Pakistan Army Viral Video: ବେଲୁଚିସ୍ତାନ ପରେ ଏବେ ପାକିସ୍ତାନ ଅଧିକୃତ ଗିଲଗିଟ-ବାଲଟିସ୍ତାନ ଅଞ୍ଚଳରେ ତେଜିବାରେ ଲାଗିଛି ଅସ୍ତନ୍ତୋଷ। ପାକିସ୍ତାନୀ ସେନା ବିରୋଧରେ ଗିଲଗିଟ-ବାଲଟିସ୍ତାନ ଅଞ୍ଚଳର ଜନସାଧାରଣ ଏବେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଛନ୍ତି। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନୀ ସେନା ସେମାନଙ୍କୁ ନିର୍ଯାତନା ଦେଉଛନ୍ତି। ପାକିସ୍ତାନୀ ସେନାର ଅତ୍ୟାଚାର ବିରୋଧରେ ଏବେ ଗିଲଗିଟ-ବାଲଟିସ୍ତାନ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି। ସଦ୍ୟ ସୋସିଆଲ ମିଡିଆ ଜରିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଗିଲଗିଟ-ବାଲଟିସ୍ତାନ ବାସିନ୍ଦା ପାକିସ୍ତାନୀ ସେନାକୁ ବିରୋଧ କରୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହି ଭିଡିଓ ପ୍ରଫେସର ସଜ୍ଜାଦ ରାଜା ଟ୍ୱିଟ କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି କହୁଛନ୍ତି ଏହା ଜାମୁ କାଶ୍ମୀର (Jammu Kashmir) ନୁହେଁ କିମ୍ବା ଏହା ଆଫଗାନିସ୍ତାନ (Afghanistan)। ଗିଲଗିଟ-ବାଲଟିସ୍ତାନ (Gilgit Baltistan) ଜମି ହେଉଛି ଆମର। ଏଠାକୁ ପଞ୍ଜାବ ରେଞ୍ଜର (Punjab Ranger) ଆସୁଛନ୍ତି। ସେମାନେ ଏଠାକୁ ଆସି ଜମି ଦଖଲ କରି ନେଉଛନ୍ତି। ହେଲେ ଗିଲଗିଟ-ବାଲଟିସ୍ତାନ ଜମି ସେମାନଙ୍କ ବାପାର ନୁହେଁ। ଏହା ହେଉଛି ଆମର ଜମି। 


Also Read: Pakistan Special Forces: ପାକିସ୍ତାନ ସେନା କାର୍ଯ୍ୟାନୁଷ୍ଠାନରେ ୩୩ ଆତଙ୍କବାଦୀ ନିହତ, ତାଲିବାନ କବଳରୁ ମୁକୁଳିଲା ଥାନା


ଲୋକଙ୍କ କହିବା କଥା ଯେ ପାକିସ୍ତାନୀ ସେନା (Pakistani Army) ପାକିସ୍ତାନ ଅଧିକୃତ ଜାମୁ କାଶ୍ମୀର (Pakistan Occupied Jammu and Kashmir) ଏବଂ ଗିଲଗିଟ୍-ବାଲଟିସ୍ତାନ ଅଞ୍ଚଳରେ ଜମି ଜବରଦଖଲ କରୁଛି। ଗତ ୧୯୪୭ ପରଠାରୁ ଆମେ ପାକିସ୍ତାନ (Pakistan) ପାଖରୁ ଯନ୍ତ୍ରଣା ଭୋଗିଆସୁଛୁ। ସେବେଠାରୁ ଆମର ଜମିକୁ ଜମି ମୁକ୍ତ କରିବାକୁ ଭାରତ (India) ପାଖରୁ ସାହାର୍ଯ୍ୟ ମଗାଯାଇଥିଲା। ହେଲେ ଭାରତ ଆମକୁ ସାହାଯ୍ୟ କରିବା ଲାଗି କିଛି କରିନଥିଲା। 



ଏବେ ଗିଲଗିଟ-ବାଲଟିସ୍ତାନ ଅଞ୍ଚଳରେ ପାକିସ୍ତାନ ସେନା ବିରୋଧରେ ସ୍ୱର ତେଜିବାରେ ଲାଗିଛି। ବହୁସଂଖ୍ୟାରେ ଲୋକ ଏକାଠି ହୋଇ ପାକିସ୍ତାନୀ ସୈନିକଙ୍କ (Pakistani Soldier) ବିରୋଧରେ ନାରାବାଜି କରୁଛନ୍ତି। ଏହି ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବୁଲଡୋଜର ମଧ୍ୟ ଦୃଶ୍ୟମାନ ହେଉଛି। ଯାହା ଉପରେ ଛିଡା ହୋଇ ଲୋକେ ପାକିସ୍ତାନ ସେନାକୁ ଫେରିଯିବାକୁ କହୁଛନ୍ତି। ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ ଯେତେବେଳେ ଲୋକେ ପାକିସ୍ତାନ ସେନା ବିରୋଧରେ ନାରାବାଜି କରୁଛନ୍ତି, ସେତେବେଳେ ପାକିସ୍ତାନୀ ସେନା ଅଧିକାରୀ ଚୁପଚାପ ଛିଡ଼ା ହୋଇଛନ୍ତି।


Also Read: Durand Line: ଗୁଳି ମାଡ଼ ପରେ ଥରେ ଉଠିଲା ପାକିସ୍ତାନ-ଆଫଗାନିସ୍ତାନ ସୀମା, ଖାଲି ହୋଇଗଲା ଅନେକ ସୀମାନ୍ତ ଗ୍ରାମ


ପାକିସ୍ତାନ ସର୍ବଦା ଆନ୍ତର୍ଜାତୀୟ ମଞ୍ଚରେ ଭାରତ ବିରୋଧରେ ଅଭିଯୋଗ କରିଆସୁଛି ଯେ ଜାମୁ କାଶ୍ମୀରରେ ଭାରତୀୟ ସେନା ଅତ୍ୟାଚାର କରୁଛି। ହେଲେ ଗିଲଗିଟ୍-ବାଲଟିସ୍ତାନ ଅଞ୍ଚଳର ଲୋକ ପାକିସ୍ତାନୀ ସେନାକୁ କିପରି ବିରୋଧ କରୁଛନ୍ତି, ତାହା ପାକିସ୍ତାନ ଭଳି ଦେଶର ମୁଖା ଖୋଲିଦେଇଛି। କେବଳ ଗିଲଗିଟ-ବାଲଟିସ୍ତାନ ନୁହେଁ ବେଲୁଚିସ୍ତାନ (Balochistan) ଅଞ୍ଚଳରେ ମଧ୍ୟ ପାକିସ୍ତାନ ସେନା ବିରୋଧରେ ବିରୋଧ ତେଜିବାରେ ଲାଗିଛି। ଉଭୟ ଗିଲଗିଟ୍-ବାଲଟିସ୍ତାନ ଏବଂ ବେଲୁଚିସ୍ତାନ ଅଞ୍ଚଳ ନିଜର ସ୍ୱାଧିନତା ପାକିସ୍ତାନ ସହ ଦୀର୍ଘ ଦିନ ଧରି ସଂଗ୍ରାମ କରି ଆସୁଛନ୍ତି।