Pakistan Financial Crisis: ପାକିସ୍ତାନ ଏପରି ଏକ ଦେଶ ଯିଏ ବିଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଏବଂ ଆତଙ୍କବାଦ ବିସ୍ତାରକୁ ପ୍ରୋତ୍ସାହନ ଦେବା ପାଇଁ ସର୍ବଦା ଜଣାଶୁଣା। ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତି ମଧ୍ୟ ଖରାପ ଅବସ୍ଥା ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ପାକିସ୍ତାନୀ ସେନା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ଯେଉଁଥିରେ କୁହାଯାଇଛି ପାକିସ୍ତାନ ସେନା ଏହାର ବଜେଟ୍ ହ୍ରାସ କରିଥିବା ନେଇ ଦାବି କରାଯାଉଛି। ଅର୍ଥାତ୍ ବର୍ତ୍ତମାନ ପାକିସ୍ତାନର ସେନା ପାଇଁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ବଜେଟ୍ ରାଶି ଉପଲବ୍ଧ ନାହିଁ। ଏହି ରିପୋର୍ଟ ମାଧ୍ୟମରେ କୁହାଯାଉଛି ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଭଳି ଦେଶରେ ସେନାବାହିନୀ ଲାଗି ଆବଶ୍ୟକୀୟ ପରିମାଣର ଖାଦ୍ୟ-ପାନୀୟ ମଧ୍ୟ ଉପଲବ୍ଧ ନାହିଁ।


COMMERCIAL BREAK
SCROLL TO CONTINUE READING

ପାକିସ୍ତାନରେ ବଜେଟ ପରିମାଣ ହ୍ରାସ କେବଳ ସେନାବାହିନୀରେ ନୁହେଁ ବରଂ ଦେଶର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ ମଧ୍ୟ କରାଯାଇଛି। ଏଥର ବଜେଟ କଟକଣା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ପାକିସ୍ତାନର ଆର୍ଥିକ ଅବସ୍ଥା କେତେ ଗୁରୁତର ହୋଇଛି। ବର୍ତ୍ତମାନ ଏହା ମଧ୍ୟ ଦାବି ହେଉଛି ଯେ ପାକିସ୍ତାନ ପୁଣିଥରେ ଏହାର ପରମାଣୁ ଅସ୍ତ୍ର ବିକ୍ରୟ କରିବାକୁ ଚେଷ୍ଟା କରିବ। ଏହା ପୂର୍ବରୁ ଇରାନ ଏବଂ ଉତ୍ତର କୋରିଆ ଭଳି ଦେଶକୁ ପରମାଣୁ ଅସ୍ତ୍ର ସମ୍ପର୍କିତ ଜ୍ଞାନକୌଶଳ ବିକ୍ରି କରିସାରିଛି ପାକିସ୍ତାନ। 


ବର୍ତ୍ତମାନ ଏଭଳି ପରିସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ପାକିସ୍ତାନ ଏହାର ସମସ୍ତ ଋଣ କିପରି ପରିଶୋଧ କରିବ? ଯଦି ପ୍ରକୃତରେ ଋଣ ପରିଶୋଧ କରିବା ପାଇଁ ପାକିସ୍ତାନ ଏହାର ଆଣବିକ ଅସ୍ତ୍ର ବିକ୍ରୟ କରେ, ତାହେଲେ  କେତେ ପରିମଣର ଋଣ ପରିଶୋଧ କରିବାକୁ ସକ୍ଷମ ହେବ? ବର୍ତ୍ତମାନ ପାକିସ୍ତାନ ଉପରେ ପ୍ରାୟ ୬୨.୪୬ ଟ୍ରିଲିୟନ ଡଲାର ଅର୍ଥାତ୍ ୨୭୪ ବିଲିୟନ ଡ଼ଲାର ମୂଲ୍ୟର ଋଣ ବୋଝ ରହିଛି। ଏହା ସତ୍ତ୍ୱେ ପାକିସ୍ତାନ ଚୀନ୍ ଏବଂ ସାଉଦି ଆରବ ଭଳି ଦେଶରୁ କ୍ରମାଗତ ଭାବରେ ଋଣ ନେବାରେ ଲାଗିଛି।


Also Read: Nuclear Bases Data: ପରସ୍ପର ସହ ଆଣବିକ ଭିତ୍ତିଭୂମି ତାଲିକା ବାଣ୍ଟିଲେ ଭାରତ-ପାକିସ୍ତାନ, ଜାଣ କାହିଁକି ଉଭୟ ଦେଶ ପରସ୍ପରକୁ ଦିଅନ୍ତି ଏହି ତଥ୍ୟ?


 


ଗୋଟିଏ ପଟେ ଦେଶର ଆର୍ଥିକ ସଂକଟ ଗୁରୁତର ହୋଇଉଠୁଥିବା ବେଳେ, ଅନ୍ୟପଟେ ପାକିସ୍ତାନ ଋଣ ପରିଶୋଧ କରିବା ପାଇଁ ଏହାର ଆଣବିକ ଅସ୍ତ୍ର ବିକ୍ରୟ କରିବାକୁ ଚିନ୍ତା କରୁଛି। ପାକିସ୍ତାନ ପାଖରେ ବର୍ତ୍ତମାନ ୧୬୫  ପରମାଣୁ ଅସ୍ତ୍ର ରହିଛି। ଏହି ସମସ୍ତ ଅସ୍ତ୍ରର ମୋଟ ମୂଲ୍ୟ ପ୍ରାୟ ୪୪ ହଜାର ୫୫୫୦ ନିୟୁତ ଡଲାର ହେବ। ଯଦି ପାକିସ୍ତାନ ଏହାର ସମସ୍ତ ଆଣବିକ ଅସ୍ତ୍ର ବିକ୍ରି କରିଦିଏ, ତାହେଲେ ମଧ୍ୟ ପାକିସ୍ତାନ ଏହାର ସମ୍ପୂର୍ଣ୍ଣ ଋଣ ପରିଶୋଧ କରିବାକୁ ସକ୍ଷମ ହେବ ନାହିଁ।


ଦେଶର ଆର୍ଥିକ ସ୍ଥିତି ଦିନକୁ ଦିନ ଗୁରୁତର ହୋଇ ଉଠୁଥିବା ବେଳେ, ପାକିସ୍ତାନୀ ସେନାର ବଜେଟ୍ ହ୍ରାସ କରାଯାଇଛି। ହେଲେ ପାକିସ୍ତାନୀ ସେନା ଲଜ୍ଜାଜନକ କାର୍ଯ୍ୟ କରିବାରୁ ବିରତ ହେଇନାହଁ। ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କୁ ପାକିସ୍ତାନ ସେନା ଏକ ବୁଲେଟ୍ ପ୍ରୁଫ୍ କାର୍ ଦେଇଛି। ଏହାପୂର୍ବରୁ ହିଜବୁଲ ମୁଜାହିଦ୍ଦିନ ନେତା ସୟଦ ସଲାହୁଦ୍ଦିନ ପାକିସ୍ତାନରେ ଖୋଲାଖୋଲି ଭାବରେ ବୁଲୁଥିବାର ନଜର ଆସିଥିଲେ।