ ଜାମିନକୁ ଖାରଜ କରିଛନ୍ତି। ଜାମିନ ଆବେଦନ ଖାରଜ ହୋଇଯିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ ଇ ଇନସାଫ୍ ନେତା ଇମରାନ ଖାନ ତାଙ୍କୁ ଜେଲ ଯିବାକୁ ପଡିପାରେ। ପାକିସ୍ତାନ ନିର୍ବାଚନ ଆୟୋଗ ନିଷ୍ପତ୍ତି ତଥା ସରକାରୀ ହସ୍ତକ୍ଷେପ ବିରୋଧରେ ଇମରାନ ଖାନଙ୍କ ଦଳ ପିଟିଆଇ ପକ୍ଷରୁ ବିରୋଧ ପ୍ରଦର୍ଶନ ଏବଂ ସରକାରୀ ହସ୍ତକ୍ଷେପ ମାମଲାରେ ହାଜର ନହେବା କାରଣରୁ ଇମରାନ ଖାନଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି ଆତଙ୍କବାଦ ନିରୋଧୀ କୋର୍ଟ। 


COMMERCIAL BREAK
SCROLL TO CONTINUE READING

ସ୍ୱାସ୍ଥ୍ୟଗତ କାରଣରୁ  ଅଦାଲତରେ ହାଜର ନହେବା ପାଇଁ ଅନୁରୋଧ କରିଥିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ। ତାଙ୍କର ଯୁକ୍ତି ଶୁଣିବା ପରେ ପାକିସ୍ତାନ ଆତଙ୍କବାଦ ନିରୋଧୀ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ତାଙ୍କୁ ରାତି ୧.୩୦ ପର୍ଯ୍ୟନ୍ତ ଅଦାଲତରେ ହାଜର ହେବାକୁ କୁହାଯାଇଥିଲା। ହେଲେ ପାକିସ୍ତାନ ତେହରିକ ଇ ଇନସାଫ୍ ନେତା ଇମରାନ ଖାନ ରାତି ୧.୩୦ ପର୍ଯ୍ୟନ୍ତ ଅଦାଲତରରେ ହାଜର ହୋଇନଥିଲେ। ଏଭଳି ପରିସ୍ଥିତିରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଯେକୌଣସି ସମୟରେ ପୋଲିସ ଗିରଫ କରିପାରେ ବୋଲି ଖବର ଆସିଛି।


ପିଟିଆଇ ନେତା ଇମରାନ ଖାନ ଚିକିତ୍ସାଗତ କାରଣରୁ ଅଦାଲତରେ ହାଜର ହେବାରୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନୁରୋଧ ଜଣାଇଥିଲେ। ଦେଶର ୱାଜିରାବାଦ ଠାରେ ହୋଇଥିବା ରାଲି ସମୟରେ ହୋଇଥିବା ଗୁଳିମାଡ଼ ପାକିସ୍ତାନ ତେହରିକ ଇ ଇନସାଫ୍ ମୁଖ୍ୟ ଲାହୋରସ୍ଥିତ ଜମାନ ପାର୍କ ବାସଭବନରେ ବିଶ୍ରାମ ନେଉଛନ୍ତି। ବୁଧବାର ଶୁଣାଣି ସମୟରେ ଇମରାନ ଖାନଙ୍କ ଓକିଲ ବାବର ଆୱାନ ଅଦାଲତଙ୍କୁ କହିଛନ୍ତି ଯେ ଇମରାନ ଖାନ ଇସଲାମାବାଦ ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆସିପାରିଲେ ନାହିଁ। ସେ ଅଦାଲତରେ ନିଜର ଏକ୍ସ-ରେ ରିପୋର୍ଟ ମଧ୍ୟ ଦେଖାଇଥିଲେ ମଧ୍ୟ କୋର୍ଟ ତାଙ୍କ କଥା ଶୁଣିନଥିଲେ।


ପାକିସ୍ତାନ ପ୍ରଧାନମନ୍ତ୍ରୀ ରହିବା ସମୟରେ ଇମରାନ ଖାନ ବିଦେଶରୁ ମିଳିଥିବା ଉପହାରକୁ ବଜାରରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ନିର୍ବାଚନ ଆୟୋଗ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହି ମାମାଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନ ନିର୍ବାଚନ ଆୟୋଗ ତାଙ୍କର ନିର୍ବାଚନ ଲଢିବା ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲେ। ନିର୍ବାଚନ ଆୟୋଗ ନିଷ୍ପତ୍ତି ବିରୋଧରେ ପିଟିଆଇ କର୍ମକର୍ତ୍ତା ସମଗ୍ର ଦେଶରେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପ୍ରତିବାଦ ପାଇଁ ଇମରାନ ଖାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।